ମୁମ୍ବାଇ: ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ଭାଙ୍ଗିଛି। ନୂଆଦିଲ୍ଲୀରେ ପେଟ୍ରୋଲ ୮୪ ଟଙ୍କା ଟପିଥିବା ବେଳେ ମୁମ୍ବାଇରେ ୯୧ ଟଙ୍କାରୁ ଊର୍ଦ୍ଧ୍ୱରେ ରହିଛି। ଭୁବନେଶ୍ୱରରେ ତେଲ ଦର ନୂଆଦିଲ୍ଲୀଠାରୁ ଊର୍ଦ୍ଧ୍ୱରେ ରହିଛି। ଦିଲ୍ଲୀରେ ଡିଜେଲ ୭୪.୮୮ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୮୧.୬ ଟଙ୍କା ରହିଛି। କରୋନା କାଳରେ ଲଗାତର ତେଲ ଦର ବୃଦ୍ଧି ଖାଉଟିଙ୍କ ସମସ୍ୟାକୁ ବଢାଉଛି। ଏଭଳି ସ୍ଥିତିରେ ତେଲ ଉପରେ ଲାଗୁ ହେଉଥିବା ଟିକସ କମାଇବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ତେଲ ଉପରେ ଉଚ୍ଚ ପରିମାଣର ଟିକସ ଲାଗୁ ହେଉଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ସାମାନ୍ୟ ବଢିଲେ ମଧ୍ୟ ତେଲ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲ ଦର ବଢାଉଛନ୍ତି। ଲଗାତର ୨ ଦିନ ବଢିବା ପରେ ଶୁକ୍ରବାର ଦରରେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ।
ବର୍ତ୍ତମାନ ଲୋକମାନେ ପେଟ୍ରୋଲ ପିଛା ୩୨.୯୮ ଟଙ୍କାର ଉତ୍ପାଦ ଟିକସ ପ୍ରଦାନ କରୁଛନ୍ତି। ଡିଜେଲ ଉପରେ ଏହା ୩୧.୮୩ ଟଙ୍କା ରହିଛି। ସେହିଭଳି ପେଟ୍ରୋଲରେ ୧୯.୩୨ ଟଙ୍କାର ଭାଟ୍ ଲାଗୁ ହେଉଥିବା ବେଳେ ଡିଜେଲରେ ଏହା ୧୦.୮୫ ଟଙ୍କା ରହିଛି। ରାଜ୍ୟଗୁଡିକ ସ୍ତରରେ ଏହା ଭିନ୍ନ ଭିନ୍ନ ରହୁଛି। ସରକାର ଟିକସ ହ୍ରାସ କରୁ ନ ଥିବା ବେଳେ ଖାଉଟିଙ୍କ ଏକ ମାତ୍ର ଭରସା ହେଲା ଅନ୍ତର୍ଜାତୀୟ ବଜାରରେ ତେଲ ଦର ହ୍ରାସ। ଗୋଟିଏ ଦିନ ତଳେ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୫୭ ଡଲାର ରହିଥିଲା। ଏହା ଶୁକ୍ରବାର ୫୫.୬୪ ଡଲାରକୁ ଖସିଛି। କେତେକ ଦେଶରେ କରୋନାର ଦ୍ୱିତୀୟ ଲହର ଦେଖାଯାଇଥିବାରୁ ବଜାର ଏବେ ଚ୍ୟାଲେଞ୍ଜିଂ ସ୍ଥିତି ଦେଇ ଗତି କରୁଛି। ଭାରତ ବ୍ୟବହାର କରୁଥିବା ମୋଟ ଇନ୍ଧନର ୮୦% ଆମଦାନୀ କରୁଛି। ତେଲ ଉପରେ ଯଦି ସରକାର ଟିକସ ହ୍ରାସ କରନ୍ତେ ଏହା ଦ୍ୱାରା ଖାଉଟି ଲାଭବାନ ହୁଅନ୍ତେ।
ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା
ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...
ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!
ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...
୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...
ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...
Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..
ନୂଆଦିଲ୍ଲୀ,୨୬।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...
୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?
ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...
Post Officeର ଏହି ସ୍କିମ୍ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି
ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...
୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…
ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...
Archives


