ରୋଜା ରଖୁ ନ ଥିବା ଲୋକଙ୍କ ପାଇଁ ବଡ଼ ଘୋଷଣା

ଦୁବାଇ,୧୩।୪: ମୁସଲିମ୍‌ ସମ୍ପ୍ରଦାୟର ବଡ଼ ପର୍ବ ରମଜାନ ଏପ୍ରିଲ ୧୪ରୁ ଆରମ୍ଭ ହେବାକୁ ଯାଉଛି। ରମଜାନର ପବିତ୍ର ମାସରେ ଲୋକମାନେ ପରସ୍ପରଙ୍କୁ ଆଲିଙ୍ଗନ କରି ଅଭିବାଦନ ସହ ଶୁଭେଚ୍ଛା ଜଣାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଏମିତି କେତେକ ଦେଶ ଅଛି ଯେଉଁଠାରେ ରମଜାନ ସମୟରେ ସମସ୍ତ ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଇଥାଏ। ଏଥିରେ ଦୁବାଇ ମଧ୍ୟ ସାମିଲ ରହିଛି। ଯେଉଁଠାରେ ରମଜାନ ସମୟରେ ସମସ୍ତ ରେଷ୍ଟୁରାଣ୍ଟଗୁଡ଼ିକରେ ପରଦା ଲଗାଯାଇଥାଏ। ଉପବାସ ରଖୁଥିବା ଲୋକଙ୍କ ଆଖିରୁ ଖାଦ୍ୟ ସାମଗ୍ରୀକୁ ଦୂରେଇ ରଖିବା ପାଇଁ ଏଭଳି କରାଯାଇଥାଏ। କିନ୍ତୁ ଏବେ ଦୁବାଇର ଏହି ନିୟମରେ ପରିବର୍ତ୍ତନ ଆଣାଯାଇଛି। ବାହାରେ ଖାଦ୍ୟ ଖାଇବାକୁ ରୁଚି ରଖୁଥିବା ଲୋକମାନେ ଏବେ ରମଜାନ ସମୟରେ ରେଷ୍ଟୁରାଣ୍ଟରେ ଭୋଜନ କରିପାରିବେ। ଏଣିକି ରୋଜା ସମୟରେ ଦୁବାଇର ପର୍ଯ୍ୟଟକ ଓ ରୋଜା ରଖୁ ନ ଥିବା ଲୋକମାନଙ୍କ ପାଇଁ ଏହା ଏବେ ବନ୍ଦ ହେବ ନାହିଁ। ସୂଚନା ମୁତାବକ ଦୁବାଇରେ ଦୀର୍ଘ ଦିନରୁ ରମଜାନ ସମୟରେ ରେଷ୍ଟୁରାଣ୍ଟରେ ପରଦା ପକାଇବାର ଏକ ପ୍ରଥା ଚାଲିଆସିଥିଲା। ତେବେ ଏହି ପରମ୍ପରାକୁ ଏବେ ଭଙ୍ଗ କରାଯାଇଛି। ଏଥିସହ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ଏପ୍ରିଲ ୧୧ରେ ଅର୍ଥନୈତିକ ବିକାଶ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri