Posted inଖେଳ

ଅନ୍ତିମ ବଲରେ ମ୍ୟାଚ୍‌ ଛଡ଼ାଇ ଆଣିଲେ ଶାହରୁଖ ଖାନ

ନୂଆଦିଲ୍ଲୀ,୨୨।୧୧: ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଟ୍ରଫି ହାତେଇଛି ତାମିଲନାଡୁ। ସୋମବାର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକ ଫାଇନାଲରେ ତାମିଲନାଡୁ ୪ ଉଇକେଟରେ କର୍ନାଟକକୁ ହରାଇ ଦେଇଛି। ବିଜୟ ପାଇଁ ୧୫୨ ରନ୍‌ର ଟାର୍ଗେଟ ପିଛା କରୁଥିବା ତାମିଲନାଡୁ ଏକଦା ବିଜୟ ଆଶା ଛାଡ଼ି ସାରିଥିଲା। କିନ୍ତୁ ଶାହରୁଖ ଖାନ ଅନ୍ତିମ ବଲରେ ଛକା ଲଗାଇ କର୍ନାଟକ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା କର୍ନାଟକର ଟପ୍‌ ଅର୍ଡର ପୂରା ଫେଲ୍‌ ମାରିଥିଲା। କିନ୍ତୁ ମଧ୍ୟ କ୍ରମରେ ଅଭିନବ ମନୋହର (୪୬ ରନ୍‌, ୪ ଚୌକା ଓ ୨ ଛକା) ଓ ପ୍ରବୀଣ ଦୁବେ (୩୩ ରନ୍‌, ୩ ଚୌକା ୧ ଛକା)ଙ୍କ ଯୋଗୁ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୫୧ ରନ୍‌ କରିଥିଲା। ୧୫୨ ରନ୍‌ର ପିଛା କରୁଥିବା ତାମିଲନାଡୁ ପାଇଁ ବିଜୟ ପଥ ମୁସ୍କିଲ କରି ଦେଇଥିଲେ କର୍ନାଟକର ବୋଲର ଓ ଫିଲ୍ଡର। ଓପନର ହରି ନିଶାନ୍ଥ (୨୩ ରନ୍‌, ୧ ଚୌକା ଓ ୨ ଛକା) ଆଉଟ୍‌ ହେବା ପରେ ତାମିଲନାଡୁ ବ୍ୟାଟରଙ୍କ ପାଇଁ ଚୌକା, ଛକା ଲଗାଇବା କଷ୍ଟକର ହୋଇପଡ଼ିଥିଲା। କ୍ରିଜ୍‌ରେ ଦକ୍ଷ ଓପନର ଏନ୍‌ ଜଗଦୀସାନ (୪୧) ଓ ଅଧିନାୟକ ବିଜୟ ଶଙ୍କର (୨୨) ଥିବା ସତ୍ତ୍ୱେ ଦଳ ୪ରୁ ୧୨ ଓଭର ମଧ୍ୟରେ ଗୋଟିଏ ହେଲେ ଚୌକା କିମ୍ବା ଛକା ମାରିପାରି ନ ଥିଲେ। ୧୬ତମ ଓଭରରେ ଦୁହେଁ ଛକା ମାରିବା ଉଦ୍ୟମ କରି କେ ସି କରିଆପ୍ପାଙ୍କ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲା। ଫଳରେ ସବୁ କିଛି ନିର୍ଭର କରୁଥିଲା ଶାହରୁଖଙ୍କ ଉପରେ। ସେ ଅନ୍ତିମ ବଲରେ ଛକା ଲଗାଇ ତାମିଲନାଡକୁ ଦେଇଥିଲେ ରେକର୍ଡ ତୃତୀୟ ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫି। ସେ ୧୫ ବଲରେ ୩୩ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ଇନିଂସରେ ୧ ଚୌକା ଓ ୩ ଛକା ସାମିଲ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri