Posted inଖେଳ

ନ୍ୟୁଜିଲାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ

ଡିନେଡିନ୍‌ (ନ୍ୟୁଜିଲାଣ୍ଡ), ୨୬ା୨(ଏପି)- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୪ରନରେ ରେମାଞ୍ଚକ ବିଜୟ ହାସଲ କରିଛି। ଫଳରେ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ଲାଭ କରିଛି। ଏହି ମ୍ୟାଚରେ ମାର୍ଟିନ ଗୁପ୍‌ଟିଲ ଫର୍ମକୁ ଫେରିଛନ୍ତି। ସେ ୫୦ ବଲ୍‌ରେ ଆକର୍ଷଣୀୟ ୯୭ ରନ କରିଛନ୍ତି। ନ୍ୟୁଜିଲାଣ୍ଡକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ସେ ମ୍ୟାନ ଅଫ୍‌୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଗୁରୁବାର ୟୁନିଭର୍ସିଟି ଓଭାଲଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଘରୋଇ ଦଳ ଟସ୍‌ରେ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ବିନିମୟରେ ୨୧୯ ରନ କରିଥିଲା।
ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ମୋଟ ୧୮ଟି ଛକା ମାରିଥିଲେ। ଅନ୍ତର୍ଜାତୀୟ ଟି୨୦ରେ ଏହା ଏକ ରେକର୍ଡ। ପୁନଶ୍ଚ ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ଛକା ମାରିବାରେ ଗୁପ୍‌ଟିଲ (୧୩୨) ଭାରତର ରୋହିତ ଶର୍ମା (୧୨୭)କୁ ଅତିକ୍ରମ କରିଯାଇଛନ୍ତି। ୫୩ ରନ କରିଥିବା କେନ୍‌ ଓ୍ବିଲିୟମସନ ୩ଟି ଛକା ଲଗାଇଥିଲେ। ଗୁପ୍‌ଟିଲ ଓ ଓ୍ବିଲିୟମସନ ଦ୍ୱିତୀୟ ଉଇକେଟ ପାର୍ଟନରଶିପ୍‌ରେ ୧୩୧ ରନ ଯୋଗ କରିଥିଲେ। ଘରୋଇ ଦଳର ଅନ୍ୟତମ ସଫଳ ବ୍ୟାଟ୍ସବ୍ୟାନ ଜିମି ନିଶାମ ୪୫ ରନ କରି ଅପରାଜିତ ରହିଥିଲେ। ସେ ୧୬ଟି ବଲ୍‌ର ସମ୍ମୁଖୀନ ହୋଇ ୧ ଚୌକା ଓ ୬ ଛକ ଲାଗାଇଥିଲେ। ସେ ସାମ୍ନା କରିଥିବା ପ୍ରଥମ ୨ଟି ବଲ୍‌ରେ ଦୁଇଟି ଛକା ଲଗାଇଥିଲେ। ଇନିଂସର ଫାଇନାଲ ବଲ୍‌ରେ ମଧ୍ୟ ଏକ ଛକା ମାରିଥିଲେ। ଅଷ୍ଟ୍ରେଲିଆର ସବୁଠାରୁ ସଫଳ ବୋଲର କେନ୍‌ ରିଚାର୍ଡସନ ୪୩ ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୩ ଓଭରରେ ୬ ଉଇକେଟ ହରାଇ ସଙ୍କଟରେ ପଡିଥିଲା। କିନ୍ତୁ ମାର୍କସ ଷ୍ଟୋଇନିସ୍‌ (୩୭ ବଲ୍‌ରୁ ୭୮) ଏବଂ ଡାନିଏଲ ସାମ୍ସ (୧୫ ବଲ୍‌ରୁ ୪୧) ୬.୧ ଓଭରରେ ପାର୍ଟନରଶିପ୍‌ରେ ୯୨ରନ ଯୋଗ କରି ଅଷ୍ଟ୍ରେଲିଆ ପାଇଁ ସମ୍ଭାବନା ସୃଷ୍ଟି କରିଥିଲେ। ଜୋସ୍‌ ଫିଲିପ୍‌ ୪୫ରନ କରିଥିଲେ। ମ୍ୟାଚ ଜିତିବା ପାଇଁ ଅନ୍ତିମ ଓଭର ବେଳକୁ ଭ୍ରମଣକାରୀ ଦଳ ୧୫ ରନ ଆବଶ୍ୟକ କରୁଥିବାବେଳେ ହାତରେ ଆଉ ୪ଟି ଉଇକେଟ ରହିଥିଲା। ଏହି ଓଭରରେ ଜିମ୍ମି ନିଶାମ ବୋଲିଂ କରିବାକୁ ଆସିଥିଲେ। ସେ ଷ୍ଟୋଇନିସ ଓ ସାମ୍ସଙ୍କ ଉଇକେଟର ପତନ ଘଟାଇ ମ୍ୟାଚକୁ ନ୍ୟୁଜିଲାଣ୍ଡ ସପକ୍ଷରେ ନେଇ ଆସିଥିଲେ।
ସଂକ୍ଷିପ୍ତ ସ୍କୋର


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲା ବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri