ସଫଳ ଉଦ୍ୟୋଗୀ ସସ୍ମିତା

କଳା ପ୍ରତି ପିଲାବେଳରୁ ତାଙ୍କର ଥିଲା ସ୍ବତନ୍ତ୍ର ଆକର୍ଷଣ। ନିଖୁଣ ଚିତ୍ରକଳା କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରୁଥିଲେ। ସୁଯୋଗ ମିଳିବା ପରେ ସେ କଳାକୁ ବ୍ୟବସାୟର ରୂପ ଦେଇଥିଲେ। ପଟ୍ଟଚିତ୍ର କଳାକୁ ଫ୍ୟାଶନ ଡିଜାଇନରେ ସ୍ଥାନ ଦେଇ ଏବେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସସ୍ମିତା…

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କୃଷ୍ଣେଶ୍ୱର ପାଟଣା ଗାଁର ସଚ୍ଚିଦାନନ୍ଦ ଦାଶଙ୍କ କନ୍ୟା ସସ୍ମିତା ହୋତା। ପଟ୍ଟଚିତ୍ର କଳାକୁ ନେଇ ଏବେ ତାଙ୍କର ସ୍ବତନ୍ତ୍ର ପରିଚୟ। କାହିଁକି ନା ପଟ୍ଟଚିତ୍ରକୁ ସେ ଫ୍ୟାଶନ୍‌ ଡିଜାଇନରେ ସ୍ଥାନ ଦେଇଛନ୍ତି। ଶାଢ଼ି ତଥା ପୋଷାକପତ୍ରରେ ପୁରୁଣା ଉକତ୍ଳୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଲୋକପ୍ରିୟ କରାଇବା ସହ ଆକର୍ଷଣୀୟ କରି ପାରିଛନ୍ତି।
ପଟ୍ଟଚିତ୍ର ପ୍ରତି ପିଲାବେଳରୁ ସସ୍ମିତାଙ୍କର ସ୍ବତନ୍ତ୍ର ଆଗ୍ରହ ରହିଥିଲା। କିନ୍ତୁ ବିବାହ ପରେ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ହୋତା ଓ ପରିବାର ତଥା ସାଙ୍ଗସାଥୀଙ୍କ ପ୍ରେରଣାରୁ ୪୦ବର୍ଷ ବୟସରେ ଏହାକୁ ପେସାଭାବେ ଆରମ୍ଭ କରିଥିଲେ। ତାଙ୍କ ପ୍ରସ୍ତୁତ ପଟ୍ଟଚିତ୍ର ବସ୍ତ୍ରଗୁଡ଼ିକର ମୂଲ୍ୟ ସର୍ବନିମ୍ନ ୩ହଜାର ୫ଶହ ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ମୂଲ୍ୟ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଓଡ଼ିଶାର ଟସର, ସମ୍ବଲପୁରୀ କପଡ଼ା ସହ ବାଙ୍ଗାଲୋର ଶିଲ୍‌କ, କାଞ୍ଜିବରମ ଶିଲ୍‌କ ଆଦି ଶାଢ଼ି ଉପରେ ସେ ପଟ୍ଟଚିତ୍ର ଆଙ୍କି ଗ୍ରାହକଙ୍କ ପାଖରେ ପହଞ୍ଚାଉଛନ୍ତି ା
ଡିଜାଇନରେ ଗାଁ ପରମ୍ପରା: ଗ୍ରାହକମାନଙ୍କ ପସନ୍ଦ ଓ ଚାହିଦା ଅନୁଯାୟୀ ବିଭିନ୍ନ ପୋଷାକ ତଥା ଶାଢ଼ି, ବ୍ଲାଉଜ, ଓଢ଼ଣି, କୁଶନ କଭର, ବେଡଶିଟ, ହ୍ୟାଣ୍ଡବ୍ୟାଗ, ୱାଲହାଙ୍ଗିଙ୍ଗ, ସ୍ମୃତି ଫଳକ ତଥା ଗୃହ ସୌନ୍ଦର୍ଯ୍ୟ ଉପକରଣଗୁଡ଼ିକରେ ମଧ୍ୟ ଏହି କଳାକୁ ଅଙ୍କାଇ ଓଡ଼ିଶାର ଚିତ୍ର କଳାକୁ ସେ ଏକ ନୂଆ ରୂପ ଦେଇପାରିଛନ୍ତି। ଉକତ୍ଳୀୟ କବିମାନଙ୍କର କାଳଜୟୀ କବିତା, ବିଶିଷ୍ଟ କବି ସଚ୍ଚି ରାଉତରାୟଙ୍କ କବିତା ‘ଛୋଟମୋର ଗାଁଟି’ର ପ୍ରତ୍ୟେକ ଦୃଶ୍ୟକୁ ସେ ଶାଢ଼ିରେ ଡିଜାଇନ କରିପାରିଛନ୍ତି। ଓଡ଼ିଶାର ବିଭିନ୍ନ ଐତିହ୍ୟ ପୀଠ ତଥା ଓଡ଼ିଆ ପର୍ବପର୍ବାଣି ଏବଂ ଗ୍ରାମୀଣ ପରିବେଶକୁ ନିଖୁଣ ଚିତ୍ରକଳା ମାଧ୍ୟମରେ ଆଙ୍କି ଶାଢ଼ି ତଥା ପୋଷାକ ଡିଜାଇନକୁ ବେଶ୍‌ ଆକର୍ଷଣୀୟ କରିପାରିଛନ୍ତି।
ନିଯୁକ୍ତି ସୁଯୋଗ: ପିଲାବେଳୁ କିଛି ଗଠନମୂଳକ କାର୍ଯ୍ୟ କରିବାରେ ଆଗ୍ରହ ଓ ଉସତ୍ାହ ରଖିଥିବା ସସ୍ମିତା ପ୍ରଥମେ ମାତ୍ର ୨ଜଣ ତାଲିମପ୍ରାପ୍ତ ଚିତ୍ରକରଙ୍କୁ ନେଇ ବିଭିନ୍ନ ବସ୍ତ୍ରରେ ପଟ୍ଟଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ା ଧୀରେ ଧୀରେ ତାଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର ପୋଷାକର ଲୋକପ୍ରିୟତା ଏତେ ବଢ଼ିଲା ଯେ ପ୍ରାୟ ୬୦ରୁ ୭୦ ଜଣ ତାଲିମପ୍ରାପ୍ତ କଳାକାରଙ୍କୁ ନିଯୁକ୍ତି ଦେଇଥିଲେ। ଏବେ ସେ ତାଙ୍କର ଏହି ଡିଜାଇନ୍‌ ପୋଷାକ ତିଆରି ପାଇଁ ଭୁବନେଶ୍ୱରରେ ତାଙ୍କ ବୁଟିକ୍‌ ‘ସ୍ପନ୍ଦିତା’ ମାଧ୍ୟମରେ କାମ କରୁଛନ୍ତି।
ଅନ୍ତର୍ଜାତୀୟ ଖ୍ୟାତି: ସସ୍ମିତାଙ୍କର ଏଭଳି ଡିଜାଇନ ଏବେ ରାଜ୍ୟ କି ଦେଶ ମଧ୍ୟରେ ସୀମିତ ହୋଇନାହିଁ ବରଂ ବିଦେଶରେ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ମଧ୍ୟ ବିଶେଷ ଆଦୃତିଲାଭ କରିଛି ା ଆନ୍ତର୍ଜାତିକ ଫ୍ୟାଶନ ପ୍ରତିଯୋଗିତାରେ ମଧ୍ୟ ତାଙ୍କର ଏହି ଡିଜାଇନ ଆଦୃତି ଲାଭ କରିଛି। ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡା ଭଳି ଦେଶକୁ ସେ ଏହି ପଟ୍ଟଚିତ୍ର ଶାଢ଼ି ପଠାଉଛନ୍ତି ା ନିକଟରେ କାଲିଫର୍ନିଆରେ ଆୟୋଜିତ ରଥଯାତ୍ରାରେ ତାଙ୍କ ଡିଜାଇନ୍‌ ପୋଷାକ ଓ ଶାଢ଼ିକୁ ପାଖାପାଖି ୨୦୦ ଜଣ ପୁରୁଷ, ମହିଳା ତଥା ପିଲାମାନେ ପିନ୍ଧି ରଥଯାତ୍ରାରେ ଯୋଗ ଦେଇଥିଲେ।
କଳା, ସଂସ୍କୃତି, ପରମ୍ପରା, ହସ୍ତଶିଳ୍ପ ଆଦିକୁ ଦେଶ ବିଦେଶରେ ପରିଚିତ କରାଇବା ସହ କମ୍‌ ମୂଲ୍ୟରେ ଭଲ ଜିନିଷ ଲୋକମାନଙ୍କ ପାଖରେ କିପରି ପହଞ୍ଚିପାରିବ, ସେଥିପାଇଁ ପ୍ରୟାସ ଚଳାଇଛନ୍ତି ସସ୍ମିତା। ତାଙ୍କର ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।
-ଅଜୟ କୁମାର ମହାରଣା
ଖଣ୍ଡପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri