ଅସ୍ତିତ୍ୱ ଖୋଜୁଛି ଜଳାଶୟ, ସଭିଁଏ ନୀରବ

ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଏକଦା ବନ୍ଧ, କଟା ଭଳି ଅନେକ ଜଳାଶୟ ରହିଥିଲା। ଦୂରଦୃଷ୍ଟି ରଖି ପୂର୍ବପୁରୁଷମାନେ ନିଜେ ଶ୍ରମଦାନ କରି ସେଗୁଡ଼ିକ ଖୋଲିଥିଲେ। ସେହି ଜଳାଶୟ ଗୁଡ଼ିକ କେବଳ ଲୋକଙ୍କ ଜଳକଷ୍ଟ ମେଣ୍ଟାଉ ଥିଲା, ତାହା ନୁହେଁ। ଅଞ୍ଚଳର ଜଳସ୍ତରକୁ ବଜାୟ ରଖିବାରେ ପ୍ରମୁଖ ଭୂମିକା ରହିଥିଲା। କିନ୍ତୁ ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଜଳାଶୟ ଗୁଡ଼ିକ ଦିନକୁ ଦିନ ଅସ୍ତିତ୍ୱ ହରାଇ ବସିଛି। ଅନେକ ଜଳାଶୟ ଲୋପ ପାଇ ଗଲାଣି। ପାଣି ବଦଳରେ ଅନାବନା ଘାସ, ଲଟାରେ କେଉଁ ଜଳାଶୟ ପରିପୂର୍ଣ୍ଣ ଅଛି ତ ଆଉ କେଉଁଠି ଜଳାଶୟ ଶୁଖିଲା ପଡ଼ି ତାହା ଖେଳ ପଡ଼ିଆ ପାଲଟିଛି। ଆଉ କେତେକ ସ୍ଥାନରେ ଜଳାଶୟ ଗୁଡ଼ିକ ଡମ୍ପିଂୟାର୍ଡ଼ ପାଲଟି ଥିବାବେଳେ କେତେକ ସ୍ଥାନରେ କାରଖାନାରୁ ନିଷ୍କାସିତ ପାଉଁଶ(ଆସ୍‌) ଦ୍ୱାରା ଜଳାଶୟ ଗୁଡ଼ିକୁ ପୋତି ଦିଆଯାଉଛି। ଏପରିକି କିଛି ନିର୍ଦ୍ଦିଷ୍ଟ ଜଳାଶୟକୁ ଏଭଳିଭାବେ ପୋତି ଦେଇ ତାକୁ ବିକ୍ରି କରି ଦିଆଯାଇଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ବିଭିନ୍ନ ସମୟରେ ହୋଇ ଆସୁଛି। ତେବେ ଯେଉଁ ଅଳ୍ପ କେତେକ ଜଳାଶୟରେ ପାଣି ରହିଛି, ତାହା ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବ୍ୟବହାର ଉପଯୋଗୀ ହୋଇପାରୁ ନାହିଁ। ଏଭଳିସ୍ଥଳେ ଜଳକଷ୍ଟ ସାଧାରଣରେ ପରିଣତ ହୋଇଥିବା ବେଳେ ଜଳସ୍ତର ହ୍ରାସ ପାଉଛି ଏବଂ ଏହା ମଧ୍ୟ ବିଶ୍ୱ ତାପାୟନର ଏକ ପ୍ରମୁଖ କାରଣ ସାଜିଛି ବୋଲି ପରିବେଶବିତ୍‌ ମହଲରେ ମତପ୍ରକାଶ ପାଇଛି।
ବରଗଡ଼ ପୌର ପରିଷଦ ଏଥିରୁ ବାଦ୍‌ ପଡ଼ି ନାହିଁ। ୧୯ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦରେ ଏକଦା ପ୍ରତି ୱାର୍ଡ଼ରେ ଏକାଧିକ ଜଳାଶୟ(ବନ୍ଧ,କଟା) ରହିଥିଲା। ସେଗୁଡ଼ିକର ପୃଥକ୍‌ ନାମ ମଧ୍ୟ ରହିଥିଲା। ଏହି କ୍ରମରେ କେବଳ ବରଗଡ଼ ସହରରେ ପୂର୍ଣ୍ଣିବନ୍ଧ, ମଝଲି ବନ୍ଧ, ବାହାବଲ ବନ୍ଧ, ସୁନାରୀ ବନ୍ଧ, ରାଣୀବନ୍ଧ, ଭୁର୍ଷୁନ ବନ୍ଧ, ଦୋରାବନ୍ଧ, ନିଲିବନ୍ଧ, ମନାବନ୍ଧ, ଦାନୀକଟା, ଖଜୁରକଟା, ନାମବନ୍ଧ, ରୁହୁନିଆ ବନ୍ଧ, ବିଶି ବନ୍ଧ, ଫକୀରା ବନ୍ଧ ନାମକ ୨୫ରୁ ଊର୍ଦ୍ଧ୍ୱ ଜଳାଶୟ ରହିଥିଲା। ସେହି ଜଳାଶୟର ପାଣିକୁ ସ୍ଥାନୀୟ ଲୋକେ ପିଇବାଠାରୁ ଆରମ୍ଭ କରି ରୋଷେଇ ଏବଂ ଅନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରୁଥିଲେ। ମାତ୍ର ଏବେ ସହରରେ ଆଉ ଜଳାଶୟ ନାହିଁ କହିଲେ ଚଳେ। ହାତଗଣତି ଯେଉଁ କେତୋଟି ଜଳାଶୟ ରହିଛି, ତାହା ମଧ୍ୟ ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି। କୌଣସି ବି ଜଳାଶୟର ପାଣି ଆଉ ବ୍ୟବହାର ଉପଯୋଗୀ ଅବସ୍ଥାରେ ନାହିଁ। ଏଭଳି ସ୍ଥଳେ ଜଳାଶୟର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଥିବାବେଳେ ସେଗୁଡ଼ିକ ଦିନକୁ ଦିନ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଯାଉଛି। ଅନ୍ୟପଟେ ଜଳାଶୟ ପୁନରୁଦ୍ଧାର ନାମରେ ସରକାରୀ ଅନୁଦାନ ମଧ୍ୟ ଆସୁଛି। କିନ୍ତୁ କାଗଜ କଲମରେ ପୁନରୁଦ୍ଧାର କାର୍ଯ୍ୟ ସୀମିତ ରହି ଯାଉଛି ଏବଂ ଜଳାଶୟ ଗୁଡ଼ିକର ଅବସ୍ଥା ଯେଉଁ ତିମିରେକୁ ସେହି ତିମିରେ ରହି ଯାଉଛି।

ଏମାନେ ଯାହା କୁହନ୍ତି…

ହ୍ରାସ ପାଉଛି ଜଳସ୍ତର
ବରଗଡ଼ ସହରରେ ଅନେକ ଗୁଡ଼ିଏ ଜଳାଶୟ ଥିଲା। ବର୍ଷାଦିନେ ତ ସେ ଗୁଡ଼ିକ ପାଣିରେ ପୂରି ରହୁଥିଲା। ଅନ୍ୟଦିନ ଗୁଡ଼ିକରେ ମଧ୍ୟ କେନାଲରୁ ପାଣି ଆଣି ସେଠାରେ ଭର୍ତ୍ତି କରାଯାଉଥିଲା। ସେତେବେଳେ ଅଞ୍ଚଳର ଜଳସ୍ତର ମଧ୍ୟ ଠିକ୍‌ ରହୁଥିଲା। ନଳକୂପ ଖୋଲିଲେ ୧୦/୧୫ଫୁଟ୍‌ ଗଭୀରରୁ ପାଣି ବାହାରି ଯାଉଥିଲା। ମାତ୍ର ଏବେ ଆଉ ତାହା ପରିଲକ୍ଷିତ ହେଉ ନାହିଁ। ଏବେ ବହୁ ଗଭୀରକୁ ଖୋଲାଗଲେ ଯାଇ ନଳକୂଅରୁ ପାଣି ବାହାରୁଛି। ଜଳାଶୟ ଗୁଡ଼ିକ ଅସ୍ତିତ୍ୱ ହରାଇ ବସି ଥିବାରୁ ଜଳସ୍ତର ହ୍ରାସ ପାଇଛି ଏବଂ ସେଥିପାଇଁ ସେଭଳି ହେଉଛି।
-ପ୍ରେମାନନ୍ଦ ଭୋଇ, ବରଗଡ଼
ଜାଣି ଅଜଣା ପ୍ରଶାସନ
ପୂର୍ବପୁରୁଷମାନେ ବହୁ ପରିଶ୍ରମ କରି ଜଳାଶୟ ଗୁଡ଼ିକୁ ଖୋଲିଥିଲେ। ସେତେବେଳେ ପାଣିର ଅଭାବ ନଥିଲା। ହେଲେ ଏବେ ସହରରେ ଆଉ ଜଳାଶୟ ନାହିଁ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଯେଉଁ କେତୋଟି ବନ୍ଧ, କଟା ରହିଛି, ତାହା ଶୁଖିଲା ପଡ଼ିଛି। ଘାସ,ଲଟାରେ ତାହା ପୂରି ରହିଛି। ସେଠାରେ ମଇଲା, ଆବର୍ଜନା ପୂର ରହଛି। କିଛି ଲୋକେ ମଧ୍ୟ ବନ୍ଧ,କଟା ଗୁଡ଼ିକୁ ମାଡ଼ି ବସିଛନ୍ତି। ସବୁ ଜାଣି ପ୍ରଶାସନ ଅଜଣା ରହୁଛି। ଅନ୍ୟପଟେ ସହରରେ ପାଣି ସମସ୍ୟା ଲାଗି ରହିଛି। ଏଭଳି ସ୍ଥିତିରେ ସବୁ ବନ୍ଧ, କଟାର ପୁନରୁଦ୍ଧାର କରାଯିବା ଜରୁରୀ ହୋଇ ପଡ଼ିଛି।
-ଶିବାନନ୍ଦ ମଟାରୀ, ବରଗଡ଼
ଜଳ, ମୃତ୍ତିକା ସଂରକ୍ଷଣ ପ୍ରଭାବିତ
ଜଳାଶୟ ଗୁଡ଼ିକ ଜବରଦଖଲ ଯୋଗୁ ଦିନକୁ ଦିନ ସଂକୁଚିତ ହୋଇ ପଡୁଛି। ସେ ଗୁଡ଼ିକ ଅପରିଷ୍କୃତ ଭାବେ ମଧ୍ୟ ପଡ଼ି ରହିଛି। ଅନେକ ଶୁଖିଲା ରହୁଛି। ଏହାଦ୍ୱାରା ଉଭୟ ଜଳ, ମୃତ୍ତିକା ସଂରକ୍ଷଣ ପ୍ରଭାବିତ ହେବା ସହିତ ପରିବେଶ ଉପରେ ମଧ୍ୟ କୁପ୍ରଭାବ ପକାଉଛି। ଫଳରେ ରାଜସ୍ବ ବିଭାଗ ଏବଂ ଜିଲା ପ୍ରଶାସନ ଜନହିତ ଦୃଷ୍ଟିରୁ ଜରୁରୀକାଳୀନ ଭାବେ ଏହାର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି। ନଚେତ୍‌ ଗୋଟିଏ ଦଶନ୍ଧି ଭିତରେ ଗାଧୋଇବା ପାଇଁ ମଧ୍ୟ ପାଣି ମିଳିବ ନାହିଁ।
-କିରଣ କୁମାର ମିଶ୍ର, ବରଗଡ଼
ଜବରଦଖଲମୁକ୍ତ କରିବା ଜରୁରୀ
ସହରର ଅନେକ ବନ୍ଧ, କଟାକୁ ଜବରଦଖଲ କରି ଲୋକେ କୋଠାବାଡ଼ି ନିର୍ମାଣ କରିଛନ୍ତି। ଜବରଦଖଲ ଯୋଗୁ ଜଳାଶୟ ଗୁଡ଼ିକ ପୂରାପୂରି ଭାବେ ଅସ୍ତିତ୍ୱ ମଧ୍ୟ ହରାଇ ସାରିଛନ୍ତି। ଆଉ କେତେକ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ବରଗଡ଼ ପ୍ରଶାସନ ସହରର ରାସ୍ତାଘାଟରୁ ଜବରଦଖଲ ଉଚ୍ଛେଦ କରୁଛି, ତାହା ସ୍ବାଗତଯୋଗ୍ୟ। କିନ୍ତୁ ରାସ୍ତାଘାଟରେ ଯେଭଳି ଉଚ୍ଛେଦ ଚାଲିଛି, ଅନୁରୂପଭାବେ ସାମ୍ପ୍ରତିକ ସ୍ଥିତିରେ ବରଗଡ଼ ସହରରେ ରହିଥିବା ସମସ୍ତ ଜଳାଶୟ ଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଜବରଦଖଲମୁକ୍ତ କରାଯିବା ଜରୁରୀ ହୋଇ ପଡ଼ିଛି।
-ରାଜେନ୍ଦ୍ର ସିକନ୍ଦର, ବରଗଡ଼
ସରକାରୀ କଳର ଉଦାସୀନତା ଦାୟୀ
ବରଗଡ଼ ଜିଲାର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଗୁଡ଼ିକରେ ଜଳାଶୟ ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ରହିଛି। ସେଠାରେ ରହିଥିବା ପାଣି ମଧ୍ୟ ବ୍ୟବହାର ଉପଯୋଗୀ ନୁହେଁ। ତାହା ବ୍ୟବହାର କରି ଲୋକେ ନାନା ରୋଗାକ୍ରାନ୍ତ ମଧ୍ୟ ହେଉଛନ୍ତି। ସ୍ଥାନୀୟ ଜନ ପ୍ରତିନିଧି ଏବଂ ସରକାରୀ କଳ ପୁନରୁଦ୍ଧାର କାର୍ଯ୍ୟରେ ଯେଭଳି ପଦକ୍ଷେପ ନେବା କଥା, ସେଥିପ୍ରତି ଆଦୌ ଧ୍ୟାନ ଦେଉ ନାହାନ୍ତି। ଫଳରେ ଆଗଭଳି ଆଉ ଜଳାଶୟ ନାହିଁ।
-ରାମ ନାରାୟଣ ଭୋଇ, ଧାଙ୍ଗେର

 

Dharitri – Odisha’s No.1 Odia Daily

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?