Posted inରାଜ୍ୟ

ଓଡ଼ିଶାରେ ଏହିଦିନଠୁ SIR, ଭୋଟର ତାଲିକାରୁ କଟିଯିବ ଏମାନଙ୍କ ନାଁ! ଗୋଟିଏ ଭୁଲ ଥିଲେ…

ଭୁବନେଶ୍ୱର, ୧୪।୫: ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR)ର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। କମିଶନଙ୍କ ଅନୁଯାୟୀ, ଏହି ପର୍ଯ୍ୟାୟ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ନିର୍ବାଚନ କମିଶନ କହିଛନ୍ତି ଯେ ଦୁଇଟି ପ୍ରକ୍ରିୟା ମଧ୍ୟରେ ସମନ୍‌ବୟ ସୁନିଶ୍ଚିତ କରିବା ପାଇଁ ଜନଗଣନା ଅଧୀନରେ ଚାଲିଥିବା ଘର ତାଲିକା ପ୍ରକ୍ରିୟାକୁ ଧ୍ୟାନରେ ରଖି SIRର ତୃତୀୟ ପର୍ଯ୍ୟାୟର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି।

ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, କର୍ନାଟକ, ମହାରାଷ୍ଟ୍ର, ତେଲଙ୍ଗାନା, ପଞ୍ଜାବ, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ସମେତ ମୋଟ ୧୬ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ତୃତୀୟ ପର୍ଯ୍ୟାୟରେ ସାମିଲ କରାଯାଇଛି। କମିଶନ କହିଛନ୍ତି ଯେ ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ ଏବଂ ତ୍ରୁଟିମୁକ୍ତ କରିବା, ଯାହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ବିଶ୍ୱାସକୁ ମଜବୁତ କରାଯିବ। ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, SIRର ତୃତୀୟ ପର୍ଯ୍ୟାୟ ସମୟରେ, ପ୍ରାୟ ୩.୯୪ ଲକ୍ଷ ବୁଥ ସ୍ତରୀୟ ଅଧିକାରୀ (BLO) ୩୬.୭୩ କୋଟି ଭୋଟରଙ୍କୁ ଯାଞ୍ଚ କରିବା ପାଇଁ ଘରକୁ ଘର ଯିବେ।

SIRର ପ୍ରଥମ ପର୍ଯ୍ୟାୟରେ ବିହାର ସାମିଲ ଥିଲା। ଏହା ଜୁନରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ହୋଇଥିଲା। ଯାଞ୍ଚ ପରେ, ବିହାରରେ ପ୍ରାୟ ୪୭ ଲକ୍ଷ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ SIR ୨୭ ଅକ୍ଟୋବର, ୨୦୨୫ରେ ଆରମ୍ଭ ହୋଇଥିଲା ଏବଂ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ୯ଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିରେ କଭର କରାଯାଇଥିଲା। ଏଥିରେ ଉତ୍ତର ପ୍ରଦେଶରେ ସର୍ବାଧିକ ୨.୦୪ କୋଟି ଭୋଟରଙ୍କ ନାଁ କାଟି ଦିଆଯାଇଛି। ଏହାପରେ ପଶ୍ଚିମବଙ୍ଗରେ ୮୩.୮୬ ଲକ୍ଷ ଭୋଟରଙ୍କ ନା ମଧ୍ୟ କାଟି ଦିଆଯାଇଛି। ଏବେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ SIR। ତେଣୁ ଏଥିରେ କେତେ ଭୋଟର କଟିବେ ଆଉ କିଏ ରହିବେ ତାହା ଦେଖିବା ବାକି ରହିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?