ଚାଲିଛି ଭୂତ ପିଲାଙ୍କ ନାମଲେଖା

ଯାଜପୁର ଅଫିସ,୩୦।୭: ୨୦୧୫-୧୬ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଯାଜପୁର ଜିଲାର ଘରୋଇ ସ୍କୁଲଗୁଡ଼ିକରେ ଶତକଡା ୨୫ ଭାଗ ସ୍ଥାନ ସଂରକ୍ଷଣ ପ୍ରତିପୂରଣ (ରିମ୍ବର୍ସମେଣ୍ଟ) ବାବଦ ଅର୍ଥ କୌଣସି ସ୍କୁଲ ପାଇ ନାହାନ୍ତି। ସୂଚନା ଅଧିକାର ଆଇନ(ଆରଟିଇ)ରେ ୨୫ ପ୍ରତିଶତ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଏବଂ ଅନଗ୍ରସର କ୍ଷେତ୍ରରେ ଯେଉଁ ପିଲା ନାମ ଲେଖାଇଛନ୍ତି ସେମାନଙ୍କ ନାମ ଓ ଠିକଣା ସମ୍ପର୍କିତ ତଥ୍ୟ ଯାଜପୁର ସମଗ୍ର ଶିକ୍ଷା ବିଭାଗ ଦ୍ୱାରା ହସ୍ତଗତ ହୋଇନାହିଁ। ଆରଟିଆଇରେ ହସ୍ତଗତ ତଥ୍ୟରେ ବିଭାଗ ପକ୍ଷରୁ ଏହା ଦର୍ଶାଯାଇଛି। ବିଧାୟକ ମୋହନ ଚରଣ ମାଝିଙ୍କ ଦ୍ୱାରା ବିଧାନସଭା ପ୍ରଶ୍ନର ଉତ୍ତର ଏବଂ ଏହି ଆରଟିଆଇ ତଥ୍ୟରେ କୌଣସି ତାଳମେଳ ରହୁନାହିଁ। ଏହିକ୍ରମରେ ୨୫ ପ୍ରତିଶତ ସଂରକ୍ଷଣ ଆଧାରରେ ବିଧାନସଭାର ତଥ୍ୟରେ ଦୁର୍ବଳ ଶ୍ରେଣୀର ଭୂତ ପିଲାଙ୍କ ନାମ ଲେଖା ଯାଇଛି ବୋଲି ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
୨୦୧୯-୨୦ ବର୍ଷରେ ୟୁଡିଆଇଏସ୍‌ଇ (ୟୁନିଫାଏଡ ଡିଷ୍ଟ୍ରିକ୍ସ ଇନର୍ଫମେଶନ ସିଷ୍ଟମ ଫର ଏଜୁକେଶନ) ଅନୁସାରେ ଯାଜପୁର ଜିଲାର ୧୦୧ ଘରୋଇ ସ୍କୁଲରେ ୧୬୬୪ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ନାମ ଲେଖାଯାଇଛି। ୧୭ା୩ା୨୦୨୧ରେ ବିଧାନସଭାର ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏହି ତଥ୍ୟ ଉପସ୍ଥାପନା କରିଥିଲେ। ବିଧାନସଭାର ଏହି ତଥ୍ୟକୁ ଅଧାର କରି ସୂଚନା କର୍ମୀ ସଂଗ୍ରାମ ବାରିକ ଗତ ୧୫ା୪ା୨୦୨୧ରେ ଆରଟିଆଇରେ ସୂଚନା ପାଇବାକୁ ଯାଜପୁର ଜିଲା ସମଗ୍ର ଶିକ୍ଷା ବିଭାଗର ଦ୍ୱାରସ୍ଥ ହୋଇଥିଲେ। ତେବେ ନିର୍ଦ୍ଧାରିତ ସମୟରେ ତଥ୍ୟ ନ ମିଳିବାରୁ ସୂଚନା କର୍ମୀ ବାରିକ ଫାଷ୍ଟ ଅପିଲେଟ ଅଥରିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଗତ ୫ା୭ା୨୦୨୧ରେ ସମଗ୍ର ଶିକ୍ଷା ବିଭାଗର ଯୋଜନା ସଂଯୋଜକ ତଥ୍ୟ ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲେ। ଅପିଲ କରିବା ପରେ ଯାଇ ଦାଖଲ କରିଥିବା ତଥ୍ୟରେ କୌଣସି ପିଲା ଶିକ୍ଷା ଅଧିକାର ଆଇନରେ ନାମ ଲେଖାଇ ନାହାନ୍ତି କିମ୍ବା ସେମାନଙ୍କ ପାଇଁ ଆର୍ଥିକ ବ୍ୟବସ୍ଥା ହୋଇ ନାହିଁ ବୋଲି ଦର୍ଶାଯାଇଛି। ଏଠାରେ ବଡ ବିଡମ୍ବନା ଯେ, ବିଧାନସଭା ଉତ୍ତର ନା ଯାଜପୁର ଜିଲା ସମଗ୍ର ଶିକ୍ଷା ବିଭାଗର ତଥ୍ୟ ଭୁଲ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପବିତ୍ର ବିଧାନସଭାରେ କେଉଁ ଉଦ୍ଦେଶ୍ୟ ରଖି ଏଭଳି ତଥ୍ୟ ଦାଖଲ କରାଯାଇଛି ତାହା ଏବେ ତଦନ୍ତସାପେକ୍ଷ। ଅନ୍ୟପକ୍ଷେ ଯାଜପୁର ସମଗ୍ର ଶିକ୍ଷା ବିଭାଗର ଆରଟିଆଇ ତଥ୍ୟ ଉପରେ ମଧ୍ୟ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। କାଗଜକଲମରେ ଭୂତ ପିଲାଙ୍କ ନାମ ଦର୍ଶାଇ ଆବଣ୍ଟିତ ଅର୍ଥକୁ ଚଳୁ କରିବାକୁ ମସୁଧା ରହିଥିଲା ବୋଲି ମଧ୍ୟ ସନ୍ଦେହ କରାଯାଉଛି।
ଶିକ୍ଷା ଅଧିକାର ଆଇନରେ ୨୫ ପ୍ରତିଶତ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଏବଂ ଅନଗ୍ରସର ପିଲାଙ୍କ ପାଇଁ ଘରୋଇ ସ୍କୁଲରେ ସିଟ୍‌ ସଂରକ୍ଷଣ ରଖିବା ବାଧ୍ୟତାମୂଳକ ବୋଲି ଗତ ୧୨ ଏପ୍ରିଲ ୨୦୧୨ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ତେବେ ଆରଟିଆଇ ରିପୋର୍ଟ ଅନୁସାରେ ୨୦୨୦ ପର୍ଯ୍ୟନ୍ତ ଯାଜପୁର ଜିଲାର କୌଣସି ବେସରକାରୀ ସ୍କୁଲରେ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ପିଲାଙ୍କ ନାମ ଲେଖା ହୋଇ ନ ଥିବା ଘଟଣା ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବେ ଅବମାନନା କରାଯାଇଛି। ଫଳରେ ଶିକ୍ଷା ଅଧିକାର ଆଇନ ଏହି ଜିଲାରେ ପ୍ରହସନ ପାଲଟିଛି ବୋଲି ମତପ୍ରକାଶ ପାଇଛି। କେବଳ ବ୍ୟବସାୟକୁ ମାଧ୍ୟମ କରୁଥିବାରୁ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷା ଅଧିକାର ଆଇନକୁ ଉଲ୍ଲଂଘନ କରିବାରେ ଲାଗିଛନ୍ତି। ଶିକ୍ଷା ବିଭାଗ ପାଖରେ ମଧ୍ୟ ଏନେଇ କୌଣସି ତଥ୍ୟ ନାହିଁ।
ଯାଜପୁର ଜିଲାର ୧୯୭୯ ଟି ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨,୨୪,୯୧୪ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ସେଥିମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଆର୍ଥିକ କ୍ଷେତ୍ରରେ ଦୁର୍ବଳ। ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ଥିବା ପରିବାର ସେମାନଙ୍କ ପିଲାମାନଙ୍କୁ ବେସରକାରୀ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢାଉଛନ୍ତି। କିନ୍ତୁ ଗରିବ ପିଲାମାନେ ଏହି ସୁବିଧାରୁ ବଞ୍ଚିତ ରହୁଛନ୍ତି। ଏହି ୨୫ ପ୍ରତିଶତ ପିଲାଙ୍କ ମଧ୍ୟରୁ ୧୫ ପ୍ରତିଶତ ଆଦିବାସୀ, ହରିଜନ, ଶିଶୁ ଶ୍ରମିକ, ଷ୍ଟ୍ରିଟ ଚାଇଲ୍ଡ, ଘର ନ ଥିବା ଆଦି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରଖାଯାଇଛି। ଚଳିତ ବର୍ଷ ଯାଜପୁର ଜିଲାରେ ପ୍ରଥମ କରି ଆରଟିଇ ପାରଦର୍ଶୀ ଜରିଆରେ ଆବେଦନ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ ଫେଲ୍‌ ହେବାରୁ ଟ୍ରକକୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ଜଣଙ୍କ ଜୀବନ

ବଣାଇଁ, ୧।୫ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା କେ ବଲାଙ୍ଗ ଥାନା ଚୁନାଘାଟିରେ ଏକ ଦୁର୍ଘଟଣା ଘଟିଛନ୍ତି। ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l...

ସୋସିଆଲ ମିଡିଆରେ ବଢୁଛି ନିର୍ବାଚନୀ ହାୱା

ବ୍ରହ୍ମପୁର,୧ା୫(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ ୧୩ ତାରିଖରେ ହେବ। ଏଥିପାଇଁ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ...

ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ...

ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ...

ନିର୍ବାଚନ ବେଳେ ରାଜ ପରିବାରର ସାନ ବୋହୂଙ୍କ ଭିଡିଓ ଭାଇରାଲ

ବଲାଙ୍ଗୀର,୧ା୫(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ରାଜ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂଙ୍କ ଏକ ଭିଡିଓ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ସେ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

ଥମୁନି ଶିମିଳିପାଳ ବାନଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବାନଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri