ସକ୍ରିୟ ହେଲେଣି ଶିକାରୀ

ଢେଙ୍କାନାଳ ଅଫିସ, ୪।୪:  ତମାମ ଯୋଜନା, ଆବଶ୍ୟକ ପଦକ୍ଷେପ ସତ୍ତ୍ୱେ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଶିକାରୀ ମୁକ୍ତ ହୋଇପାରୁନାହିଁ। ଜୀବଜନ୍ତୁଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ଭାବେ ପରିଚିତ ଏହି ସଂରକ୍ଷିତ ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ବନ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଅଭୟାରଣ୍ୟରେ ଚଢ଼ାଉ କରି ବନ କର୍ମଚାରୀମାନେ ୪ ଶିକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି।
ଅଭିଯୁକ୍ତମାନେ ହେଲେ ଗଁଦିଆ ଥାନା ବଣିଆ ଗ୍ରାମର ରାଜକିଶୋର ବାଲମୁଛ (୨୮), ବସନ୍ତ ଦେହୁରୀ (୬୦), ବୁଦୁରାମ ହେମ୍ବ୍ରମ୍‌ (୩୫) ଏବଂ ରେଙ୍ଗା ଟିଗୁ (୫୦)। ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ, ୨୦ ଅଫୁଟା ଗୁଳି, ୧ କେଜି ୭୦୦ ଗ୍ରାମ ମାଂସ, ଗୋଟିଏ ସାଇକେଲ ଏବଂ ୩ ସ୍ପଟ୍‌ ଲାଇଟ୍‌ ଜବତ କରାଯାଇଛି। ଜବତ ଶୁଖିଲା ମାଂସ ବାର୍‌ହା ଏବଂ ହରିଣର ବୋଲି ଅନୁମାନ କରାଯାଉଛି। ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି।
ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ସମ୍ପୃକ୍ତ ଶିକାରୀ ଅଭୟାରଣ୍ୟରେ ନିଅଁା ଲଗାଇ ଦେଇଥିଲେ। ଗୋଇନ୍ଦା ସୂଚନା ମିଳିବା ପରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡା. ପ୍ରକାଶଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶରେ କପିଳାସ ରେଞ୍ଜର ଗୌତମ ପ୍ରଧାନ ସଦଳବଳ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।
କପିଳାସ ଅଭୟାରଣ୍ୟ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି। ମାଂସ ଏବଂ ଅଙ୍ଗପ୍ରତ୍ୟଙ୍ଗ ଚାଲାଣ ପାଇଁ ଏଠାରେ ବ୍ୟାପକ ଶିକାର କରାଯାଉଛି। ଫଳରେ ଅନେକ ବିଲୁପ୍ତପ୍ରାୟ ଜୀବ ପ୍ରଜାତି ସଙ୍କଟରେ ପଡ଼ିଛନ୍ତି। ଅଭୟାରଣ୍ୟ ପରିସରରେ ଅବାଧ ଶିକାର ରୋକିବା ଲାଗି ବନ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ରାତ୍ରିକାଳୀନ ପାଟ୍ରୋଲିଂ କରାଯାଉଥିବାବେଳେ ଘନ ଘନ ଚଢ଼ାଉ ଜାରି ରହିଛି। ବର୍ଷକ ମଧ୍ୟରେ କେବଳ କପିଳାସ ଅଭୟାରଣ୍ୟ ଇଲାକାରୁ ୬୦ରୁ ଊର୍ଦ୍ଧ୍ୱ ଶିକାରୀ ଧରାପଡ଼ିଲେଣି। କିଛିଦିନ ହେଲା ଶିକାରୀଙ୍କ ଉପଦ୍ରବ ସାମାନ୍ୟ କମିଥିଲା। ତେବେ ପୁଣିଥରେ ଶିକାରୀ ସକ୍ରିୟ ହୋଇଉଠିବା ବନ ବିଭାଗ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଅପରପକ୍ଷ ଉକ୍ତ ଅଞ୍ଚଳକୁ ଶିକାରୀ ମୁକ୍ତ କରିବା ଲାଗି କପିଳାସ ପ୍ରାଣୀ ଉଦ୍ୟାନର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ଥିବା ଦୁଇ ହାତୀ କାର୍ତ୍ତିକ ଓ ଚନ୍ଦୁକୁ ଆସାମରୁ ଆସିଥିବା ମାହୁନ୍ତଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଛି। ଏହି ଦୁଇ ହାତୀ ତାଲିମ ନେବା ପରେ ଜଙ୍ଗଲରେ ଶିକାରୀଙ୍କୁ ଜଗିବେ। ସେହିପରି ନିଅଁା ଦାଉରୁ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଥର୍ମୋସେନ୍ସର ବିଶିଷ୍ଟ ଅତ୍ୟାଧୁନିକ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯାଉଛି। ତେବେ ସ୍ଥାନୀୟ ଅଞ୍ଚଳର ଶିକାରୀ ଗୋଷ୍ଠୀ ବନ ବିଭାଗକୁ ଚକ୍‌ମା ଦେବାରେ ସକ୍ଷମ ହେଉଛନ୍ତି। ଅତ୍ୟାଧୁନିକ କୌଶଳ, କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇ ଶିକାରୀଙ୍କୁ ଦମନ କରାଗଲେ ଜିଲାର ସଂରକ୍ଷିତ ଜଙ୍ଗଲ ଏବଂ କପିଳାସ ଅଭୟାରଣ୍ୟର ବନ୍ୟପ୍ରାଣୀ ସୁରକ୍ଷିତ ଭାବେ ବିଚରଣ କରିପାରିବେ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri