ପର୍ଯ୍ୟଟନସ୍ଥଳୀ ଉନ୍ନୟନ ନେଇ ସମୀକ୍ଷା

ଭୋଗରାଇ, ୩୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନୟନ କାର୍ଯ୍ୟ ନେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସମୀକ୍ଷା କରିଛନ୍ତି । ମଙ୍ଗଳବାର ଜିଲାପାଳ ତାଳସାରୀ-ଉଦୟପୁର ଗସ୍ତ କରି ଓଟିଡିସିରେ ବେଳାଭୂମି ଉନ୍ନୟନ ପରିଷଦ ଓ ସେଚ ଡ୍ରେନେଜ, ବିଦ୍ୟୁତ୍‌ ଓ ଗ୍ରାମ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଛନ୍ତି।
ବୈଠକରେ ଭୋଗରାଇ ବିଧାୟକ ଅନନ୍ତ ଦାସ ପୌରୋହିତ୍ୟ କରି ପର୍ଯ୍ୟଟନସ୍ଥଳୀ ମାଷ୍ଟରପ୍ଲାନ କାର୍ଯ୍ୟର ମନ୍ଥରତାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯୁଦ୍ଧକାଳୀନ ଭିତ୍ତିରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ୍‌ କରିଥିଲେ। ଭୋଗରାଇ ସୀମାନ୍ତକୁ ଛୁଇଁଥିବା ପଶ୍ଚିମବଙ୍ଗର ଦୀଘା ସୈକତ ସହର ପର୍ଯ୍ୟଟନ କେନ୍ଦ୍ର ବିକାଶ ଶୀର୍ଷରେ ଛୁଇଁଥିବା ବେଳେ ଆମେ ପଛରେ ପଡ଼ିଛୁ ବୋଲି ବିଧାୟକ ସ୍ବୀକାର କରିବା ସହିତ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯାଉ ବୋଲି ସେ କହିଥିଲେ। ଏଥିପ୍ରତି ଜିଲାପାଳ ଗୁରୁତ୍ୱ ଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି କରିଥିଲେ। ସୁବର୍ଣ୍ଣପୁର ଜିଲାରେ ୫୦ଏକର ଜଙ୍ଗଲ ଜାଗା ବଦଳରେ ଉଦୟପୁର-ତାଳସାରୀ ଜଙ୍ଗଲ ଜାଗାକୁ ରାଜସ୍ବ ବିଭାଗକୁ ଖୁବ୍‌ଶୀଘ୍ର ହସ୍ତାନ୍ତର କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିବା ବେଳେ ଜଙ୍ଗଲ ବିଭାଗର ମନ୍ଥର ଓ ଖାମଖିଆଲି ନୀତିକୁ ଅସନ୍ତୋଷ ପ୍ରକାଶ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୀଘା ବେଳାଭୂମି ବିକାଶ ସହ ସମକକ୍ଷ ହେବା ପାଇଁ ଉଦୟପୁର-ତାଳସାରୀ-କୀର୍ତ୍ତନିଆ ବେଳାଭୂମି, ଚନ୍ଦନେଶ୍ୱର ଓ ଭୁଷଣ୍ଡେଶ୍ୱର ମନ୍ଦିର ପର୍ଯ୍ୟଟନସ୍ଥଳୀର ମାଷ୍ଟରପ୍ଲାନ ଅଗ୍ରଗତି ସମ୍ପର୍କରେ ବିଧାୟକ ଓ ବେଳାଭୂମି ବିକାଶ ପରିଷଦର ସଦସ୍ୟଙ୍କ ଦାବିକୁ ଜିଲାପାଳ ଗୁରୁତ୍ୱ ଦେଇ ଅସମ୍ପୂର୍ଣ୍ଣ ହୋଇ ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ତାଳସାରୀ-ଉଦୟପୁର ବେଳାଭୂମି ସମେତ ସାହାବାଜିପୁର ବୋର୍ଡ଼ର, ଚନ୍ଦନେଶ୍ୱର-ତାଳସାରୀ ମୁଖ୍ୟ ରାସ୍ତାର ୫୦୬ଟି ଉଜ୍ୱଳ ବିଦ୍ୟୁତ୍‌ ଆଲୋକ ସଂଯୋଗ କରାଯିବା ସହିତ ତାଳସାରୀ-ସୁବର୍ଣ୍ଣଦୀପକୁ ପର୍ଯ୍ୟଟକଙ୍କ ନିମନ୍ତେ ଫୁଟବ୍ରିଜ୍‌ ନିର୍ମାଣ, ବିଚିତ୍ରପୁର ଇକୋ ଟୁରିଜିମ୍‌ଠାରେ ହରିଣ ପାର୍କ, କୁଟୀର ନିର୍ମାଣ କରାଯିବା ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମନ୍ଦିର ମରାମତି ନିମନ୍ତେ ରାଜ୍ୟ ସରକାର ୩କୋଟି ୫ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବିଧାୟକ ସୂଚନା ଦେଇଥିଲେ।
ବେଳାଭୂମିକୁ ପରିଷ୍କାର ପରିଚ୍ଛନ୍ନ କରିବା ନିମନ୍ତେ ଓଟିଡିସି ପକ୍ଷରୁ ୮ଜଣ ସଫେଇ କର୍ମଚାରୀଙ୍କୁ ସ୍ଥାନୀୟ ଅଞ୍ଚଳରେ ଯୁବତୀଯୁବକଙ୍କୁ ନିଯୁକ୍ତି ଦେବାକୁ ବାଜିତ୍‌ପୁର ଓ ହୁଗୁଳି ସରପଞ୍ଚଙ୍କ ଦାବିକୁ ଜିଲାପାଳ ଓ ବିଧାୟକ ଗୁରୁତ୍ୱ ଦେଇଥିଲେ। ବୈଠକରେ ତହସିଲଦାର କମଳାକାନ୍ତ ପଣ୍ଡା, ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡିଓ ସତ୍ୟଜିତ୍‌ ରାଉତ, ବ୍ଲକ ଚେୟାରମ୍ୟାନ୍‌ ମଞ୍ଜୁରାଣୀ ବେହେରା, ସରପଞ୍ଚ ତପନ ପଣ୍ଡା, ପ୍ରଦୀପ ବେହେରା, ଅରୁଣ ଗିରି, ପୂର୍ବତନ ବ୍ଲକ ଚେୟାରମ୍ୟାନ୍‌ ଗଣପତି ଗିରିଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ସେଚ, ଡ୍ରେନେଜ, ବିଦ୍ୟୁତ୍‌, ଗ୍ରାମ୍ୟ ଉନ୍ନୟନରେ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri