ମଉଳୁଛି କୁମ୍ଭକାରଙ୍କ ଆଶା

ବଅଁରପାଳ,୧ା୯(ଡି.ଏନ.ଏ.) – ଖରା ହେଉ କି ବର୍ଷା, ସର୍ବଦା ଚଳଚଞ୍ଚଳ ଥାଏ କୁମ୍ଭାରଶାଳ। ବର୍ଷକ ବାର ମାସ ମାଟି ସାମଗ୍ରୀ ବିକି ଭଲ ଆୟ କରନ୍ତି କୁମ୍ଭକାରମାନେ। ବିଶେଷକରି ଭାଦ୍ରବ ମାସରୁ ଆରମ୍ଭ ହେଉଥିବା ପୂଜା ଋତୁରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ବିକ୍ରିରୁ ଅଧିକ ରୋଜଗାର ମିଳେ ସେମାନଙ୍କୁ। ଏହି ସମୟରେ ବେପାର ଏତେ ଜୋର୍‌ ଧରେ ଯେ ମଝି ମଝିଆ ମାନ୍ଦା ଅବସ୍ଥା ଭରଣା ହୋଇଯାଏ। କିନ୍ତୁ ଚଳିତବର୍ଷର କରୋନା କଟକଣା କୁମ୍ଭକାରଙ୍କ କୌଳିକ ବୃତ୍ତିର ମୋଡ଼ ବଦଳାଇ ଦେଇଛି। ମାର୍ଚ୍ଚରୁ ଲକ୍‌ଡାଉନ୍‌ ପରଠୁ ଠପ୍‌ ହୋଇଯାଇଥିବା ସେମାନଙ୍କ ବ୍ୟବସାୟ ପୂଜା ସମୟରେ ପୂର୍ବାବସ୍ଥା ଧରିବାର ଯେଉଁ ଆଶା ଥିଲା ତାହା ମଧ୍ୟ ଧୀରେ ଧୀରେ ମଉଳିବାରେ ଲାଗିଛି। ଫଳରେ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର ଶତାଧିକ କୁମ୍ଭକାର ପରିବାର।
ବଅଁରପାଳ ବ୍ଲକର ଛେଳିଆପଡା, ଜରଡା, ସୁରଙ୍ଗ, ଠେଙ୍ଗାତଳମୂଳ, କାଣ୍ଡସର, ବଇଣ୍ଡା, କଞ୍ଜରା, ବନ୍ଦା ସମେତ ଆଖପାଖ ଅଞ୍ଚଳରେ ଥିବା ଶତାଧିକ କୁମ୍ଭକାର ପରିବାର କୌଳିକ ବୃତ୍ତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଦୂରଦୂରାନ୍ତରୁ ମାଟି ସଂଗ୍ରହ କରି ସେଥିରେ ମାଠିଆଠାରୁ ଆରମ୍ଭ କରି ମୂର୍ତ୍ତି ଗଢ଼ି ସେମାନେ ନିକଟସ୍ଥ ହାଟ, ବଜାରରେ ବିକ୍ରି କରିଥାନ୍ତି। ଖରାଦିନେ ମାଠିଆ, ସୁରେଇ ଆଦି ଭଲ ବିକ୍ରି ହେଉଥିବା ବେଳେ ଘମ, ପଲମ, କଳସ, ଦୀପ, ମାଟି ଘୋଡା ଆଦିର ଚାହିଦା ବର୍ଷର ସବୁ ସମୟରେ ରହିଛି। ସେହିପରି ବିବାହ, ବ୍ରତୋପନୟନ, ଗ୍ରାମଦେବତୀଙ୍କ ପୂଜା ସହ ଖୁଦୁରୁକୁଣୀ, ଗଣେଶ, ବିଶ୍ୱକର୍ମା, ଦୁର୍ଗା, ଲକ୍ଷ୍ମୀ, କାଳୀ, କାର୍ତ୍ତିକେଶ୍ୱର ଓ ମା’ ସରସ୍ବତୀଙ୍କ ପୂଜା ସମୟରେ କୁମ୍ଭକାରମାନେ ହଜାର ହଜାର ଟଙ୍କା ରୋଜଗାର କରିଥାନ୍ତି। ମାସ ମାସ ଧରି ତିଆରି କରିଥିବା ମୂର୍ତ୍ତି ଓ ମାଟି ସାମଗ୍ରୀ ସବୁ ବିକ୍ରି ହୋଇଯାଇଥାଏ। ତେଣୁ ପରିବାର ପ୍ରତିପୋଷଣ ପାଇଁ ସେମାନେ ସେପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ। ମାତ୍ର ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ମାସରୁ ବିଭିନ୍ନ କଟକଣା ଜାରି କରାଯିବା ପରଠାରୁ ଏହି କୌଳିକ ବୃତ୍ତିଧାରୀଙ୍କ ଆୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପୂର୍ବପରି ହାଟ ବଜାର ବସୁ ନ ଥିବାରୁ କି ଜନଗହଳି ହେଉ ନ ଥିବାରୁ କୁମ୍ଭକାରଙ୍କ ମାଟି ସାମଗ୍ରୀ ବିକ୍ରି ବୃଦ୍ଧିପାଉ ନାହିଁ। ଏହାଛଡ଼ା ପୂଜା ପାର୍ବଣ ପ୍ରଭାବିତ ହୋଇଥିବାରୁ ଗଢ଼ାଯାଇଥିବା ମୂର୍ତ୍ତିର ଆଦର ମଧ୍ୟ ପୂର୍ବପରି ନାହିଁ। ଖୁଦୁରୁକୁଣୀ ଓ ଗଣେଶପୂଜାରେ ଅନେକ ମୂର୍ତ୍ତି ବ୍ରିକି ହୋଇପାରି ନାହିଁ। ଆଗକୁ ଆସୁଥିବା ପର୍ବପର୍ବାଣି ଓ ଦେବଦେବୀଙ୍କ ପୂଜା ମଧ୍ୟ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳନ ହେବା ସମ୍ଭାବନା ଥିବାରୁ ବର୍ଷକର ରୋଜଗାର ଚାଲିଯିବା ଆଶଙ୍କା ରହିଥିବା ଏହି କୁମ୍ଭକାରମାନେ ପ୍ରକାଶ କରିଛନ୍ତି।
୫ ମାସ ହେଲା ବେପାର ବନ୍ଦ
ମାର୍ଚ୍ଚ ପରଠାରୁ ବ୍ୟବସାୟ କିଛି ନାହିଁ କହିଲେ ଚଳେ। ତିଆରି କରାଯାଇଥିବା ବିଭିନ୍ନ ସରଞ୍ଜାମ ବିକ୍ରି ହୋଇ ନ ପାରି ଘରେ ପଡ଼ି ରହିଛି। ହାଟକୁ କାନ୍ଧେଇ ଯେମିତି ନେଉଛୁ ସେମିତି ଫେରାଇ ଆଣୁଛୁ। ପୂଜାପାର୍ବଣ ପାଳନ ଉପରେ କଟକଣା ବ୍ୟବସାୟ ବୁଡ଼ାଇ ଦେଲାଣି।
– ପୁରନ୍ଦର ମୁଦୁଲି, ବନ୍ଦା, ବଅଁରପାଳ

ରୋଜଗାର ହରାଇଛୁ
କରୋନା ସଂକ୍ରମଣ ରୋକିବାକୁ ସରକାର ଲଗାଇଥିବା କଟକଣା ଯୋଗୁ ଶତାଧିକ ପରିବାର ରୋଜଗାର ହରାଇଲେଣି। କୌଳିକ ବୃତ୍ତି କରି ପେଟ ପୋଷିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ପୂଜା ଋତୁକୁ ନେଇ ଯେଉଁ ଆଶା ଟିକକ ଥିଲା ତାହା ମଧ୍ୟ ମଉଳି ଗଲାଣି।
– ଜମ୍ବେଶ୍ୱର ମୁଦୁଲି, ବଅଁରପାଳ
ବଜାରରେ ବସି ବସି ଫେରୁଛୁ
ମାଟି ସରଞ୍ଜାମ ଧରି ବଜାର ଯାଉଛୁ। ହେଲେ ସୀମିତ ସମୟକୁ ଅଳ୍ପ ଲୋକ ଆସୁଥିବାରୁ ବିକ୍ରି ଯେପରି ହେବା କଥା ତାହା ହେଉନାହିଁ। ହାତକୁ ଅର୍ଥ ଆସୁ ନ ଥିବାରୁ କିପରି ପରିବାର ଚଳିବ ସେହି ଚିନ୍ତା ଘାରୁଛି। ସରକାର କୁମ୍ଭକାରମାନଙ୍କୁ ଆର୍ଥିକ ସହାୟତା ଦିଅନ୍ତୁ।
– ମିନାକ୍ଷୀ ମୁଦୁଲି, ବନ୍ଦା, ବଅଁରପାଳ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri