ଆଜିଠାରୁ ହିଙ୍ଗୁଳା ଯାତ୍ରା

ତାଳଚେର,୧୫।୪(ନି.ପ୍ର.)

ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ପ୍ରସିଦ୍ଧ ବାର୍ଷିକ ଯାତ୍ରା ୧୫ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ। ମହାମାରୀ କରୋନା ଯୋଗୁ ଗତ ୨ ବର୍ଷ ହେଲା ମା’ଙ୍କ ବାର୍ଷିକ ଯାତ୍ରା କେବଳ ରୀତିନୀତି ମଧ୍ୟରେ ସୀମିତ ରହିଥିଲା। ହେଲେ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଯାତ୍ରା ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିକୁ ସବୁଜ ସଙ୍କେତ ଦିଆଯାଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି।
୨୩ ତାରିଖ ପର୍ଯ୍ୟନ୍ତ ଧୁମ୍‌ଧାମରେ ହେବାକୁ ଯାଉଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ଲୋକ ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ କରାଯାଇଛି। ମନ୍ଦିର ଓ ଉଭାସ୍ଥଳୀ ଚତୁଃପାର୍ଶ୍ୱ ସହ ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ୨ ଅତିରିକ୍ତ ଏସ୍‌ପି, ୩ ଡେପୁଟି ଏସ୍‌ପି, ୨ ଇନ୍ସପେକ୍ଟର, ୨୩ ସବ୍‌ ଇନ୍ସପେକ୍ଟର, ୧୪ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ୮ ହେଡ୍‌ କନଷ୍ଟେବଳ, ୮୭ କନଷ୍ଟେବଳ, ୪ ଟ୍ରାଫିକ କନଷ୍ଟେବଳ ଓ ୧୯ ସେକ୍ସନ ଫୋର୍ସ ରହିଛନ୍ତି। ୧୮ତମ ଲୋକ ମହୋତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଶୁକ୍ରବାର ସା ୬ଟା ୩୦ରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଜ୍ୟ ବାହାର କଳାକାର ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ବିଭିନ୍ନ ଲୋକନୃତ୍ୟ, ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସେହିପରି ଉଠା ଦୋକାନ ପାଇଁ ୩ ଶହ ଷ୍ଟଲ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିର୍ମାଣ କରାଯାଇଛି। ମନ୍ଦିର ପରିସରରେ ଥିବା ହାଇମାଷ୍ଟ ଲାଇଟ ଗୁଡିକର ମରାମତି କାର୍ଯ୍ୟ ସହ ଉଭାସ୍ଥଳୀକୁ ଏମ୍‌ସିଏଲ୍‌ ପକ୍ଷରୁ ଆଲୋକୀକରଣ କରାଯାଇଛି। ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ସର୍ବତ, ଆଖୁରସ, ଆଇସକ୍ରିମ, ତରଭୁଜ, ପଣା ଆଦି ବିତରଣ ବ୍ୟବସ୍ଥା ହୋଇଛି। ଉଭାସ୍ଥଳୀ ପାଖରେ ଏକ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି। ଭିଡ଼ ଉପରେ ନଜର ରଖିବା ପାଇଁ ମନ୍ଦିର ଚତୁଃପାର୍ଶ୍ୱ ଓ ଉଭାସ୍ଥଳୀ ନିକଟରେ ସିସିଟିଭି କ୍ୟାମେରା ଲଗାଯାଇଛି। ମା’ଙ୍କ ଏହି ଯାତ୍ରା କିପରି ଶୃଙ୍ଖଳାର ସହ ସମାପନ ହେବ ସେଥିପାଇଁ ମା’ ହିଙ୍ଗୁଳା ଟ୍ରଷ୍ଟ ବୋର୍ଡ ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲାପାଳ ବିଶ୍ୱରଞ୍ଜନ ରଥ ବିଭିନ୍ନ ପର୍ଯ୍ୟାୟରେ ଟ୍ରଷ୍ଟ ବୋର୍ଡ ସଦସ୍ୟ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଏମ୍‌ସିଏଲ୍‌ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ୨୩ ତାରିଖରେ ମା’ଅଗ୍ନିରୂପାଙ୍କ ଶୀତୁଳା ପର୍ବ ସହ ସାରେ ଲୋକ ମହୋତ୍ସବ ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ାଜଳା ପରେ ଏମ୍‌ଭି-୨୬ ଗାଁ ଛାଡୁଛନ୍ତି ଲୋକେ

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ମୋର୍ଚ୍ଚା ସଭାପତି ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। ଅଭିଳାଷ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ପିତୃତ୍ୱ ପାଇଁ ଜନ୍ମ ସାର୍ଟିଫିକେଟ ନୁହେଁ ବାଧକ: ଶିଶୁପୁତ୍ର ହସ୍ତାନ୍ତର ପାଇଁ ଅଜାଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୯ା୧୨(କାର୍ତ୍ତିକ ସାହୁ): ପିତୃତ୍ୱର ପ୍ରମାଣ ପାଇଁ ଜନ୍ମ ସାର୍ଟିଫିକେଟ ବାଧକ ନୁହେଁ। ଶିଶୁପୁତ୍ରର ଜନ୍ମ ସାର୍ଟିଫିକେଟ ଦାଖଲ କରି ନ ପାରିବା କାରଣରୁ ଜନ୍ମିତ ପିତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri