ଝୁଣ୍ଟିଆ ଫ୍ୟାଶନ

ହିନ୍ଦୁ ସଂସ୍କୃତି ଅନୁସାରେ ବିବାହିତା ନାରୀ ସାଧାରଣତଃ ପାଦରେ ଝୁଣ୍ଟିଆ ପିନ୍ଧିଥାନ୍ତି। କାରଣ ଏହା ସଧବା ନାରୀର ଏକ ଲକ୍ଷଣ ହୋଇଥାଏ। ସେଥିପାଇଁ ବାହାଘର ଦିନଠାରୁ ପ୍ରତି ସଧବା ନାରୀ ମଥାରେ ସିନ୍ଦୂର ଆଉ ହାତରେ ଶଙ୍ଖା ପିନ୍ଧିବା ସହ ପାଦରେ ଝୁଣ୍ଟିଆ ବି ପିନ୍ଧିଥାନ୍ତି। ଆଉ ତାକୁ ହିଁ ଲକ୍ଷ୍ୟ କରି ଆଜିକାଲି ଅନେକ ଲାଟେଷ୍ଟ ଡିଜାଇନ୍‌ର ଝୁଣ୍ଟିଆ ମାର୍କେଟକୁ ଆସିଗଲାଣି। ଆସନ୍ତୁ ଜାଣିବା ସେମିତି କିଛି ଲାଟେଷ୍ଟ ଝୁଣ୍ଟିଆ ଫ୍ୟାଶନ ସମ୍ପର୍କରେ…
ଷ୍ଟୋନ ଓ କୁନ୍ଦନର ଝୁଣ୍ଟିଆ: ଯେଉଁ ମହିଳାମାନଙ୍କୁ ବଡ଼ ଡିଜାଇନ୍‌ବାଲା ଝୁଣ୍ଟିଆ ପିନ୍ଧିବାକୁ ଭଲ ଲାଗେ ନାହିଁ, ସେମାନେ ଚାହିଁଲେ ଛୋଟ ଛୋଟ ଷ୍ଟୋନ୍‌ ଖଚିତ ଅବା ଷ୍ଟୋନ ସହିତ କୁନ୍ଦନର ବି କାମ ହୋଇଥିବା ୟୁନିକ୍‌ ଡିଜାଇନ୍‌ର ଝୁଣ୍ଟିଆ ପିନ୍ଧି ପାଦକୁ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇପାରିବେ। ବାହାଘର ଫଙ୍କ୍‌ସନରେ ଟିକେ ବଡ଼ ଶେପ୍‌ର କୁନ୍ଦନର ଝୁଣ୍ଟିଆ ପାଦରେ ପିନ୍ଧିଲେ ପାଦ ପୂରିଲା ପୂରିଲା ଦେଖାଯାଇଥାଏ।
ଫ୍ଲୋରାଲ୍‌ ଡିଜାଇନ୍‌ର ଝୁଣ୍ଟିଆ: ଯେଉଁ ମହିଳାମାନଙ୍କର ଟିକେ ଟ୍ରାଡିସ୍‌ନାଲ୍‌ ଝୁଣ୍ଟିଆ ପସନ୍ଦ, ସେମାନଙ୍କ ପାଇଁ ଫ୍ଲୋରାଲ୍‌ ଡିଜାଇନ୍‌ର ଝୁଣ୍ଟିଆ ବେଷ୍ଟ ଅପ୍ସନ ହୋଇଥାଏ। ଏବେ ଫ୍ଲୋରାଲ୍‌ ଡିଜାଇନ୍‌ର ବ୍ଲାକ୍‌ ମେଣ୍ଟାଲ ଝୁଣ୍ଟିଆ ବି ମିଳିଲାଣି, ଯାହାକୁ ମହିଳାମାନେ ଚାହିଁଲେ ଟ୍ରାଡିସ୍‌ନାଲ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧି ସୋବର୍‌ ଲୁକ୍‌ ପାଇପାରିବେ।
ରିଙ୍ଗ୍‌ ଷ୍ଟାଇଲ୍‌ ଝୁଣ୍ଟିଆ: ଆଜିକାଲି ତ ବିଭିନ୍ନ ଡିଜାଇନ୍‌ର ସିମ୍ପଲ ରିଂ ଷ୍ଟାଇଲ୍‌ ଝୁଣ୍ଟିଆ ବି ମିଳିଲାଣି; ଯାହାକୁ କୌଣସି ବି ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧି ହୋଇପାରିବ। ଏପରି କି ଆପଣ ଚାହିଁଲେ ଏହାକୁ ଗିଫ୍ଟ ଆକାରରେ ମଧ୍ୟ କାହାକୁ ଦେଇପାରିବେ, ଯାହା ଆପଣଙ୍କ ବଜେଟ୍‌କୁ ବି ଭଲ ସୁହାଇପାରିବ।
ହାର୍ଟ ଶେପ୍‌ ଝୁଣ୍ଟିଆ: ଯେଉଁମାନଙ୍କର ସିମ୍ପଲ ଡିଜାଇନ୍‌ କିନ୍ତୁ ଟିକେ ଆଟ୍ରାକ୍ଟିଭ୍‌ ଦେଖାଯାଉଥିବା ବାଲା ଝୁଣ୍ଟିଆ ପିନ୍ଧିବା ପସନ୍ଦ ସେମାନେ ଚାହିଁଲେ ଏହି ହାର୍ଟ ଶେପ୍‌ର ଝୁଣ୍ଟିଆ ଟ୍ରାଏ କରିପାରିବେ। ଖାସ୍‌କରି ଏହା ଶାଢ଼ି ଓ ଲେହେଙ୍ଗା ସହିତ ବେଶ୍‌ ଭଲ ମ୍ୟାଚ୍‌ କରିଥାଏ। ଏହାକୁ ଚାହିଁଲେ ନବବିବାହିତାଙ୍କୁ ମଧ୍ୟ ଗିଫ୍ଟ ଆକାରରେ ଦେଇପାରିବେ।
ଗୋଲ୍ଡେନ୍‌ କଲର୍‌ ଝୁଣ୍ଟିଆ: ଯଦି ଆପଣ ଓ୍ବେଡିଂ ଫଙ୍କ୍‌ସନରେ ପିନ୍ଧିବା ପାଇଁ ଗୋଲ୍ଡେନ୍‌ କଲର୍‌ର ଶାଢ଼ି ଅବା ଲେହେଙ୍ଗା କିଣିଛନ୍ତି, ତା’ହେଲେ ତାକୁ ମ୍ୟାଚ୍‌ କରି ସୁନ୍ଦର ଡିଜାଇନ୍‌ ବାଲା ଗୋଲ୍ଡେନ୍‌ କଲର୍‌ର କୌଣସି ଝୁଣ୍ଟିଆ ପିନ୍ଧନ୍ତୁ, ଦେଖିବେ ଲୁକ୍‌ କେତେ ଆକର୍ଷଣୀୟ ଲାଗିବ। ତେବେ ଆମ ଭିତରୁ ଅନେକେ ପାଦରେ ସୁନାର ଝୁଣ୍ଟିଆ ପିନ୍ଧିବାକୁ ପସନ୍ଦ କରି ନ ଥାନ୍ତି, ସେମାନେ ଚାହିଁଲେ ଆର୍ଟିଫିସିଆଲ୍‌ ଗୋଲ୍ଡେନ୍‌ କଲର୍‌ ଝୁଣ୍ଟିଆ ବି ଟ୍ରାଏ କରିପାରିବେ।
ଅକ୍ସିଡାଇଜ୍‌ଡ ଝୁଣ୍ଟିଆ: ଅକ୍ସିଡାଇଜ୍‌ଡ ଜୁଏଲେରିର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଖାସ୍‌ କରି ଶାଢ଼ି, ଅନାରକଲି ତଥା ଯେ କୌଣସି ଏଥିନିକ୍‌ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳେ। ଆଗରୁ ଆମେ ଅକ୍ସିଡାଇଜ୍‌ଡର ଚୁଡି, ଇୟର ରିଂ, ନେକଲେସ୍‌ ବିଷୟରେ ତ ଜାଣିଥିଲେ। ଏବେ ଅକ୍ସିଡାଇଜ୍‌ଡର ଖୁବ୍‌ ସୁନ୍ଦର ସୁନ୍ଦର ଝୁଣ୍ଟିଆ ବି ଆସିଲାଣି। ମହିଳାମାନେ ଚାହିଁଲେ ଏହାକୁ ଟ୍ରାଏ କରି ଭିନ୍ନ ଲୁକ୍‌ ମଧ୍ୟ ପାଇପାରିବେ।
ମଡର୍ନ ଝୁଣ୍ଟିଆ: ବିବାହିତା ନାରୀମାନେ ପାଦର ଛୋଟ ଛୋଟ ଆଙ୍ଗୁଠିରେ ସାଧାରଣତଃ ଝୁଣ୍ଟିଆ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏବେ ମଡର୍ନ ଷ୍ଟାଇଲ୍‌ରେ ଅନେକେ ପାଦର ବୁଢ଼ା ଆଙ୍ଗୁଠିରେ ବି ଝୁଣ୍ଟିଆ ପିନ୍ଧିବାକୁ ଆରମ୍ଭ କଲେଣି। ଆଉ ଏହି ଝୁଣ୍ଟିଆ ମୁଖ୍ୟତଃ ରାଉଣ୍ଡ ଶେପ୍‌ର ହୋଇଥିବା ବେଳେ ଟିକେ ମୋଟା ଆକାରର ଦେଖାଯାଇଥାଏ। ଆପଣ ବି ଯଦି ଏହି ଷ୍ଟାଇଲ୍‌ର ଝୁଣ୍ଟିଆ ଟ୍ରାଏ କରିବାକୁ ଚାହୁଁଥାନ୍ତି, ତା’ହେଲେ ଏହାକୁ ଦୁଇପାଦର ବୁଢ଼ା ଆଙ୍ଗୁଠିରେ ପିନ୍ଧିପାରିବେ ନଚେତ୍‌ ଗୋଟେ ପାଦର ବୁଢ଼ା ଆଙ୍ଗୁଠିରେ ପିନ୍ଧି ଅଲଟ୍ରା ମଡର୍ନ ଲୁକ୍‌ ପାଇପାରିବେ। ତା’ଛଡ଼ା ଏହାକୁ ଜିନ୍ସ ସାଙ୍ଗରେ ମଧ୍ୟ ପିନ୍ଧାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri