‘ମାଓବାଦୀ ସଙ୍ଗଠନରେ ଯୋଗଦେଉନାହାନ୍ତି ଯୁବଗୋଷ୍ଠୀ’

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଓଡ଼ିଶାର ମାଓବାଦୀ ପ୍ରଭାବିତ ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରୁ ବହୁ ପ୍ରତୀକ୍ଷିତ ବୋଟ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ ହେବ। ଫଳରେ ଜଳବନ୍ଦୀ ଅଞ୍ଚଳର ୧୫୧ ଗ୍ରାମର ବାସିନ୍ଦା ଉପକୃତ ହେବେ। ଲାଲ୍‌ବାହିନୀ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ବାହିନୀର ଦୃଢ଼ କାର୍ଯ୍ୟାନୁଷ୍ଠାନରେ ମାଓବାଦୀ ସଙ୍ଗଠନ ଦୋହଲିଗଲାଣି। ନୂଆ ଯୁବଗୋଷ୍ଠୀ ସଙ୍ଗଠନରେ ଯୋଗଦେଉନାହାନ୍ତି। ସାଧାରଣ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଉଛି। ଆଗାମୀ ଦିନରେ ମାଓବାଦୀ ଦମନ କାର୍ଯ୍ୟକ୍ରମକୁ ଆହୁରି ଜୋର୍‌ଦାର କରାଯିବ ବୋଲି କହିଛନ୍ତି ଓଡ଼ିଶା-ଛତିଶଗଡ଼ ସ୍ବତନ୍ତ୍ର ଅପରେଶନ ଦାୟିତ୍ୱରେ ଥିବା ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ରାଜଓ୍ବିନ୍ଦର ସିଂ ଭଟ୍ଟି।
ସୋମବାର ରାୟପୁରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଏଡିଜି ଭଟ୍ଟି ଓଡ଼ିଶା ଏବଂ ଛତିଶଗଡ଼ରେ ମୁତୟନ ବିଏସ୍‌ଏଫ ଯବାନ ଏବଂ ଅନ୍ୟ ଅର୍ଦ୍ଧ ସାମରିକ ବାହିନୀର କାର୍ଯ୍ୟଧାରା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଗତ ୧୦ବର୍ଷରେ ମାଓବାଦୀଙ୍କ ସହ ସଂଘର୍ଷରେ ୩୮ ବିଏସ୍‌ଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଏହି ସମୟରେ ୧,୬୫୦ ମାଓବାଦୀଙ୍କୁ ଗିରଫ କରାଯାଇଛି। ୮୯୧ଜଣଙ୍କୁ ଆତ୍ମସମର୍ପଣ ପାଇଁ ବାଧ୍ୟ କରାଯାଇଛି। ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୧୭ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ସୁରକ୍ଷା ବାହିନୀ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ସ୍ବରୂପ କୋରାପୁଟ ଏବଂ ମାଲକାନଗିରି ଜିଲାରେ ୨୨ ମେଡିକାଲ କ୍ୟାମ୍ପ କରାଯାଇ ୪ହଜାର ୩୬୨ ରୋଗୀଙ୍କ ଚିକିତ୍ସା କରାଯାଇଛି। ଲକ୍‌ଡାଉନ ସମୟରେ ଏହି ଦୁଇ ଜିଲାର ବହୁ ଲୋକଙ୍କୁ ଖାଦ୍ୟଶସ୍ୟ, କୃଷି ଉପକରଣ, ମଶାରି, ବାସନକୁସନ, ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଛି। ୨୫୦ ତଫସିଲଭୁକ୍ତ ଯୁବକଙ୍କୁ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରାଯାଇ ସାଂସ୍କୃତିକ ବିଭବ ସହ ପରିଚିତ କରାଯାଇଛି। ସେହିପରି ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଥିବା ୧୨୮ ରାସ୍ତା ପ୍ରକଳ୍ପ, ୪୪ ନିର୍ମାଣାଧୀନ ପୋଲ ଏବଂ ୧୯୬ଟି ମୋବାଇଲ ଟାୱାରକୁ ସୁରକ୍ଷା ଯୋଗାଇ ଦିଆଯାଇଛି। ପରିବେଶ ସୁରକ୍ଷା ଲାଗି ପଦକ୍ଷେପ ସ୍ବରୂପ ବନୀକରଣ କାର୍ଯ୍ୟ ହାତକୁ ନିଆଯାଇଥିବା ଭଟ୍ଟି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri