କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ, ପ୍ରାୟ ସାତ ଦଶନ୍ଧିର ଘୃଣା, ବିଭାଜନକାରୀ ଏବଂ ହିଂସାତ୍ମକ ରାଜନୀତିକୁ ପଛରେ ପକାଇ ପଶ୍ଚିମବଙ୍ଗରେ ଏକ ନୂତନ ରାଜନୀତିର ଶୁଭାରମ୍ଭ ହେବାକୁ ଯାଉଛି। ଦଶ ବର୍ଷ ତଳେ ମାତ୍ର ଦୁଇ ଜଣ ବିଧାୟକଙ୍କ ସହିତ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଆଜି ପଶ୍ଚିମବଙ୍ଗରେ ଦୁଇ ତୃତୀୟାଂଶ ଆସନ ସହିତ ସରକାର ଗଠନ କରିବାକୁ ଯାଉଛି। ଏହା କୌଣସି ରୋମାଞ୍ଚକର ଐତିହାସିକ କାହାଣୀଠାରୁ କମ୍‌ ନୁହେଁ। ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରିବ ଯେ ଏହି ପଟ୍ଟକଥାର ରଚୟିତା ହେଉଛନ୍ତି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କର ବ୍ୟକ୍ତିଗତ ଛବି, କେନ୍ଦ୍ର ସରକାରଙ୍କ ସୁଶାସନ, ଭାରତୀୟ ଜନତା ପାର୍ଟିର ଶୃଙ୍ଖଳା ଏବଂ କାର୍ଯ୍ୟକର୍ତ୍ତାଙ୍କ ସମର୍ପଣ ଭାବେ ଏହି ବିଜୟପଥକୁ ସୁଗମ କରିଥିଲା। ପଶ୍ଚିମବଙ୍ଗର ଏହି ବିପୁଳ ବିଜୟ ନିଶ୍ଚିତ ଭାବେ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ବପ୍ନର ସୁନାର ବଙ୍ଗଳା ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି।
ଅନେକ ସମୀକ୍ଷକ ପଶ୍ଚିମବଙ୍ଗର ଏହି ବିଜୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କିନ୍ତୁ, ବ୍ୟକ୍ତିଗତ ଭାବେ ମୁଁ ଏହି ଐତିହାସିକ ବିଜୟକୁ ନେଇ ଆଦୌ ଆଶ୍ଚର୍ଯ୍ୟ ନୁହେଁ। କାରଣ ଏହି ନିର୍ବାଚନ ସମୟରେ ପ୍ରଚାର ପାଇଁ ମୁଁ ଅନେକବାର ପଶ୍ଚିମବଙ୍ଗ ଯାଇଥିଲି ଏବଂ ସେହି ନିର୍ବାଚନୀ ସଭାରେ ଉପସ୍ଥିତ ଜନତା ଜନାର୍ଦ୍ଦନଙ୍କ ପ୍ରତିକ୍ରିୟା ଦେଖି ମୁଁ ନିଶ୍ଚିତ ହୋଇଯାଇଥିଲି ଯେ ପଶ୍ଚିମବଙ୍ଗରେ ପରିବର୍ତ୍ତନ ଅବଶ୍ୟମ୍ଭାବୀ।
ଏହି ଜନାଦେଶ ଏକ ସାଧାରଣ ନିର୍ବାଚନୀ ଫଳାଫଳଠାରୁ ବହୁ ଊର୍ଦ୍ଧ୍ୱରେ। ଏହା ଘୃଣା, ସମ୍ପ୍ରଦାୟବାଦ, ହିଂସା ଏବଂ ଭୟ ଉପରେ ଆଧାରିତ ରାଜନୀତିର ଏକ ନିର୍ଣ୍ଣାୟକ ଏବଂ ଦୃଢ଼ ପ୍ରତ୍ୟାଖ୍ୟାନ। ୨୦୧୧ ମସିହାରେ ଯେଉଁ ମମତା ବାନାର୍ଜୀ ‘ମା, ମାଟି ଓ ମାନୁଷ’ର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିଲେ, ବହୁ କମ୍‌ ଦିନରେ ତାହା ଭୁଲିଗଲେ। ଗତ କିଛି ବର୍ଷ ମଧ୍ୟରେ ମହିଳା ସୁରକ୍ଷା ଉପରେ ଏକ ପ୍ରଶ୍ନବାଚୀ ଭାବେ ସୃଷ୍ଟି ହୋଇଥିଲା। ଭାରତୀୟ ରାଜନୀତିରେ ମହିଳାଙ୍କ ଆରକ୍ଷଣକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ସଂସଦରେ ଆଣିଥିବା ନାରୀଶକ୍ତି ବନ୍ଦନ ଅଧିନିୟମକୁ ଯେଉଁପରି ଭାବେ ମମତା ବାନାର୍ଜୀ ବିରୋଧ କରିଥିଲେ, ତାହାର ପ୍ରତିଫଳନ ଏଇ ନିର୍ବାଚନରେ ଦେଖିବାକୁ ମିଳିଛି। ସଂଯୋଗବଶତଃ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ମଧ୍ୟ ଏହି ବିଧେୟକକୁ ବିରୋଧ କରିଥିଲେ। ଏହାର ଫଳାଫଳ ତାଙ୍କୁ ଭୋଗିବାକୁ ପଡ଼ିଲା। ଦଳ ସହିତ ନିଜେ ମଧ୍ୟ ପରାଜୟବରଣ କଲେ।
ଏହି ଜନାଦେଶର ବ୍ୟାପ୍ତି, ବିବିଧତା ଏବଂ ନିର୍ଣ୍ଣାୟକତା ନିର୍ବାଚନୀ ଅଙ୍କଗଣିତଠାରୁ ବହୁ ଊର୍ଦ୍ଧ୍ୱରେ। ଏହି ଫଳାଫଳରେ ପ୍ରଧାନମନ୍ତ୍ରୀଙ୍କର ମନ୍ତ୍ର, ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ବାସ ଏବଂ ସବ୍‌କା ପ୍ରୟାସ’ର ଭାବନାକୁ ପ୍ରତିଫଳିତ କରୁଛି। କାରଣ, ଗତ ପ୍ରାୟ ପାଞ୍ଚ ଦଶନ୍ଧି ଧରି ପଶ୍ଚିମବଙ୍ଗରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ତୁଷ୍ଟୀକରଣ ଚାଲିଥିଲା ଏବଂ ଅଳ୍ପସଂଖ୍ୟକଙ୍କ ଅଧିକାର ଓ ସୁରକ୍ଷା ଆଳରେ ସଂଖ୍ୟା ବହୁଳଙ୍କୁ ଏକ ପ୍ରକାର ଅବହେଳା କରାଯାଉଥିଲା। ବହୁମତକୁ ବାହୁବଳ, ଭୟ ଓ ଆତଙ୍କରାଜ ବଳରେ ଚାପିବାର ପ୍ରୟାସ ହୋଇଥିଲା, କିନ୍ତୁ ନିର୍ବାଚନ ଆୟୋଗ ତଥା ଭାରତ ସରକାରଙ୍କ ଗୃହ ବିଭାଗର ଦୃଢ଼ ସୁରକ୍ଷା ପ୍ରବନ୍ଧନ ଫଳରେ ରାଜ୍ୟର ଭୋଟରମାନେ ବିନା ଭୟରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ପାଇଥିଲେ। ଏହାର ପ୍ରମାଣ ହେଉଛି ହିଂସାରହିତ ନିର୍ବାଚନ ପରିଚାଳନା। ବୋଧହୁଏ, ପଶ୍ଚିମବଙ୍ଗର ରାଜନୈତିକ ଇତିହାସରେ ଚଳିତ ନିର୍ବାଚନରେ ଜଣେ ହେଲେ ବ୍ୟକ୍ତି ପ୍ରାଣ ହରାଇ ନ ଥିଲେ।
ଆସାମ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗର ନିର୍ବାଚନ ଫଳାଫଳକୁ କେବଳ ସ୍ଥାନୀୟ ରାଜନୈତିକ ଚଷମା ମାଧ୍ୟମରେ ଦେଖିବା ସମୀଚୀନ ହେବନାହିଁ। କାରଣ, କେବଳ ଏହି ତିନୋଟି ରାଜ୍ୟ ନୁହେଁ, ସାରା ଭାରତର ଲୋକେ ବର୍ତ୍ତମାନ ଦେଖୁଛନ୍ତି ‘ନୂଆ ଭାରତ’କୁ। ଆଜିର ଭାରତ ହେଉଛି ନୂତନ ଭାରତ, ସମ୍ଭାବନାର ଭାରତ। ଏହି ନୂଆ ଭାରତରେ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସର୍ବୋପରି ଯାହା ପ୍ରମାଣିତ ହୋଇଥିଲା ‘ଅପରେଶନ ସିନ୍ଦୂର’ ମାଧ୍ୟମରେ। ସେହିପରି, ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଚାଲୁଥିବା ଅଶାନ୍ତମୟ ବାତାବରଣ ଦ୍ୱାରା ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସମୟୋଚିତ ପଦକ୍ଷେପ ଫଳରେ ଭାରତରେ ଏହାର ପ୍ରଭାବ ବହୁତ କମ୍‌ ଅନୁଭୂତ ହେଉଛି।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶର ଶାସନ ଦାୟିତ୍ୱ ନେବା ପରେ ଗତ ବାର ବର୍ଷରେ ଦେଶରେ ଅଭୂତପୂର୍ବ ବିକାଶ ଦେଖିବାକୁ ମିଳୁଛି। ଦଳମତ ନିର୍ବିଶେଷରେ ପ୍ରତ୍ୟେକ ରାଜ୍ୟକୁ ଏହି ବିକାଶ ଯାତ୍ରାରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ସଦାସର୍ବଦା ଚେଷ୍ଟା କରି ଆସିଛନ୍ତି। କିନ୍ତୁ, ରାଜନୈତିକ କାରଣ ଯୋଗୁ ପଶ୍ଚିମବଙ୍ଗ ଏହି ବିକାଶ ଯାତ୍ରାରେ ସାମିଲ ହୋଇ ନ ଥିଲା। ଅତ୍ୟନ୍ତ ପରିତାପର ବିଷୟ ଯେ ଗତ ପାଞ୍ଚ ଦଶକର ବାମପନ୍ଥୀ ଓ ତୃଣମୂଳ ଶାସନ ଫଳରେ ପଶ୍ଚିମବଙ୍ଗ ଅନେକ ବର୍ଷ ପଛକୁ ଚାଲିଗଲା। ଗୋଟିଏ ପରେ ଗୋଟିଏ ଉଦ୍ୟୋଗ ବନ୍ଦ ହୋଇ ଅନ୍ୟ ରାଜ୍ୟକୁ ଚାଲିଗଲେ। ସିଙ୍ଗୁର ଆନ୍ଦୋଳନ ଏବଂ ଟାଟା ନାନୋ ପ୍ରକଳ୍ପର ଗୁଜରାଟକୁ ସ୍ଥାନାନ୍ତରଣ ଏହି ଚିନ୍ତାଧାରାର ପ୍ରକୃଷ୍ଟ ଉଦାହରଣ।
ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ‘ବିକଶିତ ଭାରତ’ରେ ‘ପୂର୍ବୋଦୟ’ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ବିଜୟ ପରେ କେବଳ ପଶ୍ଚିମବଙ୍ଗର ବିଜୟ ଅପେକ୍ଷିତ ଥିଲା। ସୋମବାରର ଐତିହାସିକ ବିଜୟ ଫଳରେ ଅଙ୍ଗ-ବଙ୍ଗ-କଳିଙ୍ଗର ସମାହାରରେ ହେବ ପୂର୍ବୋଦୟ। ଏହି ପୂର୍ବୋଦୟରେ ପୁରୋଧା ହେବ ଓଡ଼ିଶା। ଗତ ପ୍ରାୟ ଦୁଇ ବର୍ଷ ହେବ ଓଡ଼ିଶାରେ ବିକାଶ ଯାତ୍ରା ଜାରି ରହିଛି ଏବଂ ଏହି ବିକାଶ ଯାତ୍ରାରେ କିଛି ଦିନ ପୂର୍ବେ ବିହାର ଏବଂ ବର୍ତ୍ତମାନ ପଶ୍ଚିମବଙ୍ଗ ସାମିଲ ହୋଇଛି। ଏହି ତିନୋଟି ପୂର୍ବ ଭାରତୀୟ ରାଜ୍ୟ,‘ବିକଶିତ ଭାରତ’ ନିର୍ମାଣରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହି ପରିକଳ୍ପନା ସାକାର ହୋଇଛି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ଏବଂ ଦୂରଦୃଷ୍ଟି ଯୋଗୁ।
ବିଗତ ଦୁଇ ବର୍ଷରେ ଓଡ଼ିଶାବାସୀ ଡବଲ ଇଞ୍ଜିନ ସରକାରର ବିକାଶର ଯାତ୍ରାର ସାକ୍ଷୀ ଅଛନ୍ତି। ଡବଲ ଇଞ୍ଜିନ ସରକାରର ଫଳ ସ୍ବରୂପ ଅନେକ କେନ୍ଦ୍ରୀୟ ଯୋଜନା ଯେପରିକି ଆୟୁଷ୍ମାନ ଭାରତ, ନୂତନ ଶିକ୍ଷାନୀତି, ୨୦୨୦ ରାଜ୍ୟରେ ତୁରନ୍ତ କାର୍ଯ୍ୟାନ୍ବୟନ କରାଯାଇଥିଲା ଯାହା ପୂର୍ବ ସରକାର ଅମଳରେ କେବଳ ରାଜନୈତିକ କାରଣ ଯୋଗୁ ଓଡ଼ିଶାର ଜନସାଧାରଣଙ୍କୁ ବଞ୍ଚିତ କରାଯାଇଥିଲା। ରାଜ୍ୟରେ ଆଜି କେନ୍ଦ୍ରୀୟ ସହାୟତା ଯୋଗୁ ରେଳ, ରାଜରାସ୍ତା, ଜାତୀୟ ଅନୁଷ୍ଠାନ, ବନ୍ଦର, ବିମାନ ବନ୍ଦର ପରି ଅନେକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏବେ ଡବଲ ଇଞ୍ଜିନ ସରକାରର ସୁଫଳ ପାଇବା ପାଳି ହେଉଛି ପଶ୍ଚିମବଙ୍ଗର। ଦଶନ୍ଧି ଦଶନ୍ଧି ଧରି ବନ୍ଦ ହୋଇଥିବା ବିକାଶ, ମୃତପ୍ରାୟ ଉଦ୍ୟୋଗ ଏବଂ ଶିଥିଳ ପଡ଼ିଯାଇଥିବା ଭିତ୍ତିଭୂମିର ପୁନର୍ବିନ୍ୟାସ ହେବ ଆଗାମୀ ଦିନରେ।
କେବଳ ପଶ୍ଚିମବଙ୍ଗ ନୁହେଁ, ଭାରତୀୟ ଜନତା ପାର୍ଟିର ସରକାରଙ୍କ ଉପରେ ଆସାମ ଓ ପୁଡୁଚେରୀର ଜନତା ଆସ୍ଥା ପ୍ରକଟ କରିଛନ୍ତି। କାରଣ, ଗତ ପାଞ୍ଚବର୍ଷରେ ଏହି ଉଭୟ ରାଜ୍ୟରେ ଅନେକ ବିକାଶ ହୋଇଛି ଏବଂ ସେଠାକାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ‘ସବ୍‌କା ସାଥ୍‌, ସବ୍‌କା ବିଶ୍ବାସ’ ମନ୍ତ୍ରରେ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ବିନା ତୁଷ୍ଟୀକରଣରେ ସେବା କରିଆସୁଛନ୍ତି। ତେଣୁ, ଏହି ଭୋଟ ଉଭୟ ରାଜ୍ୟ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥାର ଭୋଟ।
ରାଜନୀତିରେ ଅନେକ ନେତା ଆସନ୍ତି, ଇତିହାସ ପୃଷ୍ଠାରେ ହଜି ଯାଆନ୍ତି। କିନ୍ତୁ, ଅଳ୍ପ କେତେଜଣ ବ୍ୟକ୍ତିତ୍ୱ ନିଜ ଅସାଧାରଣ ପ୍ରତିଭା ଫଳରେ ଜନମାନସରେ ଗଭୀର ରେଖାଙ୍କିତ କରିବାରେ ସଫଳ ହୋଇଥାନ୍ତି। ସେଇଭଳି ଜଣେ ନେତୃତ୍ୱ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜନୈତିକ ଭାବେ ଅଭେଦ୍ୟ, ଅପରାଜେୟ ଆଖ୍ୟାୟିତ ହୋଇଥିବା ପଶ୍ଚିମବଙ୍ଗ ବିଜୟ ପରେ ନରେନ୍ଦ୍ର ମୋଦୀ ଜୀଙ୍କର ନାମ ରାଜନୈତିକ ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତାଙ୍କ ନିର୍ବାଚନୀ ପ୍ରଚାର କେବଳ ଭାଷଣ ମଧ୍ୟରେ ସୀମାବଦ୍ଧ ନ ଥିଲା। ବରଂ ସାଧାରଣ ଲୋକଙ୍କ ମନକୁ ଛୁଇଁବା ପରି କାର୍ଯ୍ୟ ଯେପରିକି ରାସ୍ତାକଡରେ ସାଧାରଣ ଲୋକଙ୍କ ଗହଣରେ ଝାଲମୁଢ଼ି ଖାଇବା, ଚା’ପତ୍ର ତୋଳାଳି ମା’ମାନଙ୍କ ମଧ୍ୟରେ ସମୟ ବ୍ୟତୀତ କରିବା, ହୁଗ୍‌ଲୀ ନଦୀରେ ସାଧାରଣ ଲୋକଙ୍କ ପରି ନୌକା ବିହାର କରିବା ଲୋକଙ୍କ ମନରେ ଗଭୀର ରେଖାଙ୍କିତ କରିଥିଲା।
ଏହି ନିର୍ବାଚନର ଆଉ ଏକ ଦିଗ ହେଉଛି ପରିବାରବାଦର ଅନ୍ତ। ପଶ୍ଚିମବଙ୍ଗ, ତାମିଲନାଡୁ ତଥା ଆସାମ ପରି ରାଜ୍ୟରେ ପରିବାରବାଦକୁ କ୍ଷମତାରୁ ବାହାର କରିଛନ୍ତି ଭୋଟର। ଏହା ସବୁ ରାଜନୈତିକ ଦଳ ପାଇଁ ଏକ ଶିକ୍ଷା। ପରିବାରବାଦ ରାଜନୀତିର ଅନ୍ତ ସବୁବେଳେ ଦୁଃଖଦ। ମହିଳାବିରୋଧୀ ଏବଂ ପରିବାରବାଦୀ ରାଜନୈତିକ ଦଳ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାକ୍ଷିତ ହୋଇଛନ୍ତି ଏହି ନିର୍ବାଚନରେ, ଯାହା ଭାରତୀୟ ଗଣତନ୍ତ୍ର ପାଇଁ ନିଶ୍ଚିତ ଭାବେ ଶୁଭଙ୍କର।
ଏହି ଐତିହାସିକ ସଫଳତା ପାଇଁ ବ୍ୟକ୍ତିଗତ ଭାବେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏଥିସହିତ ପ୍ରଧାନମନ୍ତ୍ରୀଙ୍କର ପୂରା ଟିମ୍‌ ଏବଂ ପଶ୍ଚିମବଙ୍ଗର ସ୍ଥାନୀୟ ନେତୃତ୍ୱ ମଧ୍ୟ ପ୍ରଶଂସାର ପାତ୍ର । ମୋର ଦୃଢ଼ ବିଶ୍ୱାସ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ପ୍ରଗତି, ସଶକ୍ତୀକରଣ ଏବଂ ବିଶ୍ୱସ୍ତରୀୟ ପ୍ରତିଷ୍ଠାର ଏକ ନୂତନ ଶିଖର ସ୍ପର୍ଶ କରିବ। ଏକ ଶକ୍ତିଶାଳୀ, ସର୍ବଜନହିତାୟଏବଂ ସମୃଦ୍ଧ ଭାରତର ଆମର ସାମୂହିକ ସ୍ବପ୍ନକୁ ସାକାର କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ନିବିଡ଼ ସହଭାଗିତାରେ ପୂର୍ବ ଭାରତର ରାଜ୍ୟ ସମୂହ ସମ୍ପୂର୍ଣ୍ଣ ଭାବେ ଅଙ୍ଗୀକାରବଦ୍ଧ। ସମସ୍ତଙ୍କର ସହଯୋଗରେ ନିର୍ମିତ ହେବ ‘ବିକଶିତ ଭାରତ’।

ମୁଖ୍ୟମନ୍ତ୍ରୀ,ଓଡ଼ିଶା

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?