ଲୋପ ପାଉଛି ଶାଳବଣ, ସ୍ବପ୍ନ ହେବ ଝୁଣା

ଜୟପୁର,୨୯ା୪(ନି.ପ୍ର.): ଔଷଧୀୟ ଗୁଣ ପାଇଁ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଝୁଣା ଆଗାମୀ ଦିନରେ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଲଘୁ ବନଜାତ ଦ୍ରବ୍ୟକୁ ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରି ବିକ୍ରି କରନ୍ତି। ଝୁଣା ମୁଖ୍ୟତଃ ଶାଳଗଛରୁ ମିଳେ ଓ ଏକଦା ଶାଳ ଜଙ୍ଗଲରେ ଭରପୁର ଥିଲା କୋରାପୁଟ ଜିଲା। ମାଫିଆମାନେ କାଠପଟା ପାଇଁ ଶାଳ ଗଛ କାଟୁଛନ୍ତି। ଫଳରେ କୋରାପୁଟ ଜିଲା ସମେତ ଜୟପୁର ବନଖଣ୍ଡରେ ଶାଳଗଛ ଶୂନ୍ୟ ହେବାରେ ଲାଗିଛି। ଏହି କାରଣରୁ ଏହି ଗଛରୁ ମିଳୁଥିବା ଝୁଣା ମଧ୍ୟ ଏବେ ଦୁର୍ଲଭ ଦ୍ରବ୍ୟ ପାଲଟୁଛି।
ଶାଳଗଛର ଗଣ୍ଡି କଟାଗଲେ ସେଥିରୁ ନିର୍ଗତ ହେଉଥିବା ଅଠାଳିଆ ପଦାର୍ଥ ଶୁଖି ଝୁଣାରେ ପରିଣତ ହୁଏ। ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶାଳଗଛରୁ ଏହି ତରଳ ପଦାର୍ଥ ବାହାରେ। ଝୁଣା ସବୁ ଧର୍ମର ପୂଜାକାର୍ଯ୍ୟରେ ଲାଗେ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଝୁଣାର ଧୂଆଁ ଅନେକ କ୍ଷତିକାରଣ ଜୀବାଣୁ ନଷ୍ଟକରି ବାୟୁମଣ୍ଡଳକୁ ଶୁଦ୍ଧ କରିଥାଏ। ଏହାକୁ ଟୋଲାତେଲରେ ଗରମ କରି ଗୋଡ଼ହାତ ଫୁଲାସ୍ଥାନରେ ମାଲିସ କଲେ ଫୁଲା କମିଯାଏ। ଘରେ କେହି ବସନ୍ତ, ହାଡ଼ଫୁଟି ରୋଗରେ ଆକ୍ରାନ୍ତ ଥିଲେ ଝୁଣାର ଧୂଆଁ ଦିଆଯାଇଥାଏ। ଏଥିରୁ ଧୂପକାଠି ମଧ୍ୟ ପ୍ରସ୍ତୁତ ହୁଏ।
କୋରାପୁଟ ଜିଲା ଜୟପୁର ବନଖଣ୍ଡର ରାମଗିରି, କୁନ୍ଦୁରା, କୋଟପାଡ଼ ତଥା ଓଡ଼ିଶା-ଛତିଶଗଡ଼ ସୀମା ସାବେରି ନଦୀକୂଳରେ ବିସ୍ତୃତ ଶାଳବଣ ରହିଛି। ଏହି ଅଞ୍ଚଳରେ ମିଳୁଥିବା ଝୁଣା ଅତି ଉତ୍କୃଷ୍ଟ ମାନର ହୋଇଥିବାରୁ ଏହାର ଚାହିଦା ଅଧିକ ା ଆଦିବାସୀ ବହୁ କଷ୍ଟରେ ଝୁଣା ସଂଗ୍ରହ କରି ଆଣୁଥିବା ବେଳେ ଚୋରା ବେପାରୀ ସେମାନଙ୍କୁ ପ୍ରଲୋଭିତ କରି କମ୍‌ ଦରରେ ଖରିଦ କରି ଅନ୍ୟଠି ଚଢ଼ାଦରରେ ବିକ୍ରି କରିଥାନ୍ତି ା ଫଳରେ ଝୁଣା ସଂଗ୍ରହ କରି ଆଣୁଥିବା ଆଦିବାସୀ ଉଚିତ ପ୍ରାପ୍ୟ ପାଇପାରୁ ନାହାନ୍ତି। ୧୯୭୨ ଓ ୧୯୮୦ ଜଙ୍ଗଲ ଅଧିନିୟମ ଅନୁଯାୟୀ ୨ରୁ ୩ କିଲୋ ପର୍ଯ୍ୟନ୍ତ ଝୁଣା ନେବାର କୌଣସି ପ୍ରତିବନ୍ଧକ ନ ଥିବାରୁ ଚୋରା ବେପାରୀ ଛୋଟ ସିମେଣ୍ଟ ବସ୍ତାରେ ଝୁଣା ବାହାରକୁ ଚାଲାଣ କରୁଛନ୍ତି। ସରକାରୀ ସ୍ତରରେ ଝୁଣାର ଉପତ୍ାଦନ ତଥା ବିକ୍ରିବଟା ତଥା ବଜାର ବ୍ୟବସ୍ଥା ନାହିଁ। ବର୍ତ୍ତମାନ ସରକାର ଲଘୁ ବନଜାତ ଦ୍ରବ୍ୟକୁ ପଞ୍ଚାୟତ ଅଧୀନକୁ ଦେଇଥିବାରୁ ପଞ୍ଚାୟତକୁ ହିଁ ରାଜସ୍ବ ଦେଇ ଝୁଣା ସଂଗ୍ରହ କରାଯାଏ। କୋରାପୁଟ ଜିଲା ତଥା ଜୟପୁର ବନଖଣ୍ଡରେ ଯେତିକି ପରିମାଣରେ ଶାଳଗଛ କଟାଯାଉଛି, ସେହି ଅନୁସାରେ ତାହା ରୋପଣ କରାଯାଉ ନାହିଁ କି ଶାଳବଣ ସୃଷ୍ଟି ପାଇଁ ବନ ବିଭାଗ ପାଖରେ କିଛି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଧୀରେଧୀରେ ଶାଳ ଜଙ୍ଗଲ ସଙ୍କୁଚିତ ହେବାରେ ଲାଗିଛି ା ଏ ସମ୍ପର୍କରେ ଜୟପୁର ଡିଏଫ୍‌ଓ ଅଶି୍ବନ କରଙ୍କୁ ପଚାରିବାରୁ ସେ କହିଥିଲେ ଯେ ବର୍ତ୍ତମାନ ରହିଥିବା ଶାଳ ଜଙ୍ଗଲକୁ ସୁରକ୍ଷା ଦିଆଯାଇଛି ା ଅନ୍ୟ ଜଙ୍ଗଲ ପରି ଶାଳ ଗଛ ରୋପଣ କରି ଜଙ୍ଗଲ ସୃଷ୍ଟି କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri