Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ: ‘ଭାରତକୁ ସଂଘର୍ଷ କରିବାକୁ ପଡ଼ିପାରେ’

ନୂଆଦିଲ୍ଲୀ, ୨୪ା୫(ପି.ଟି.)-ସାଉଥାମ୍ପଟନର ଏଜାସ ବାଓଲଠାରେ କଣ୍ଡିଶନ ଯଦି ପେସ୍‌ ବୋଲରଙ୍କୁ ସୁହାଏ ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତୀୟ କ୍ରିକେଟ ଦଳକୁ ସଂଘର୍ଷ କରିବାକୁ ପଡ଼ିପାରେ। ଏକଥା କହିଛନ୍ତି, ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପନେସର। ୟୁନାଇଟେଡ କିଙ୍ଗ୍‌ଡମ୍‌ରେ ବର୍ତ୍ତମାନ ବର୍ଷା ଓ କୋହଲା ପାଗ ଚାଲିଛି। ମ୍ୟାଚ୍‌ ଜୁନ୍‌ ୧୮ରୁ ଖେଳାଯିବା କାର୍ଯ୍ୟକ୍ରମ ରହିଛି। ସେତେବେଳେ ଯଦି ଏହି ପାଗ ଦେଖାଯାଏ ତେବେ ଭାରତୀୟ ଓ ନ୍ୟୁଜିଲାଣ୍ଡ ସିମରମାନଙ୍କ ମଧ୍ୟରୁ କିଏ ପରିସ୍ଥିତିରୁ ଫାଇଦା ଉଠାଇ ପାରୁଛି ତାହା ଦେଖାଯିବ। କିନ୍ତୁ ମୁଭିଂ ବଲ୍‌କୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଭଲ ଖେଳିପାରନ୍ତି। ହେଲେ ବନ୍ଦର ସହର ସାଉଥାମ୍ପଟନରେ ଆକାଶ ଯଦି ନିର୍ମଳ ରୁହେ ତେବେ କଣ୍ଡିଶନ ଭାରତୀୟଙ୍କୁ ଅଧିକ ସୁହାଇବ ବୋଲି ପୂର୍ବତନ ବାମହାତୀ ସ୍ପିନର କହିଛନ୍ତି। ଅନ୍ୟପଟେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଗ୍ରୀନ୍‌ ଟପ୍‌ ନ କରି ନ୍ୟୁଟ୍ରାଲ ପିଚ୍‌ ପ୍ରସ୍ତୁତ କରିବ ବୋଲି ସେ ଆଶା କରନ୍ତି। ଏଜାସ ବାଓଲରେ ଉତ୍ତମ ଡ୍ରେନିଂ ସିଷ୍ଟମ୍‌ ରହିଛି। ମେଘମୁକ୍ତ ଓ ସୂର୍ଯ୍ୟାଲୋକ ପରିବେଶରେ ଏହି ଷ୍ଟାଡିୟମ ଅତି ସୁନ୍ଦର ଦେଖାଯାଇଥାଏ। ମ୍ୟାଚଟି ସମ୍ପୂର୍ଣ୍ଣ ୪ କିମ୍ବା ୫ଦିନ ଖେଳାଯିବ ବୋଲି ତାଙ୍କର ଆଶା। ପାଗ ଯଦି ଭଲ ରୁହେ ତେବେ ଭାରତ ଫେଭରାଇଟ୍‌ ରହିବ। ଦଳ ୨ ସ୍ପିନର (ଅଶ୍ୱିନ ଓ ଜାଡେଜା) ଏବଂ ୩ ସିମ୍‌ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ତେଣୁ ଅନେକ କିଛି ପାଗ ଉପରେ ନିର୍ଭର କରୁଛି। ଭାରତୀୟ ଦଳ ଜୁନ୍‌ ୨ରେ ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ)ରେ ପହଞ୍ଚତ୍ବ। ଦଳ ଟ୍ରେନିଂ ପାଇଁ ଅତି କମ୍‌ରେ ୧୦ ଦିନ ସମୟ ପାଇବ। ଅନ୍ୟପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟଶିପ୍‌ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ଅନେକଙ୍କ ମତରେ ଏଥିରୁ ଦଳ ଫାଇଦା ଉଠାଇବ। କିନ୍ତୁ ପନିସରଙ୍କ ମତରେ ଏହା ଦୁଇଧାର ବିଶିଷ୍ଟ ଖଣ୍ଡାଭଳି ହେବ। ଦୁଇଟି ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ଯଦି ଭଲ କରେ ତେବେ ଭାରତ ବିପକ୍ଷରେ ସେମାନେ ଫେଭରାଇଟ ସାବ୍ୟସ୍ତ ହେବେ। କିନ୍ତୁ ଦଳ ଯଦି ପରାଜୟ ବରଣ କରେ ତେବେ ଆତ୍ମବିଶ୍ୱାସ ହରାଇ ବସିବ। ବର୍ଷର ଏହି ସମୟରେ ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ୍‌ ବେଶ୍‌ ପ୍ରଭାବୀ ହୋଇଥାନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ କେତେଜଣ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ଏକ ବି’ ଦଳ ମନୋନୟନ କରିଛି। ତେଣୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri