ଦ୍ୱିତୀୟ ଡୋଜ୍‌ ପରେ ବି ସଂକ୍ରମଣ

ଅହମଦାବାଦ/ନାଗପୁର, ୭।୩: କରୋନା ମହାମାରୀରେ ଭାରତରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଟିକା ଆସିଗଲେ ମହାମାରୀରୁ ରକ୍ଷା ମିଳିବ ବୋଲି ସମସ୍ତେ ଆଶା କରିଥିଲେ। ଏଥିପାଇଁ କୋଭିଡ୍‌ ଟିକାକୁ ଦୀର୍ଘଦିନ ଧରି ପ୍ରତୀକ୍ଷା କରାଯାଇଥିଲା। ସରକାର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ର କୋଭାକ୍ସିିନ ଟିକାକୁ ବ୍ୟବହାର ପାଇଁ ମଞ୍ଜୁରୀ ଦେବା ପରେ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଟିକା ନେଇସାରିଲେଣି। ଅଧିକାଂଶ ସ୍ବାସ୍ଥ୍ୟ କର୍ମଚାରୀ ଟିକାର ଦୁଇଟିଯାକ ଡୋଜ୍‌ ନେଇଥିବାବେଳେ ସେମାନେ ଆଉ ସଂକ୍ରମିତ ହେବେନି ବୋଲି ବିଶ୍ୱାସ କରାଯାଉଥିଲା। ତେବେ ଗୁଜରାଟ ଓ ମହାରାଷ୍ଟ୍ରରେ ଉଭୟ ଡୋଜ୍‌ ନେଇଥିବା ସ୍ବାସ୍ଥ୍ୟ କର୍ମଚାରୀ ପୁନର୍ବାର ସଂକ୍ରମିତ ହେବା ପରେ ଦେଶବାସୀଙ୍କ ଆଶା ମଉଳିଯାଇଛି। କୋଭିଡ୍‌ ଟିକାର ଫଳପ୍ରଦତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗୁଜରାଟର ଜଣେ ସ୍ବାସ୍ଥ୍ୟ ଅଧିକାରୀ କୋଭିଡ୍‌ ଟିକାର ଦୁଇଟି ଡୋଜ୍‌ ନେବା ପରେ କରୋନା ପଜିଟିଭ୍‌ ଥିବା ପରୀକ୍ଷାରୁ ଜଣାପଡିଛି। ଗାନ୍ଧୀନଗରର ଡେହଗାମ୍‌ ତାଲୁକ୍‌ର ଏହି ସ୍ବାସ୍ଥ୍ୟ ଅଧିକାରୀ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ଜାନୁୟାରୀ ୧୬ ଏବଂ ଦ୍ୱିତୀୟ ଡୋଜ୍‌ ଫେବୃୟାରୀ ୧୫ରେ ନେଇଥିଲେ। ତାଙ୍କୁ ଜ୍ୱର ହେବାରୁ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି ବୋଲି ଗାନ୍ଧୀନଗର ମୁଖ୍ୟ ସ୍ବାସ୍ଥ୍ୟାଧିକାରୀ ଡ. ଏମ୍‌.ଏଚ୍‌. ସୋଲାଙ୍କି କହିଛନ୍ତି। ତାଙ୍କୁ ହୋମ୍‌ ଆଇସୋଲେଶନରେ ରଖାଯାଇଛି।
ସେହିପରି ମହାରାଷ୍ଟ୍ରର ନାଗପୁର ଜିଲାରେ ଜଣେ ନର୍ସ ଦୁଇଟି ଡୋଜ୍‌ ନେବା ପରେ ସଂକ୍ରମିତ ହୋଇଛନ୍ତି। ସେ ଜାନୁୟାରୀ ୧୬ରେ କୋଭିଶିଲ୍ଡର ପ୍ରଥମ ଡୋଜ୍‌ ଏବଂ ଫେବୃୟାରୀ ୧୮ରେ ଦ୍ୱିତୀୟ ଡୋଜ୍‌ ନେଇଥିଲେ। ସେ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କଠାରେ ସଂକ୍ରମଣର ଲକ୍ଷଣ ଦେଖାଯିବାରୁ ମାର୍ଚ୍ଚ ୨ରେ ରାପିଡ୍‌ ଆଣ୍ଟିଜେନ୍‌ ଏବଂ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଥିଲା। ସେଥିରୁ ନର୍ସଙ୍କ ସମେତ ୪ ଜଣଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡ. ଦୀପକ ସେଲୋକର କହିଛନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ କେତେଜଣ ଟିକା ନେବା ପରେ ସଂକ୍ରମିତ ହୋଇଥିଲେ ହେଁ ତାହା ଗଣମାଧ୍ୟମକୁ ଆସିପାରି ନାହିଁ।
ଅନ୍ୟପକ୍ଷରେ ଟିକାର ଦୁଇଟି ଡୋଜ୍‌ ନେବା ପରେ ଶରୀରରେ ଆଣ୍ଟିବଡ଼ି ବିକଶିତ ହେବାକୁ ପାଖାପାଖି ୪୫ ଦିନ ସମୟ ନେଇଥାଏ। ତେଣୁ ଟିକା ନେବା ପରେ ବି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ଜରୁରୀ ବୋଲି ଗାନ୍ଧୀନଗର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

କୋଭିଡ୍‌ ପରୀକ୍ଷା, ଟିକାକରଣ ବଢ଼ାଅ
ଭାରତର ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ କେନ୍ଦ୍ର ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ସହିତ ପରୀକ୍ଷା ଓ ଟିକାକରଣ ବଢ଼ାଇବା ଲାଗି ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସମେତ ହରିୟାଣା, ଆନ୍ଧ୍ରପ୍ରଦେଶ, ଗୋଆ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ସକ୍ରିୟ ମାମଲା ସଂଖ୍ୟା ବଢ଼ିଚାଲିଛି। ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୬୩ ଜିଲା ସର୍ବାଧିକ ସଂକ୍ରମିତ। ସେଥିରେ ଓଡ଼ିଶାର ୧୦ ଜିଲା ରହିଛି। ଏହି ଜିଲାଗୁଡ଼ିକରେ କମ୍‌ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯିବା ସହ ସାପ୍ତାହିକ ପଜିଟିଭ୍‌ ସଂଖ୍ୟା ଅଧିକ ରହୁଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଫଳରେ ଏହି ଜିଲାଗୁଡ଼ିକ ପଡୋଶୀ ରାଜ୍ୟ ପାଇଁ ବିପଦ ସୃଷ୍ଟି କରିଛନ୍ତି।
ପ୍ରତି ପଜିଟିଭ୍‌ କେସ୍‌ ପାଇଁ ଅନୂ୍ୟନ ୨୦ ଜଣଙ୍କୁ କଣ୍ଟାକ୍ଟ ଟ୍ରେସିଂ କରାଯିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ କହିଛି। ମୋଟାମୋଟି ଭାବେ ପରୀକ୍ଷା ବଢ଼ାଇବା ସହିତ ଉପଲବ୍ଧ ଟିକାର ସର୍ବୋତ୍କୃଷ୍ଟ ବ୍ୟବହାର କରିବା ଏବଂ ଗମ୍ଭୀର ସ୍ଥିତିରେ ଥିବା ଜିଲାଗୁଡ଼ିକୁ ଫୋକସରେ ରଖିବା ଲାଗି କେନ୍ଦ୍ର ପରାମର୍ଶ ଦେଇଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବମାନଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ ନୀତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ ବିନୋଦ କେ. ପାଉଲଙ୍କ ବୈଠକ ପରେ ଏହି ପରାମର୍ଶ ଦିଆଯାଇଛି।
ମହାରାଷ୍ଟ୍ର ଏବଂ ପଞ୍ଜାବରେ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇଥିବାରୁ ଉକ୍ତ ରାଜ୍ୟକୁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ସ୍ବାସ୍ଥ୍ୟସେବା ଟିମ୍‌ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri