Posted inଫୁରସତ

ଅନ୍ତର୍ଜାତୀୟ ଯୁବ ଦିବସ: ଶାନ୍ତି, ସମନ୍ବୟ ଓ ବିକାଶର ଶକ୍ତି

ଯୁବଶକ୍ତିର ବିକାଶ ଦ୍ୱାରା ଦେଶ ଓ ବିଶ୍ୱର ବିକାଶ ସମ୍ଭବ। ଯୁବଶକ୍ତି ବିଶ୍ୱରେ ଶାନ୍ତି ତଥା ସମାଜିକ ସମନ୍ବୟ ଆଣି ପାରିବେ। ଏଣୁ ଯୁବଶକ୍ତିର ବିକାଶ ପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ଯୁବକମାନଙ୍କ ସମସ୍ୟା ଓ ସେମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଆକର୍ଷଣ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ୧୯୯୯ରେ ଜାତିସଂଘର ସାଧାରଣ ପରିଷଦ ଅନ୍ତର୍ଜାତୀୟ ଯୁବ ଦିବସ ପ୍ରସ୍ତାବ ସ୍ବୀକାର କରିଥିଲା। ଅଗଷ୍ଟ ୧୨,୨୦୦୦ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଜାତିସଂଘ ପକ୍ଷରୁ ଏହି ଦିବସର ସ୍ଲୋଗାନ ରହିଛି‘ ‘ଯୁବକଙ୍କ ପାଇଁ ସୁରକ୍ଷିତ ସ୍ଥାନ’। ଏହି ଦିବସ ଅବସରରେ ସ୍କୁଲ୍‌ ଓ କଲେଜଗୁଡ଼ିକରେ ସଂକ୍ଷିପ୍ତ ନିବନ୍ଧ, ଦୀର୍ଘ ନିବନ୍ଧ ସମେତ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ।
୨୦୧୯ରେ ୧୫ ରୁ ୨୪ ବର୍ଷ ମଧ୍ୟରେ ବିଶ୍ୱରେ ଯୁବକଙ୍କ ସଂଖ୍ୟା ୧୨୦କୋଟି ଥିଲା। । ଏହା ବିଶ୍ୱ ଜନସଂଖ୍ୟାର ୧୬ ପ୍ରତିଶତ। ଏବେ କେନ୍ଦ୍ର ଓ ଦକ୍ଷିଣ ଏସିଆରେ ଏମାନଙ୍କ ସଂଖ୍ୟ ସବୁଠୁ ଅଧିକ ରହିଛି। ଚିନ୍ତାଜନକ ବିଷୟ ହେଉଛି, ୧୫ରୁ ୨୪ ବର୍ଷ ବୟସର ମହିଳାଙ୍କ ମଧ୍ୟରେ ଗର୍ଭଧାରଣ କ୍ଷମତା ହ୍ରାସପାଉଛି। ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ମେଦବହୁଳତା, ଡାଇବେଟିସ ଓ ବିଷାଦ ବଳୟରେ ଯୁବଶକ୍ତି ଛନ୍ଦି ହୋଇଯାଉଛି ଓ ଏହା ଲଗାତର ବୃଦ୍ଧି ପାଉଛି। ଏହା ବିଶ୍ୱସମୁଦାୟ ପାଇଁ ଏକ ବିପର୍ଯ୍ୟୟ ଆଣିବାର ସୂଚନା ଦେଉଛି। ମୋଟ ଉପରେ ୨୦୩୦ ସୁଦ୍ଧା ଯୁବଶକ୍ତି ପାଇଁ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିଲେ ବିଶ୍ୱର ସାମଗ୍ରିକ ବିକାଶ ଲକ୍ଷ୍ୟ ପୂରଣ ହୋଇପାରିବ।
ଭାରତ ଯୁବକଙ୍କ ଦେଶ। ଭାରତରେ ବିଶ୍ୱର ସବୁଠୁ ବଡ ଯୁବଶକ୍ତି ଅର୍ଥାତ ୩୫ ବର୍ଷ ବୟସରୁ କମ୍‌ ୬୫ କୋଟି ଯୁବକ ରହିଛନ୍ତି। ଫଳରେ ଆମ ଦେଶରେ ବିପୁଳ ଶ୍ରମଶକ୍ତି ଉପଲବ୍ଧ। ଦେଶର ଯୁବଶକ୍ତିକୁ ଉଚିତ ମାର୍ଗଦର୍ଶନ କରି ବିକାଶରେ ଭାଗୀଦାରି କରାଯାଇପାରିଲେ ବିକଶିତ ରାଷ୍ଟ୍ର ହେବାକୁ ଆମକୁ ବେଶି ସମୟ ଲାଗିବନି। ଯୁବକଙ୍କ ଲାଗି ଉତ୍ତମ ସଂସ୍କାର,ଶିକ୍ଷା, ସଶକ୍ତିକରଣ ଲୋଡା। ସେମାନେ ବିଭିନ୍ନ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଲେ ଦେଶ ସ୍ବାବଲମ୍ବୀ ହେବ । ସେମାନଙ୍କଠାରେ ଥିବା ଅସୀମ ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏହି ଦିବସ ସ୍ମରଣ କରିଦିଏ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri