Posted inଖେଳ

ସୂର୍ଯ୍ୟକୁମାର ନୁହେଁ ବରଂ ଏହି ଖେଳାଳି ହୃଦୟ ଜିତିଲେ ବୋଲି କହିଲେ ସେହଓ୍ବାଗ୍‌, ଏଭଳି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୯।୩: ଗୁରୁବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ର ଚତୁର୍ଥ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।  ତାଙ୍କର ୫୭ରନ୍‌ର ପାଳିକୁ ଅନେକ ପ୍ରଶଂସା କରିବା ସହ ସେ ଭବିଷ୍ୟତରେ ଭାରତ ପାଇଁ ଜଣେ ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍‌ ପାଲଟିବେ ବୋଲି ଅନେକ ମତ ରଖିଥିଲେ। ଏହି ଯୋଗଦାନକୁ ନେଇ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ମଧ୍ୟ ଘୋଷଣା କରାଯାଇଥିଲା। ଏସବୁ ସତ୍ତ୍ୱେ ସୂର୍ଯ୍ୟକୁମାରଙ୍କ ପ୍ରଶଂସା କରିବା ବଦଳରେ ଦଳର ଅନ୍ୟ ଏକ ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବ ଭାରତୀୟ ଓପନର୍‌ ବିରେନ୍ଦ୍ର ସେହଓ୍ବାଗ୍‌। ସେ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା।

ଚତୁର୍ଥ ଟି୨୦ରେ ଟସ୍‌ ହାରିବା ପରେ ଭାରତ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ହେଲେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶୀର୍ଷ କ୍ରମ ଏକପ୍ରକାର ଫେଲ ମାରିଥିଲେ। ହେଲେ ସୂର୍ଯ୍ୟକୁମାର ସ୍ଥିତିକୁ ସମ୍ଭାଳି ନେଇଥିଲେ। ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କ ବ୍ୟାଟିଂ ଯୋଗୁ ଭାରତ ୮ ଉଇକେଟ ହରାଇ ୧୮୫ ରନ୍‌ କରିଥିଲା। ଏହା ଇଂଲଣ୍ଡ ପାଇଁ ସହଜ ବିଜୟ ଲକ୍ଷ୍ୟ ଥିଲା। ଏଭଳିସ୍ଥିତିରେ ଭାରତୀୟ ବୋଲରମାନଙ୍କ ଉପରେ ଦାୟିତ୍ୱ ବଢ଼ିଯାଇଥିଲା। ଶାର୍ଦ୍ଦୁଳ ଠାକୁର ୩ ଉଇକେଟ ନେଇଥିଲେ ହେଁ ୪୨ ରନ୍‌ ଦେଇଥିଲେ। ପରେ ଓ୍ବାଶିଂଟନ ସୁନ୍ଦର କୌଣସି ଉଇକେଟ ନ ନେଇ ୫୨ ରନ୍‌ ଦେଇଥିଲେ। ରାହୁଲ ଚହର ୩୫ ରନ୍‌ରେ ୨ ଉଇକେଟ ନେଇଥିଲେ। ଭୁବନେଶ୍ୱର କୁମାର ୩୦ ରନ୍‌ ଦେଇ ୧ ଉଇକେଟ ନେଇଥିଲେ। ହେଲେ କେବଳ ହାର୍ଦ୍ଦିକ ୨ ଉଇକେଟ ନେବା ସହ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ସହଜରେ ରନ୍‌ କରିବାକୁ ଦେଇ ନ ଥିଲେ। ଅପରେଶନ ପରେ ଫିଟ୍‌ ହୋଇ ବୋଲିଂ କରୁଥିବା ହାର୍ଦ୍ଦିକ ୪ ଓଭରରେ ମାତ୍ର ୧୬ ରନ୍‌ ଦେଇଥିଲେ। ଏହା ସେହଓ୍ବାଗଙ୍କୁ ପ୍ରଭାବିତ କରିଛି। ତାଙ୍କ ସପକ୍ଷରେ ସେହଓ୍ବାଗ ଟୁଇଟ୍‌ କରିଛନ୍ତି। ୨/୧୬ ତାଙ୍କର ପ୍ରଦର୍ଶନ ବେଶ ଭଲ ବୋଲି ସେ କହିବା ସହ ମ୍ୟାଚ୍‌ ଜିତିବା ପଛରେ ତାଙ୍କର ହାତ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri