ବୟାନ ରେକର୍ଡ, ଟ୍ରେନ୍‌ ତଥ୍ୟ ମାଗିଲା ଜିଆର୍‌ପି

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଯୁବ ସାମାଜିକ କର୍ମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା ଏବେବି ରହସ୍ୟ ହୋଇ ରହିଛି। ଭୁବନେଶ୍ୱର ଜିଆର୍‌ପି ଥାନା ପୋଲିସ ମାମଲାର ତଦନ୍ତ ଚଳାଇଥିଲେ ମଧ୍ୟ କିଛି ବି ନୂଆ ସୁରାକ ପାଇପାରିନି। ଆଦିତ୍ୟଙ୍କ ପିପୁଲ ଫର୍‌ ସେବାର ସଦସ୍ୟ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଶୁକ୍ରବାର ସମସ୍ତଙ୍କ ବୟାନ ଆଧାରରେ ପୋଲିସ ସଂଗଠନର ଫଣ୍ଡ୍‌ ଓ ଆଦିତ୍ୟଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଯାଞ୍ଚ କରୁଛି। ଏଥିସହ ଘଟଣା ଘଟିଥିବା ସୋମବାର ସନ୍ଧ୍ୟାରେ ଲିଙ୍ଗରାଜ ଷ୍ଟେଶନ ଦେଇ ଯାଇଥିବା ସମସ୍ତ ଟ୍ରେନ୍‌ର ତାଲିକା ମାଗିଛି। ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଥିବା ମୃତ୍ୟୁ ସମୟ ଆଧାରରେ ଧକ୍କାଦେଇଥିବା ଟ୍ରେନକୁ ଚିହ୍ନଟ କରାଯିବ। ଏହାପରେ ଉକ୍ତ ଟ୍ରେନ୍‌ରେ ଥିବା ଲୋକୋ ପାଇଲଟଙ୍କୁ ପୋଲିସ ପଚରାଉଚରା କରିବ। ଟ୍ରେନ୍‌ ଯିବା ସମୟରେ ଆଦିତ୍ୟ ଟ୍ରେନ୍‌ ଲାଇନରେ ଛିଡା ହୋଇଥିଲେ କି? କେହି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲା ଭଳି ଜଣାପଡିଥିଲା କି? ଏଭଳି କେତେକ ପ୍ରଶ୍ନର ଉତ୍ତର ପାଇବାକୁ ଲକ୍ଷ୍ୟ ରଖିଛି ପୋଲିସ।
ଅନ୍ୟପକ୍ଷରେ ଆଦିତ୍ୟଙ୍କ ସାଙ୍ଗ ପପୁ ଓ ଆଦିତ୍ୟଙ୍କ ସ୍ତ୍ରୀ ଏବେ ପରସ୍ପରକୁ ଦୋଷ ଦେଉଛନ୍ତି। ଆଦିତ୍ୟଙ୍କ ସ୍ତ୍ରୀ କହିଛନ୍ତି ଯେ, ଆଦିତ୍ୟଙ୍କ ସଂଗଠନ ଦ୍ୱାରା ପରିଚାଳିତ ଆଶ୍ରମର ସମସ୍ତ ଦାୟିତ୍ୱ ପପୁ ଓ ବିକାଶଙ୍କୁ ଦିଆଯାଇଥିଲା। ହେଲେ ଦୁହେଁ ତାଙ୍କୁ ବାରମ୍ବାର ପଛରୁ ଧୋକା ଦେଉଥିବା ଭଳି କାମ କରୁଥିଲେ। ପୂର୍ବରୁ ପପୁ ଆଦିତ୍ୟଙ୍କଠାରୁ ନେଇଥିବା ୩୦ ହଜାର ଟଙ୍କା ଫେରାଇ ନ ଥିବାବେଳେ ଭଉଣୀ ବାହାଘର ପାଇଁ ପୁଣି ୭୦ ହଜାର ଟଙ୍କା ମାଗିଥିଲେ। ଆଦିତ୍ୟଙ୍କ ନିକଟରେ ଟଙ୍କା ନ ଥିବାରୁ ସେ ବାଧ୍ୟହୋଇ ଫଣ୍ଡ୍‌ରୁ ଉକ୍ତ ଟଙ୍କା ଦେଇଥିଲେ। ହେଲେ ବିଦ୍ୟାଶ୍ରୀ ଜରୁରୀ କାମ ପାଇଁ ଆଦିତ୍ୟଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ ମଧ୍ୟ ସେ ଦେଇପାରି ନ ଥିଲେ। ଏହାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ହେଲେ ପପୁ ନେଇଥିବା ଟଙ୍କା କେଉଁଠୁ ଆଣି ସଂଗଠନ ଆକାଉଣ୍ଟ୍‌ରେ ଭରଣା କରିବେ ସେନେଇ ଆଦିତ୍ୟ ମାନସିକ ଚିନ୍ତାରେ ରହୁଥିଲେ ବୋଲି ସ୍ତ୍ରୀ ବିଦ୍ୟାଶ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ପପୁ କହିଛନ୍ତି, ଆଦିତ୍ୟ ସବୁବେଳେ କହୁଥିଲେ ଏତେ ଶୀଘ୍ର ବାହାଦେବା ଠିକ୍‌ ନ ଥିଲା। ମୋତେ ଆଦିତ୍ୟ ଟଙ୍କା ଦେଇଥିବାରୁ ସ୍ତ୍ରୀ ବିଦ୍ୟାଶ୍ରୀ ତାଙ୍କସହ ସବୁବେଳେ ଝଗଡ଼ା କରୁଥିଲେ। ତେଣୁ ତାଙ୍କ ମୃତ୍ୟୁ ପଛରେ ପାରିବାରିକ ଝଗଡ଼ା ରହିଥାଇପାରେ। ଟଙ୍କା କଥାକୁ ନେଇ ମୋତେ ସନ୍ଦେହ କରିବା ଠିକ୍‌ ନୁହେଁ। ପୋଲିସ ତଦନ୍ତ କଲେ ହତ୍ୟାକାରୀ କିଏ ପଦାକୁ ଆସିବ ବୋଲି ପପୁ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ନ୍ୟାୟ ନିବେଦନ କରିଛି ୟୋର୍ସ ହୋପ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌। ସଂଗଠନର ସଦସ୍ୟାସଦସ୍ୟମାନେ ଶୁକ୍ରବାର ସୂଚନା ଭବନ ସମ୍ମୁଖରେ ଆଦିତ୍ୟ ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri