ଫିକା ପଡ଼ିବ ଶକ୍ତିପୀଠ

ବଅଁରପାଳ, ୨୩ା୧୦(ଡି.ଏନ.ଏ.)

ଚଳିତ ବର୍ଷ ଆଡମ୍ବରବିହୀନ ହେବ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତଳମୂଳସ୍ଥିତ ଦୁର୍ଗା ପୂଜା। ପ୍ରସିଦ୍ଧ ଦୁର୍ଗା ଦେବୀ ମନ୍ଦିରରେ ସବୁ ବର୍ଷ ଜାକଜମକରେ ପୂଜା ପାଳନ କରାଯାଉଥିବାବେଳେ ଏ ବର୍ଷ ଉତ୍ସବ ଫିକା ପଡିବ। ଶକ୍ତିପୀଠ ପୂର୍ବ ଭଳି ଆଲୋକମାଳାରେ ଝଲସିବନି କି ଶ୍ରଦ୍ଧାଳୁମାନେ ମାନସିକ ନେଇ ଏଠାକୁ ଆସିବେନି। କରୋନା ଯୋଗୁ କେବଳ ବିଧି ଅନୁଯାୟୀ ପୂଜା ନୀତି ପାଳନ କରାଯିବ ବୋଲି ସ୍ଥିର ହୋଇଛି।
ସବୁଜ ଶସ୍ୟକ୍ଷେତ, ମନ୍ଦାକିନୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ ଏକାଠି ପୂଜା ପାଆନ୍ତି ଦୁର୍ଗାମାଧବ। ବହୁ ମନୋବାଞ୍ଛା ନେଇ ଶ୍ରଦ୍ଧାଳୁ ଏଠାକୁ ପୂଜା କରିବାକୁ ଆସୁଥିବାବେଳେ ଚଳିତ ବର୍ଷ କିନ୍ତୁ ଆଉ ଲୋକଙ୍କ ଗହଳି ଦେଖିବାକୁ ମିଳିବନି।
କୋଭିଡ୍‌ କଟକଣା ଭିତରେ ବିଧି ଅନୁଯାୟୀ ପୂଜା ଅନୁଷ୍ଠିତ ହେବ। ତେବେ ଗତ ୧୭ ତାରିଖ ନବରାତ୍ରଠାରୁ ପୀଠରେ ମା’ ବିଭିନ୍ନ ବେଶରେ ପୂଜା ପାଉଛନ୍ତି। ପ୍ରଥମ ଦିନରେ ତାରା ବେଶ, ଦ୍ୱିତୀୟ ଦିନରେ ବଗଳାମୁଖୀ, ତୃତୀୟ ଦିନରେ ଷୋଡଶୀ ବେଶ, ଚତୁର୍ଥ ଦିନରେ ଭୈରବୀ ଏବଂ ୫ମ ଦିନରେ ଦେବୀ ମାତଙ୍ଗୀ, ଷଷ୍ଠୀରେ ଧୂମାବତୀ ବେଶରେ ଦେବୀ ପୂଜା ପାଇଛନ୍ତି। ସପ୍ତମୀରେ ଭୁବନେଶ୍ୱରୀ, ଅଷ୍ଟମୀରେ ଛିନ୍ନମସ୍ତ, ନବମୀରେ କାତ୍ୟାୟନୀ ଏବଂ ଦଶମୀରେ ମହିଷମର୍ଦ୍ଦିନୀ ବେଶରେ ପୂଜା ପାଇବେ। ନବମୀ ତିଥିରେ ଭଲେଲେଶ୍ବର ମନ୍ଦିରରୁ କନକ ଦୁର୍ଗାଙ୍କୁ ମନ୍ଦିରକୁ ଅଣାଯିବା ପରେ ପୀଠରେ ଦୁର୍ଗାମାଧବ ଓ କନକ ଦୁର୍ଗାଙ୍କ ମିଳନ ହୋଇଥାଏ। ଏଥିସହ ଦଶମୀରେ ଦଶହରା ପଡିଆରେ ପାଇକଖେଳ ଜମିଥାଏ। କିନ୍ତୁ କରୋନା ଯୋଗୁ ଚଳିତ ବର୍ଷ ମହାମିଳନ ନିରାଡମ୍ବର କରାଯିବ। ସମସ୍ତ ପୂଜା ବିଧି ୭ ଜଣଙ୍କ ଉପସ୍ଥିତିରେ ପାଳନ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି।
ମନରେ ଉତ୍ସାହ ନାହିଁ
ଦଶହରାରେ ଉତ୍ସବମୁଖର ହୋଇଉଠେ ପୀଠ। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପୂଜା ସହ ମା’ଙ୍କ ଦର୍ଶନ କରନ୍ତି। କିନ୍ତୁ ଚଳିତ ବର୍ଷ କରୋନା ଯୋଗୁ ପୂଜା ଫିକା ପଡିବ। ଜନସମାଗମ ମଧ୍ୟ ସେପରି ହେବାର ନାହିଁ। ସେଥିପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ନାହିଁ।
-ଅକ୍ଷୟ କୁମାର ମହାପାତ୍ର, ପୂଜକ
ଅନିଶ୍ଚିତତାରେ ପାଇକଖେଳ
ଚଳିତ ଥର ପାଇକଖେଳ ଅନିଶ୍ଚିତତା ଭିତରେ ରହିଛି। ବିଭିନ୍ନ ଅଞ୍ଚଳରୁ ପାଇକ ଖେଳାଳିମାନେ ଆସି ଦଶହରା ପଡିଆରେ ଖେଳ କସରତ କରନ୍ତି। ହେଲେ କରୋନା ଯୋଗୁ ଏହି ପରମ୍ପରା ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।
-ଶ୍ରୀକାନ୍ତ ଦାସ, ଗ୍ରାମବାସୀ

କଟକଣା
ମାନିବାକୁ ପଡ଼ିବ
କରୋନା ଯୋଗୁ ଚଳିତବର୍ଷ ପୂଜାର ଚମକ କମିଛି। ସବୁବର୍ଷ ମିଳିମିଶି ଆନନ୍ଦରେ ପାଳନ କରାଯାଉଥିବା ପୂଜା ଏଥର ନିରାଡମ୍ବର ହେବ। ତଥାପି ସରକାର ଲଗାଇଥିବା କଟକଣା ସମସ୍ତଙ୍କୁ ମାନିବାକୁ ପଡ଼ିବ।
-ସଞ୍ଜୟ ବିଶୋଇ ସିଂ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri