ଏଇ ଭାରତରେ

ଚାକିରି ଛାଡ଼ି ଜମ୍ମୁ-କଶ୍ମୀରରେ ପ୍ରଥମ ଅନ୍‌ଲାଇନ ଗ୍ରସେରି ଷ୍ଟୋର କରିବାର ଶ୍ରେୟ ନେଇଛନ୍ତି ମଲିକ ଆଦିଲ୍‌। ଜମ୍ମୁ-କଶ୍ମୀରର ବନ୍ଦିପୁର ଅଞ୍ଚଳର ମଲିକ ଦିନକୁ ୪୦୦ ଅର୍ଡର ପାଉଛନ୍ତି ଓ ୭୦ ମିନିଟ୍‌ ମଧ୍ୟରେ ଦୁର୍ଗମ ଅଞ୍ଚଳରେ ରାଶନ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। ତାଙ୍କ ଷ୍ଟୋରର ନାମ ରଖିଛନ୍ତି ‘ଗ୍ରେକ୍ସେରି’। ମଲିକ ମାର୍କେଟିଂରେ ଏମ୍‌ବିଏ ଡିଗ୍ରୀ ହାସଲ କରିବା ପରେ ବେଙ୍ଗାଲୁରୁରେ ଏକ ଅନ୍‌ଲାଇନ ଗ୍ରୋସେରି ଡେଲିଭରି ଷ୍ଟୋରରେ କାର୍ଯ୍ୟ କରୁଥିତ୍ଲେ। ପରେ କଶ୍ମୀର ଫେରି ଶ୍ରୀନଗରରେ ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ ଲକ୍‌ଡାଉନ ସମୟରେ ବନ୍ଦିପୁର ଫେରିବା ପରେ ବୟସ୍କ ଲୋକମାନେ ଗ୍ରୋସେରି ସାମଗ୍ରୀ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟକରି ସେ ତାଙ୍କ ସାଙ୍ଗମାନଙ୍କ ସହଯୋଗରେ ସେମାନଙ୍କୁ ସାମଗ୍ରୀ ଯୋଗାଉଥିଲେ। ଏହାପରେ ଜୁଲାଇ, ୨୦୨୦ରେ ସେ ଇ-କମର୍ସ ଷ୍ଟୋର ଆରମ୍ଭ କରି ସେବେଠାରୁ ଲୋକମାନଙ୍କ ପାଖରେ ସାମଗ୍ରୀ ପହଞ୍ଚାଇବାରେ ଲାଗିଛନ୍ତି। ୭୦% ପେମେଣ୍ଟ ଅନ୍‌ଲାଇନରେ ହେଉଛି। ଏବେ ମଲିକ ତାଙ୍କ ଟିମ୍‌ରେ ୩୫ଜଣଙ୍କୁ ସାମିଲ୍‌ କରିଛନ୍ତି। ସେ ଆଗକୁ ୧୦୦ ଜଣଙ୍କୁ ନିଯୁକ୍ତି ଦେଇ ଲୋକମାନଙ୍କ ପାଖରେ ସହଜରେ ଓ କମ୍‌ ସମୟରେ ଗ୍ରୋସେରି ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri