ଏଇ ଭାରତରେ

”ଆମ ପୃଥିବୀ ଅତି ସୁନ୍ଦର, ଆକର୍ଷଣୀୟ। ଆମେ ତାଙ୍କୁ ଭଲ ପାଇବା, ତା’ପାଇଁ ପ୍ରତିଦିନ କିଛି ସମୟ ଦେବା ଓ ତା’ର ଯତ୍ନ ନେବା ଦରକାର। କାରଣ ଆମ ପାଖରେ ଆଉ ଗୋଟିଏ ପୃଥିବୀ ନାହିଁ“- ଏ ହେଉଛି କ୍ରିଷ୍ଣକୁମାରଙ୍କ ମନର କଥା। କଲେଜ ବେଳୁ ୬ ଜଣ ସାଥୀଙ୍କୁ ନେଇ ସବୁଜ ପରିବେଶ ସୃଷ୍ଟି କରିବାର ନେଇଥିବା ସଂକଳ୍ପକୁ ଏବେ ସାକାର କରିଛନ୍ତି କ୍ରିଷ୍ଣକୁମାର ଏସ୍‌। ସେ ରହୁଛନ୍ତି ଚେନ୍ନାଇରେ। ସେ ଏବେ ସୁଦ୍ଧା ସହର ବା ତା’ ଆଖପାଖ ଅଞ୍ଚଳରେ ୨୫ଟି ମୟାଓ୍ବାକି ଜଙ୍ଗଲ ସୃଷ୍ଟି କରିସାରିଲେଣି। ଜାପାନିଜ୍‌ ଉଦ୍ଭିଦବିଜ୍ଞାନୀ ଅକିରା ମିୟାଓ୍ବାର୍କଙ୍କ ନାମାନୁସାରେ କରାଯାଇଥିବା ମିୟାଓ୍ବାକି ପଦ୍ଧତିରେ କ୍ରିଷ୍ଣକୁମାର ପାଖାପାଖି ୧୦ ଏକର ଜମିରେ ୨୫ଟି କ୍ଷୁଦ୍ର ଜଙ୍ଗଲରେ ୬୫,୦୦୦ ଗଛ ଲଗାଇଛନ୍ତି। ଏହି ପଦ୍ଧତିରେ ସେ ଦେଶୀ ବୁଦାଜାତୀୟ ଲତା ଲଗାଇ କିଛି ମାସ ମଧ୍ୟରେ ଘଞ୍ଚ ଜଙ୍ଗଲ କରିପାରୁଛନ୍ତି। ଏଥିପାଇଁ ସେ ‘ଥୁବାକ୍କମ୍‌’ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଅଭିଯାନ ଚଳାଇଛନ୍ତି। ଏଯାବତ୍‌ ତାଙ୍କ ସହ ୧,୮୦୦ ସ୍ବେଚ୍ଛାକର୍ମୀ ଯୋଗ ଦେଇସାରିଲେଣି। ସେମାନଙ୍କୁ କ୍ରିଷ୍ଣକୁମାର ୧୪ଟି ଗ୍ରୁପ୍‌ରେ ବିଭକ୍ତ କରି ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ସଂଚାଳନ କରୁଛନ୍ତି। ୬ କଲେଜ ସାଙ୍ଗଙ୍କ ମଧ୍ୟରୁ ଆଉ ତିନିଜଣ ଏବେ ତାଙ୍କ ସହ ରହିଛନ୍ତି। ଅବ୍ୟବହୃତ ତଥା ବର୍ଜ୍ୟବସ୍ତୁ ଜମା ହେଉଥିବା ସ୍ଥାନଗୁଡ଼ିକୁ ସେମାନେ ଜଙ୍ଗଲ କରିବା ଦ୍ୱାରା ବହୁ ପ୍ରଜାତିର ପକ୍ଷୀ ବାସ କରିବା ଆରମ୍ଭ କରିଛନ୍ତି। ତାଙ୍କ ଅଭିଯାନରେ ବହୁ ସ୍କୁଲ ଓ କଲେଜ କ୍ୟାମ୍ପସରେ ଜଙ୍ଗଲ କରାଯାଇଛି। ସ୍କୁଲ, କଲେଜ ଓ ବିଭିନ୍ନ ଅଞ୍ଚଳରେ କ୍ରିଷ୍ଣକୁମାର ଓ ତାଙ୍କ ସାଥୀମାନେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଜଙ୍ଗଲ ସୃଷ୍ଟି କରିବାରେ ସ୍ଥାନୀୟ ପ୍ରଶାସନ ଓ ଜଙ୍ଗଲ ବିଭାଗ ତାଙ୍କୁ ସହଯୋଗ କରୁଛନ୍ତି। ଚେନ୍ନାଇ ଓ ତା’ ଆଖପାଖ ବ୍ୟତୀତ ଏବେ ଏହି ଅଭିଯାନକୁ ତାମିଲନାଡୁର ଅନ୍ୟ ସହର ଓ ଗ୍ରାମକୁ ସମ୍ପ୍ରସାରିତ କରିଛନ୍ତି କ୍ରିଷ୍ଣକୁମାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri