ଡିଏମ୍‌ଏଫ୍‌ ପାଣ୍ଠି ଆଦାୟରେ ଅନିୟମିତତା

ଯାଜପୁର ଅଫିସ,୩ା୧: ଖଣି ନିଲାମ ପରେ ଭାଟ୍‌ ଆଦାୟ ବୃଦ୍ଧି ପାଇଛି। ୨୦୧୮-୧୯ରେ ୭୨୯୭.୬୮ କୋଟି, ୨୦୧୯-୨୦ରେ ୭୪୫୭.୫୮ କୋଟି ଏବଂ ୨୦୨୦-୨୧ ଅକ୍ଟୋବର ପର୍ଯ୍ୟନ୍ତ ୭,୭୫୭.୭୦ କୋଟି ଟଙ୍କା ଆଦାୟ ହୋଇଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ହେଲେ ବାସ୍ତବରେ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠି ଏବଂ ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ (ଏନ୍‌ଏମ୍‌ଇଟି) ନିମନ୍ତେ ରାଜସ୍ବ ଆଦାୟ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି। ଖଣି ବିଭାଗ କର୍ତ୍ତୃପକ୍ଷ କେତେକ ଲିଜ୍‌ଧାରୀଙ୍କୁ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ରିପୋର୍ଟରେ ଏହା ଦର୍ଶାଯାଇଛି।
ଖଣି ଓ ଖଣିଜ ପଦାର୍ଥର ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ ୧୯୫୭କୁ ୨୦୧୫ରେ ସଂଶୋଧନ କରାଯାଇଛି। ଏହି ଆଇନର ସବସେକ୍ସନ ୧ ଧାରା ୯(ବି)ରେ ଜିଲାସ୍ତରରେ ଡିଏମ୍‌ଏଫ୍‌ ପାଣ୍ଠି ଗଠିତ ହୋଇଛି। ସେଥିରେ ଖଣିଖାଦାନ ଭରା ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଏହି ପାଣ୍ଠିକୁ ଲିଜଧାରୀ ରୟାଲଟିର ୩୦ ପ୍ରତିଶତ ପ୍ରଦାନ କରିବେ। କିନ୍ତୁ ଅଡିଟ ରିପୋର୍ଟରେ ଏନ୍‌ଏମ୍‌ଇଟି ଏବଂ ଡିଏମ୍‌ଏଫ୍‌ ପାଇଁ ୧୩.୨୮ କୋଟି ଟଙ୍କା କମ୍‌
ଆଦାୟ ହୋଇଛି।
ଏଥିରେ ଲଖନପୁର ଓପନକାଷ୍ଟ ପ୍ରୋଜେକ୍ଟ (ଓସିପି) ୧,୭୫,୪୯,୮୧୭.୯୧ ମେଟ୍ରିକ ଟନ କୋଇଲା ଉପତ୍ାଦନ କରିଥିବାବେଳେ ରୟାଲଟି ବାବଦକୁ ୨୧.୩୮ କୋଟି, ଡିଏମ୍‌ଏଫ୍‌କୁ ୬.୪୧ କୋଟି ଏବଂ ଏନ୍‌ଏମ୍‌ଇଟିକୁ ୦.୪୩ କୋଟି ସର୍ବମୋଟ ୨୮.୨୨ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଲଜକୁରା ଓସିପିରେ ୪୬,୨୫,୬୬୬.୪୬ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ୫.୬୩ କୋଟି ରୟାଲଟି, ୧.୬୯ କୋଟି ଡିଏମ୍‌ଏଫ୍‌ ଏବଂ ଏନ୍‌ଏମ୍‌ଇଟିକୁ ୦.୧୧ କୋଟି ମୋଟ ୭.୪୩ କୋଟି ଟଙ୍କା କ୍ଷତି ହୋଇଛି। ବେଲପାହାଡ଼ ଓସିପିରେ ୯,୨୦,୪୩୧.୯୯ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ରୟାଲଟି ବାବଦକୁ ୧.୧୨ କୋଟି, ଡିଏମ୍‌ଏଫ୍‌କୁ ୦.୩୪ କୋଟି ଓ ଏନ୍‌ଏମ୍‌ଇଟିକୁ ୦.୦୨ କୋଟିି ମୋଟ ୧.୪୮ କୋଟି ଟଙ୍କା କ୍ଷତି ହୋଇଛି। ସେହିପରି ସମଲେଶ୍ୱରୀ ଓସିପିରେ ୧,୦୯,୭୭,୩୪୮.୯୫ ମେଟ୍ରିକ ଟନ କୋଇଲା ଉପତ୍ାଦନ ହୋଇଥିବାବେଳେ ରୟାଲଟି ୧୩.୩୭ କୋଟି, ଡିଏମ୍‌ଏଫ୍‌କୁ ୪.୦୧ କୋଟି ଓ ଏନ୍‌ଏମ୍‌ଇଟିକୁ ୦.୨୭ କୋଟି ମୋଟ ୧୭.୬୫ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ଏହି ରୟାଲଟି କ୍ଷତି ଯୋଗୁ ମାଇନିଂ ଦ୍ୱାରା ପ୍ରଭାବିତ ଲୋକ ଓ ଅଞ୍ଚଳର ବିକାଶ ପ୍ରଭାବିତ ହୋଇଛି। ସେହିପରି ଖଣିଜ ଅନୁସନ୍ଧାନ ପାଇଁ ଉପଯୋଗ ହେଉଥିବା ଏନ୍‌ଏମ୍‌ଇଟି ପାଣ୍ଠି ମଧ୍ୟ ପ୍ରଭାବିତ ହୋଇଛି। ତେବେ ମେ ୨୦୨୦ରେ ଲିଜଧାରୀଙ୍କଠାରୁ ରୟାଲଟି, ଡିଏମ୍‌ଏଫ୍‌ ଓ ଏନ୍‌ଏମ୍‌ଇଟି ଅବଦାନ ପାଇଁ ଦାବି ଉପସ୍ଥାପନ କରାଯାଇଛି ବୋଲି ଡେପୁଟି ଡାଇରେକ୍ଟର ଅଫ୍‌ ମାଇନ୍ସ (ଡିଡିଏମ୍‌) ଦର୍ଶାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାଧାରଣତଃ ଖଣି କାର୍ଯ୍ୟ ହେଉଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ରହୁନାହିଁ ା ଅଧିକାଂଶ କାମ ମେଶିନ ସାହାଯ୍ୟରେ ହେଉଛି। ଏହାସହ ବାହାର ରାଜ୍ୟର ଠିକାସଂସ୍ଥା ନିୟୋଜିତ ଯୋଗୁ ସ୍ଥାନୀୟ ନିଯୁକ୍ତି ମଧ୍ୟ ପ୍ରଭାବିତ ହେଉଛି। କୌଣସି ବିକାଶମୂଳକ କାର୍ଯ୍ୟ ମଧ୍ୟ ହୋଇ ପାରୁ ନ ଥିବାରୁ ଉକ୍ତ ଅଞ୍ଚଳଗୁଡିକ ପଛୁଆ ହୋଇ ରହିଯାଇଛି। ଯାଜପୁର ଜିଲାର ଖଣି ଅଞ୍ଚଳ ସୁକିନ୍ଦାର ନଗଡ଼ା ଏହାର ଜ୍ୱଳନ୍ତ ଉଦାହରଣ ା ଏପରିକି ଖଣି ଖନନ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କୁ ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ଆବଶ୍ୟକ କ୍ଷତିପୂରଣ ମିଳୁନାହିଁ। ଖଣି ଖନନ କରୁଥିବା କମ୍ପାନୀର ଅଂଶଧନ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରିବା ଲାଗି ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଭାବେ ଢାଞ୍ଚାଗତ ସଂଗଠିତ ପ୍ରକ୍ରିୟାର ଆବଶ୍ୟକତା ରହିଛି। ଖଣି ଅଞ୍ଚଳର ସମ୍ପଦକୁ ବ୍ୟବହାର କରି ସେହି ଅଞ୍ଚଳର ଲୋକମାନଙ୍କ ବିକାଶ ଉପରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ କରିବା କଥା। କିନ୍ତୁ ଡିଏମ୍‌ଏଫ୍‌ ପାଣ୍ଠି ପ୍ରତି ବିଭାଗୀୟ ଚରମ ଅବହେଳା ରିପୋର୍ଟରେ ଜଳଜଳ ହୋଇ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri