ହ୍ବାଟ୍ସଆପ୍‌ର ନୂଆ ନିୟମ ଇଚ୍ଛାଧୀନ

ନୂଆଦିଲ୍ଲୀ: ସୋସିଆଲ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ନିୟମ ଇଚ୍ଛାଧୀନ। ଏହାକୁ ଗ୍ରହଣ କରିବା ନ କରିବା ୟୁଜରଙ୍କ ଇଚ୍ଛା ଉପରେ ନିର୍ଭର କରୁଛି। ଯଦି ଜଣେ କମ୍ପାନୀର ନୂଆ ନିୟମରେ ରହିଥିବା ସର୍ତ୍ତକୁ ନ ଗ୍ରହଣ କରନ୍ତି ତେବେ ଏହି ପ୍ଲାଟ୍‌ଫର୍ମ ଛାଡ଼ି ନୂଆ ଆପ୍‌ ବ୍ୟବହାର କରିପାରିବେ ବୋଲି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସୋମବାର କହିଛନ୍ତି।
ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସିକୁ ନେଇ ଜଣେ ଆଇନଜୀବୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି କରି ଜଷ୍ଟିସ ସନ୍ଦୀପ ସଚ୍ଚଦେବା କହିଛନ୍ତି, ହ୍ବାଟ୍ସଆପ୍‌ ଏକ ଘରୋଇ ଆପ୍‌। ଏଥିରେ ଜଣେ ଯୋଗଦେବେ କି ନାହିଁ ତାହା ସ୍ବେଚ୍ଛାକୃତ। ଏହି ଆପ୍‌କୁ ବ୍ୟବହାର ନ କରି ଅନ୍ୟ ଆପ୍ଳିକେଶନକୁ ମଧ୍ୟ ଜଣେ ବ୍ୟବହାର କରିପାରିବେ। ଫେବୃୟାରୀରୁ ହ୍ବାଟ୍ସଆପ୍‌ ଏହାର ନୂଆ ପ୍ରିଭେସି ପଲିସି ଲାଗୁ କରିବାର ଥିଲା। ମାତ୍ର ଏହାକୁ ନେଇ ୟୁଜରଙ୍କ ପକ୍ଷରୁ ବିରୋଧ କରାଯିବାରୁ ନୂଆ ନିୟମ ଲାଗୁ କରିବା ଅବଧିକୁ କମ୍ପାନୀ ମେ ମାସ ୧୫ ଯାଏ ବଢାଇଛି। କୋର୍ଟ ପୁଣି କହିଛନ୍ତି, ମୋବାଇଲ ଆପ୍ଲିକେଶନଗୁଡିକର ସର୍ତ୍ତକୁ ଯଦି ୟୁଜର ପଢନ୍ତି ତେବେ ଅନେକ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗ ସାମ୍ନାକୁ ଆସିବ। ସର୍ତ୍ତକୁ ୟୁଜର ସହଜରେ ଗ୍ରହଣ କରି ନେଉଛନ୍ତି। ଏପରିକି ଗୁଗଲ ମ୍ୟାପ୍‌ ୟୁଜରଙ୍କ ସବୁ ଡାଟା ସଂଗ୍ରହ କରୁଥିବା ବେଳେ ଏହାକୁ ଷ୍ଟୋର ମଧ୍ୟ କରୁଥିବା କୋର୍ଟ ପ୍ରକାଶ କରିଛନ୍ତି।
କେଉଁ ଡାଟା ପ୍ରଘଟ କଥା ଆବେଦନକାରୀ ଉଠାଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ନ୍ୟାୟାଳୟଙ୍କ ସହ ଏହି ପ୍ରସଙ୍ଗରେ ସହମତ ହୋଇଛନ୍ତି। ପ୍ରସଙ୍ଗକୁ ଭଲ ଭାବେ ତର୍ଜମା କରାଯିବାର ଆବଶ୍ୟକତା ରହିଛି। ଫେସ୍‌ବୁକ ଏବଂ ହ୍ବାଟ୍ସଆପ୍‌ ପକ୍ଷରୁ ବରିଷ୍ଟ ଓକିଲ କପିଲ ସିବଲ ଏବଂ ମୁକୁଲ ରୋହତାଗୀ ହାଜର ହୋଇ କୋର୍ଟଙ୍କୁ କହିଛନ୍ତି, ଏହା ଉପରେ ଅନେକ ଅଭିଯୋଗ ଉଠୁଛି ଯାହାର କି କୌଣସି ଭିତ୍ତି ନାହିଁ। ଏପରିକି ପରିବାର ଏବଂ ସାଙ୍ଗସାଥୀଙ୍କ ମଧ୍ୟରେ ହେଉଥିବା ଚାଟ୍‌ ଏନ୍‌କ୍ରିପଶନ ହୋଇ ରହୁଛି। ଏହାଦ୍ୱାରା ହ୍ବାଟ୍ସଆପ ମଧ୍ୟ ଡାଟାକୁ ଷ୍ଟୋର କରି ରଖିବା କଷ୍ଟକର। ନୂଆ ନିୟମରେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଓକିଲ ଜଣକ ତାଙ୍କ ଆବେଦନରେ କହିଛନ୍ତି, ହ୍ବାଟ୍ସଆପର ନୂଆ ନିୟମ ସମ୍ବିଧାନର ପ୍ରିଭେସି ଅଧିକାରକୁ ବିପନ୍ନ କରୁଛି। ୟୁଜରଙ୍କ ଅନ୍‌ଲାଇନ କାର୍ଯ୍ୟକଳାପକୁ ହ୍ବାଟ୍ସଆପ୍‌ ଆକ୍‌ସେସ୍‌ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri