ପରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ବିଶିଷ୍ଟ ଓ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ଏନେଇ ତାଙ୍କ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଗତ କିଛି ଦିନ ହେଲା ସେ ନିମୋନିଆରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।  ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି।

ଓଡ଼ିଆ ସଙ୍ଗୀତ ଜଗତରେ ସେ ଥିଲେ ଜଣେ ସମ୍ମାନସ୍ପଦ ବ୍ୟକ୍ତିତ୍ୱ। ନିଜର ସୁଲଳିତ ସ୍ବରରେ ସେ ଦର୍ଶକଙ୍କୁ କରିଥିଲେ ମତୁଆଲା। ତାଙ୍କ ଦ୍ୱାରା ସ୍ବରାୟିତ ଗୀତଗୁଡିକ ଏବେ ମଧ୍ୟ ଅନେକ ଗୁଣୁଗୁଣେଇ ଥାଆନ୍ତି। ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ଧରି ସେ ସଙ୍ଗୀତ ଜଗତ ସହ ଜଡିତ ଥିଲେ। ସତେ ଯେମିତି ସଙ୍ଗୀତ ତାଙ୍କ ଜୀବନର ଏକ ଅବିଚ୍ଛ୍ୟେଦ ଅଙ୍ଗ ପାଲଟି ଯାଇଥିଲା। ଶେଷରେ ଜୀବନ ଯୁଦ୍ଧରେ ହାରିଯାଇ ସେ ଏପରି ସ୍ଥାନକୁ ଚାଲିଯାଇଛନ୍ତି, ଯେଉଁ ସ୍ଥାନକୁ ଯିଏ ଥରେ ଗଲେ ଆଉ ଫେରି ଆସିପାରି ନ ଥାଏ। ଓଡ଼ିଆ ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଛି। ସଙ୍ଗୀତକୁ କ୍ୟାରିୟର ଆଗେଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସେ ଥିଲେ ଆଦର୍ଶ। ଚାକିରି କରିଥିଲେ ମଧ୍ୟ ଗୀତ ମାୟାକୁ ସେ ନିଜକୁ ଦୂରେଇ ରଖିପାରି ନଥିଲେ। ସତେଯେମିତି ସଙ୍ଗୀତ ଥିଲା ତାଙ୍କ ପାଇଁ ସବୁକିଛି। ଗୁରୁକୃଷ୍ଣ ଗୋସ୍ବାମୀଙ୍କ ଦ୍ୱାରା ରଚିତ ଓଡ଼ିଆ ଗୀତିନାଟ୍ୟ ‘କୋଣାର୍କ ଗାଥା’କୁ ସେ ସ୍ବର ସଂଯୋଜନା କରିଥିଲେ ଏବଂ ଏଥିପାଇଁ କଣ୍ଠଦାନ କରିଥିଲେ ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହା ଅକ୍ଷୟ ମହାନ୍ତି। ଏହି ଗୀତିନାଟ୍ୟ ତାଙ୍କୁ କେତେ ଲୋକପ୍ରିୟତା ଦେଇଥିଲା ତାହା କହିବା ବାହୁଲ୍ୟ। ୧୯୩୬ରେ ମୟୁରଭଞ୍ଜ ଜିଲାରେ ଜନ୍ମିତ ଶାନ୍ତନୁ ଖଡଗପୁରସ୍ଥିତ ଆଇଆଇଟିରୁ ଶିକ୍ଷା ଶେଷ କରି ବେଶ୍‌ କେତୋଟି ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ ନିଜ ଦାୟିତ୍ୱକୁ ବେଶ୍‌ ସୂଚାରୂ ରୂପେ ତୁଲାଇଥିଲେ।
ସଙ୍ଗୀତ ମାୟାରେ ସେ ପିଲାଟି ଦିନରୁ ପଡି ଯାଇଥିଲେ। ସଙ୍ଗୀତ ଗୁରୁ ବାଞ୍ଛାନିଧି ପଣ୍ଡାଙ୍କ ନିକଟରୁ ସେ ଯେତେବେଳେ ସଙ୍ଗୀତ ଶିକ୍ଷା ଆରମ୍ଭ କଲେ ସେତେବେଳେ ତାଙ୍କର ବୟସ ହୋଇଥିଲା ମାତ୍ର ପାଞ୍ଚ ବର୍ଷ। ଏପରି କି ସେ ମାତ୍ର ୯ବର୍ଷ ବୟସରେ ମଞ୍ଚରେ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। କେବଳ ଶସ୍ତ୍ରୀୟ ସଙ୍ଗୀତ ନୁହେଁ, ଓଡ଼ିଆ, ହିନ୍ଦୀ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ସଂଯୋଜିତ ଗୀତଗୁଡିକୁ ସେ ସ୍ବର ଦେଇ ସାଉଁଟିଥିଲେ ପ୍ରଶଂସା। ତାଙ୍କ ଦ୍ୱାରା ସ୍ବର ସଂଯୋଜିତ ପ୍ରମୁଖ ଓଡ଼ିଆ ସିନେମାଗୁଡିକରେ ରହିଛ ‘ସୂର୍ଯ୍ୟମୁଖୀ’, ‘ଅରୁନ୍ଧତୀ’, ‘ପ୍ରିୟତମା’, ‘ଅଗ୍ନି ପରୀକ୍ଷା’, ‘ଚିଲିକା ତୀରେ’, ‘ମେଘ ମୁକ୍ତି’, ‘ଜୀବନ ସଂଗ୍ରାମ’, ‘ଜଗା ବଳିଆ’, ‘ଗୋଲାମଗିରି’, ଡୋରା’, ‘ରଣଭୂମି’, ‘ପଥର ଖସୁଛି ବଡ ଦେଉଳୁ’ ଏବଂ ‘ତୁମେ ହିଁ ସାଥୀ ମୋର’। ଏହାବ୍ୟତୀତ କଳାତ୍ମକ ଓଡ଼ିଆ ଚଳଚ୍ଚିତ୍ର ‘ଶୀତ ରାତି’, ‘ମଝି ପାହାଚ’, ‘ନୀରବ ଝଡ’, ‘କ୍ଳାନ୍ତି ଅପରାହ୍ନ’, ‘କିଛି ସ୍ମୃତି କିଛି ଅନୁଭୂତି’, ‘ମାୟା ମିରିଗ’ ଏବଂ ‘ମୁକ୍ତି ତୀର୍ଥ’। ଓଡ଼ିଆ ସଙ୍ଗୀତ ଜଗତ ପାଇଁ ପରଲୋକଗତ ଶାନ୍ତନୁଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ସଙ୍କଟ ମଧ୍ୟରେ DGCAର ବଡ଼ ଆକ୍ସନ, ସସପେଣ୍ଡ ହେଲେ ୪ ଇନ୍ସପେକ୍ଟର

ନୂଆଦିଲ୍ଲୀ,୧୨।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ସମ୍ମୁଖୀନ ହେଉଥିବା ପରିଚାଳନାଗତ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ପୁଟିନଙ୍କ ବଡ଼ ଚାଲ୍‌: ନୂଆଦିଲ୍ଲୀରୁ ଫେରିବା ପରେ ଭାରତ ୨ ଶତ୍ରୁଙ୍କୁ ଭେଟିବେ

ମସ୍କୋ,୧୨।୧୨: ଭାରତ ଗସ୍ତର ୮ ଦିନ ପରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କମେନିସ୍ତାନ ଗସ୍ତ କରୁଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ, ପୁଟିନ...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

ଚାଉଳ ଚୋରି କରି ଧରାପଡ଼ିଲେ ପ୍ରଧାନଶିକ୍ଷୟିତ୍ରୀ

ଆଠଗଡ଼,୧୨।୧୨: କଟକ ଜିଲା ଆଠଗଡ଼ ଛଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ...

ଫସିଗଲେ ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା! କୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

ମୁମ୍ବାଇ,୧୨ା୧୨: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍‌ଆଉଟ୍‌ ସର୍କୁଲାରକୁ ଉଠାଇବାକୁ ହେଲେ ସେମାନଙ୍କୁ ୬୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri