Posted inଜାତୀୟ

ରାଜସ୍ଥାନ ସରକାର ଟଳମଳ

ନୂଆଦିଲ୍ଲୀ,୧୩ା୭: କର୍ନାଟକ ଓ ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଭାଙ୍ଗିବାରେ ସଫଳ ହେବା ପରେ ରାଜସ୍ଥାନରେ ମୁଣ୍ଡ ପୂରାଇଛି ଭାଜପା। ଏଥିଯୋଗୁ ରାଜସ୍ଥାନ କଂଗ୍ରେସରେ ବଡ଼ ସଙ୍କଟ ସୃଷ୍ଟି ହେବା ସହ ଅଶୋକ ଗେହଲଟ ସରକାର ଟଳମଳ ଅବସ୍ଥାକୁ ଚାଲି ଆସିଛି। ଶାସକ କଂଗ୍ରେସର ବରିଷ୍ଠ ଓ ଯୁବ ନେତୃତ୍ୱ ମଧ୍ୟରେ ଦୀର୍ଘଦିନ ଧରି ରହିଆସିଥିବା ଦ୍ୱନ୍ଦ୍ୱ ପୁଣିଥରେ ଉଗ୍ରରୂପ ଧାରଣ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଦୌଡ଼ରେ ହାରିଯାଇ ଅସନ୍ତୁଷ୍ଟ ଥିବା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଭାଜପା ସହ ଭିତିରି ମନ୍ତ୍ରଣା ଚଳାଇଥିବା ଘନିଷ୍ଠ ସୂତ୍ରରୁ ସୂଚନା ମିଳିଛି। ତାଙ୍କ ପଛରେ କଂଗ୍ରେସ ଓସ୍ବାଧୀନ ଭାବେ ଜିତିଥିବା ୩୦ ବିଧାୟକଙ୍କ ସମର୍ଥନ ରହିଥିବା ପାଇଲଟ ଦାବି କରିଛନ୍ତି। ଲକ୍‌ଡାଉନ ପୂର୍ବରୁ ବିରୋଧୀ ଦଳ ସହ ପାଇଲଟଙ୍କ ଗୋଷ୍ଠୀର ଆଲୋଚନା ଚାଲିଥିଲେ ହେଁ ସରକାରରେ ଅସ୍ଥିରତା ସୃଷ୍ଟି ଅଭିଯୋଗରେ ଜେରା ପାଇଁ ସ୍ବତନ୍ତ୍ର ଅପରେଶନ ଗ୍ରୁପ୍‌ (ଏସ୍‌ଓଜି)ଠାରୁ ସମନ ପାଇବା ପରେ ସ୍ଥିତି ଗୁରୁତର ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ହାତରେ ଥିବା ଗୃହ ବିଭାଗ ଅଧୀନରେ ରହିଛି ଏସ୍‌ଓଜି । ସମନ ପାଇବା ପରେ ପାଇଲଟ ରବିବାର ତାଙ୍କର କେତେଜଣ ଅନୁଗତ ବିଧାୟକଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଯାଇଛନ୍ତି। ତେବେ ଭାଜପା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ପ୍ରସ୍ତୁତ ନ ଥିବାରୁ ପାଇଲଟ ନୂଆ ଆଞ୍ଚଳିକ ଦଳ ଗଠନ କରିପାରନ୍ତି ବୋଲି କେତେଜଣ ନେତା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପାଇଲଟଙ୍କ ସହ କୌଣସି କଥାବାର୍ତ୍ତା ହୋଇ ନ ଥିବା ଭାଜପା କହିଛି।
ସରକାରରେ ସଙ୍କଟ ଦେଖାଦେବା ପରେ ମୁଖ୍ୟମନ୍ତ୍ରୀ ଗେହଲଟ ରବିବାର ରାତି ୯ଟାରେ ତାଙ୍କ ବାସଭବନରେ ବିଧାୟକ ଦଳ ବୈଠକ ଡାକିଥିଲେ, ଯାହାକୁ ସୋମବାର ସକାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବୈଠକରେ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକମାନେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି। ପାଇଲଟଙ୍କୁ ଜେରା ଲାଗି ସମନ ଜାରି କରିବା ଘଟଣାକୁ ନେଇ କଂଗ୍ରେସ ହାଇକମାଣ୍ଡ ଅସନ୍ତୁଷ୍ଟ ଥିବା କୁହାଯାଉଛି। ସ୍ଥିତି ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଯାଇଛି। ମଧ୍ୟପ୍ରଦେଶ ସ୍ଥିତି ହେବାକୁ ଦିଆଯିବ ନାହିଁ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ଦଳର ସବୁ ବିଧାୟକଙ୍କୁ ଏକାଠି ରଖିବାକୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରାଯାଉଛି।
ଅନ୍ୟପକ୍ଷରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯଚାଯିବା ଖବରକୁ ଭାଜପା ଖଣ୍ଡନ କରିଛି। ଗେହଲଟ ସରକାରର ପତନ ଘଟାଇବାକୁ ସେମାନେ ଏବେ ପ୍ରାଥମିକତା ଦେଉଛନ୍ତି। ପାଇଲଟ ନିଜେ ମଧ୍ୟ ଭାଜପାରେ ଯୋଗ ନ ଦେଇ ଆଞ୍ଚଳିକ ଦଳ ଗଢ଼ିବେ ବୋଲି କଂଗ୍ରେସ ହାଇକମାଣ୍ଡକୁ ସୂଚନା ଦେଇଛନ୍ତି। ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଘୋଡ଼ାବେପାର ଅଭିଯୋଗର ତଦନ୍ତ ପାଇଁ ପାଇଲଟଙ୍କୁ ହାଜର ହେବା ଲାଗି ସମନ କରାଯିବା ତାଙ୍କୁ କ୍ଷୁବ୍ଧ କରିଛି। ମୁଖ୍ୟ ହୁଇପ୍‌ ମହେଶ ଜୋଷୀଙ୍କ ଅଭିଯୋଗ କ୍ରମେ ଏସ୍‌ଓପି ଶୁକ୍ରବାର ତାଙ୍କ ପାଖକୁ ସମନ ପଠାଇଥିଲା। ତଦନ୍ତ ନିର୍ଦ୍ଦେଶ ପରେ ପାଇଲଟଙ୍କ ଅନୁଗତମାନେ ବିଦ୍ରୋହ ଧମକ ଦେଇଛନ୍ତି। ପୂର୍ବରୁ କେବେ ଦଳର ସଭାପତି ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପତ୍ର ଲେଖାଯାଇ ନ ଥିଲା ବୋଲି ସେମାନେ କହିଛନ୍ତି।
ଅନ୍ୟ ପକ୍ଷରେ ଗେହଲଟ କହିଛନ୍ତି, ତାଙ୍କୁ ମଧ୍ୟ ଜେରା ପାଇଁ ସମନ ହୋଇଛି। ତଦନ୍ତରେ ସହଯୋଗ କରିବା ସମସ୍ତଙ୍କ କର୍ତ୍ତବ୍ୟ। କେହି ଆଇନର ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ତାଙ୍କ ସରକାର ଭାଙ୍ଗିବା ପାଇଁ ଭାଜପା ଷଡ଼ଯନ୍ତ୍ର ଚଳାଇଥିବା ଓ କଂଗ୍ରେସ ବିଧାୟକମାନଙ୍କୁ ୧୫ କୋଟି ଟଙ୍କା ଲେଖାଏ ଯାଚୁଥିବା ମୁଖ୍ୟମନ୍ତ୍ରୀ ଗେହଲଟ ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଥିଲେ।
ରାଜସ୍ଥାନରେ କଂଗ୍ରେସ କ୍ଷମତାକୁ ଆସିବା ପରେ ପାଇଲଟ ମୁଖ୍ୟମନ୍ତ୍ରୀ ଦାବିଦାର ଥିଲେ ହେଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା। ଏଥିସହିତ ତାଙ୍କୁ କଂଗ୍ରେସର ରାଜ୍ୟ ସଭାପତି କରାଯାଇଥିଲା। ତେବେ ସରକାର ଗଠନ ଦିନଠାରୁ ଗେହଲଟ ଓ ତାଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଆସିଛି। ଗତ ଲୋକ ସଭା ନିର୍ବାଚନରେ ଗେହଲଟଙ୍କ ପୁଅ ହାରିଯିବାରୁ ଏଥିପାଇଁ ସେ ପାଇଲଟଙ୍କୁ ଦୋଷ ଦେଇଥିଲେ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ରହିଥିବାବେଳେ ୧୨ ଜଣ ସ୍ବାଧୀନ ସଦସ୍ୟ ସମର୍ଥନ ଦେଉଛନ୍ତି। ଏହା ବ୍ୟତୀତ ରାଷ୍ଟ୍ରୀୟ ଲୋକ ଦଳ, ସିପିଏମ୍‌ ଏବଂ ଭାରତୀୟ ଟ୍ରାଇବାଲ ପାର୍ଟିର ୫ ସଦସ୍ୟ ମଧ୍ୟ ଗେହଲଟ ସରକାରଙ୍କୁ ସମର୍ଥନ କରୁଛନ୍ତି। ଭାଜପାର ୭୨ ବିଧାୟକ ରହିଥିବାବେଳେ ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ୩ ବିଧାୟକ ଅଛନ୍ତି। ଅନ୍ୟ ପକ୍ଷରେ ୨୦ରୁ ୨୫ କଂଗ୍ରେସ ବିଧାୟକ ପାଇଲଟଙ୍କୁ ସମର୍ଥନ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡିଛି। ଯଦି ସେମାନେ ଦଳ ଛାଡ଼ନ୍ତି ତେବେ କଂଗ୍ରେସର ସଂଖ୍ୟା ୧୦୦ ତଳକୁ ଖସିଯିବ ବୋଲି କୁହାଯାଉଛି। କଂଗ୍ରେସରେ ସଙ୍କଟ ପାଇଁ ଦଳୀୟ ଅନ୍ତଃକଳହ ଦାୟୀ। ଏଥିରେ ଭାଜପାର କୌଣସି ଭୂମିକା ନାହିଁ ବୋଲି ଏହାର ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି।
ସଚିନଙ୍କୁ ଦଳରେ କୋଣଠେସା କରାଯାଇଛି: ଜ୍ୟୋତିରାଦିତ୍ୟ
ନୂଆଦିଲ୍ଲୀ,୧୨ା୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱକୁ ନେଇ ରାଜନୀତିରେ ସଙ୍କଟ ସୃଷ୍ଟି ହୋଇଥିବାବେଳେ ମଧ୍ୟପ୍ରଦେଶର ଭାଜପା ରାଜ୍ୟ ସଭା ସଦସ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ନିଆଁରେ ଘିଅ ଢାଳିଛନ୍ତି। ପାଇଲଟଙ୍କ ଭଳି ଜଣେ ଦକ୍ଷ ଓ ସମର୍ଥ ନେତାଙ୍କୁ ଦଳ ଭିତରେ ଗୁରୁତ୍ୱ ଦିଆ ନଯାଇ ତାଙ୍କୁ କୋଣଠେସା କରାଯାଇଥିବା ସିନ୍ଧିଆ ଟୁଇଟ୍‌ କରିଛନ୍ତି। କଂଗ୍ରେସ ଦଳରେ ପ୍ରତିଭା ଓ ଦକ୍ଷତାକୁ ପ୍ରାଧାନ୍ୟ ଦିଆଯାଉ ନ ଥିବା ସେ କହିଛନ୍ତି।
ମାନେସାର ହୋଟେଲରେ ୧୨ ବିଦ୍ରୋହୀ କଂଗ୍ରେସ ବିଧାୟକ
ଗୁରୁଗ୍ରାମ,୧୨ା୭(ଆଇଏଏନ୍‌ଏସ୍‌):ଭାଜପାକୁ ସମର୍ଥନ ଦେବା ଲାଗି ନିଷ୍ପତ୍ତି ନେଇଥିବା ରାଜସ୍ଥାନର ୧୨ ବିଦ୍ରୋହୀ କଂଗ୍ରେସ ବିଧାୟକ ମାନେସାରର ଏକ ପଞ୍ଚତାରକା ହୋଟେଲରେ ଅବସ୍ଥାନ କରୁଥିବା ଜଣାପଡିଛି। ଭାଜପାର ପ୍ରାୟ ୪୦ ବିଧାୟକଙ୍କୁ ମଧ୍ୟ ଉକ୍ତ ଆଇଟିସି ଗ୍ରାଣ୍ଡ ଭାରତ ହୋଟେଲରେ ରଖାଯାଇଛି। ସେମାନେ କଂଗ୍ରେସ ଆଡ଼କୁ ଢଳିପାରନ୍ତି ବୋଲି ଦଳ ଆଶଙ୍କା କରୁଛି। ସଚିନ ପାଇଲଟ ଉକ୍ତ ବିଧାୟକମାନଙ୍କୁ ଭେଟିଥିଲେ। ହୋଟେଲ କର୍ତ୍ତୃପକ୍ଷ ମୁଖ୍ୟ ଫାଟକଠାରୁ ୫୦୦ ମିଟର ଦୂରରୁ ବାରିକେଡ କରିବା ସହ ବାଉନ୍ସରମାନଙ୍କୁ ମୁତୟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri