Posted inଖେଳ

ମୁଖ୍ୟ କାର୍ଯ୍ୟନିର୍ବାହୀ ସାହନୀଙ୍କୁ ଛୁଟିରେ ପଠାଇଲା ଆଇସିସି, କାର୍ଯ୍ୟକାଳ ପୂରାହେବା ପୂର୍ବରୁ ଇସ୍ତଫା ଦେଇପାରନ୍ତି

ନୂଆଦିଲ୍ଲୀ,୧୧।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁଖ୍ୟ କାର୍ଯନିର୍ବାହୀ (ସିଇଓ) ମନୁ ସାହନୀଙ୍କୁ ଛୁଟିରେ ଆଇସିସି ପଠାଇଛି। ଫଳରେ ସେ କାର୍ଯ୍ୟକାଳ ପୂରା ହେବା ପୂବରୁ ଇସ୍ତଫା ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ଅଡିଟ୍‌ ଫାର୍ମ ପ୍ରାଇସ୍‌ ଓ୍ବାଟରହାଉସ୍‌ କୁପର୍ସର ଏକ ଅନ୍ତରୀଣ ଯାଞ୍ଚରେ ତାଙ୍କର କାର୍ଯ୍ୟକଳାପ ତଦନ୍ତ ପରିସରଭୁକ୍ତ ହୋଇଛି। ସେ ସନ୍ଦେହ ଘେରକୁ ଆସିଛନ୍ତି। ୨୦୧୯ ଆଇସିସି ବିଶ୍ୱକପ୍‌ ପରେ ଡେଭ ରିଚାର୍ଡସନ ଇସ୍ତଫା ଦେବାରୁ ସାହନୀ ସିଇଓ ପଦରେ ନିଯୁକ୍ତ ହୋଇଥିଲେ। ସେ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିଥାନ୍ତେ। ବିଭିନ୍ନ ନୀତି ନିର୍ଦ୍ଧାରଣ ନେଇ ପ୍ରଭାବଶାଳୀ କ୍ରିକେଟ ବୋର୍ଡଗୁଡିକ ସହିତ ତାଙ୍କର ସେତେଟା ମଧ୍ୟ ଭଲ ସମ୍ପର୍କ ନ ଥିଲା।
କେବଳ ସେତିକି ନୁହେଁ ନିଜ ସହକର୍ମୀଙ୍କ ସହ ମଧ୍ୟ ତାଙ୍କର ବ୍ୟବହାର ଭଲ ନ ଥିଲା। ସହକର୍ମୀଙ୍କ ସହ ତାଙ୍କର ବ୍ୟବହାର ମୁକାବିଲାମୂଳକ ଥିଲା ବୋଲି ଆଇସିସି ବୋର୍ଡ ସହିତ ଜଡିତ ଜଣେ ଅଧିକାରୀ କହିଛନ୍ତି। କିଛି ସମୟ ହେବ ସେ ଅଫିସ୍‌କୁ ଆସୁ ନ ଥିଲେ। ଫଳରେ ମଙ୍ଗଳବାର ୫୬ ବର୍ଷୀୟ ସାହନୀଙ୍କୁ ଛୁଟିରେ ପଠାଇବାକୁ ଆଇସିସି ନିଷ୍ପତ୍ତି ନେଇଛି। ଆଇସିସିର ନୂଆ ଅଧ୍ୟକ୍ଷ ନିର୍ବାଚନ ପରଠାରୁ ସେ ଚାପରେ ରହିଥିଲେ। ନଭେମ୍ବରରେ ଗ୍ରେଗ୍‌ ବାର୍କଲେ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ସାହନୀଙ୍କ କାର୍ଯ୍ୟକରିବାର ଶୈଳୀ ଅଜବ ପ୍ରକାରର ଥିଲା ଓ ରିଚାର୍ଡସନଙ୍କଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଫଳରେ ଅନ୍ୟ କର୍ମଚାରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ନ ଥିଲା। ତାଙ୍କ କାର୍ଯ୍ୟକଳାପରେ କେତୋଟି କ୍ରିକେଟ ବୋର୍ଡ ଅସନ୍ତୁଷ୍ଟ ରହିଥିଲେ। ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯେତେବେଳେ ସିଙ୍ଗାପୁରର ଇମ୍ରାନ ଖ୍ବାଜା ଓ ବାର୍କଲେ ମୁହଁାମୁହିଁ ହୋଇଥିଲେ ସେତେବେଳେ ସାହନୀ ଅତ୍ୟଧିକ ଭାବେ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରିଥିଲେ ଓ ଏହା ଅବାଞ୍ଚିତ ଥିଲା। ପୁଣି ପରବର୍ତ୍ତୀ ସମୟରେ ବିଭିନ୍ନ ଇଭେଣ୍ଟ ଆୟୋଜନ କରିବା ନେଇ ସେ ବିଭିନ୍ନ ବୋର୍ଡ ବିଡ୍‌ ଦାଖଲ କରିବା ସହ ଅର୍ଥ ଦେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ସେ ସମର୍ଥନ କରିଥିଲେ। ଫଳରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ବିଭିନ୍ନ ବୋର୍ଡ ବୈଠକରେ ସମ୍ପୂର୍ଣ୍ଣ ଭାବେ ତାଙ୍କ ବିପକ୍ଷରେ ରହିଥିଲେ। ପୁଣି ୨୦୩୦-୩୧ରୁ ଆଗାମୀ ୮ ବର୍ଷ ପାଇଁ ପ୍ରତିବର୍ଷ ଅତିକମ୍‌ରେ ଗୋଟିଏ ଆଇସିସି ଇଭେଣ୍ଟ ଆୟୋଜନ କରିବା ନିଷ୍ପତ୍ତିକୁ ମଧ୍ୟ ସେ ସମର୍ଥନ କରିଥିଲେ। ତେବେ ପ୍ରଭାବଶାଳୀ ବୋର୍ଡମାନେ ଏହାକୁ ବିରୋଧ କରିଥିଲେ।
ଯଦି ସାହନୀ ଇସ୍ତଫା ନ ଦିଅନ୍ତି ତାହାହେଲେ ସମସ୍ତ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମିଳିତ ଭାବେ ପଦରୁ ବହିଷ୍କାର କରିପାରନ୍ତି। ତାଙ୍କୁ ପଦରୁ ହଟାଇବାକୁ ହେଲେ ୧୭ରୁ ୧୨ଟି ଭୋଟ୍‌ର ଆବଶ୍ୟକତା ରହିଛି। ଏହା ବୋର୍ଡ ଅଫ୍‌ ଡାଇରେକ୍ଟର୍ସଙ୍କ ଦୁଇ ତୃତୀୟାଂଶ। ଉଲ୍ଲେଖଥାଉ କି ସାହନୀ ସିଙ୍ଗାପୁର ସ୍ପୋଟର୍‌ସ ହବ୍‌ର ପୂର୍ବତନ ସିଇଓ ଭାବେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ୧୭ ବର୍ଷଧରି କାର୍ଯ୍ୟ କରିଆସୁଥିବା ଇଏସ୍‌ପିଏନ୍‌ ଷ୍ଟାର ସ୍ପୋଟର୍‌ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ମାଞ୍ଚେଷ୍ଟର ୟୁନାଇଟେଡ ଲିମିଟେଡର ନନ୍‌ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଓ ମେମ୍ବର ଅଫ୍‌ ଦି ଅଡିଟ୍‌ କମିଟି ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri