ମୁମ୍ବାଇ: ବଲିଉଡ୍ର ମିଷ୍ଟର ପର୍ଫେକ୍ଟନିଷ୍ଟ ଅମୀର ଖାଁଙ୍କ ମା’ ଜୀନତ ହୁସେନ୍ଙ୍କ କରୋନା ଭାଇରସ୍ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଛି। ଫଳରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏଥିରୁ ସୁରକ୍ଷିତ ଅଛନ୍ତି। ଏହି ଖବର ଅମୀର ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ମଙ୍ଗଳବାର ଅମୀର ସୋସିଆଲ ମିଡିଆରେ ତାଙ୍କ ପରିବାର ସଦସ୍ୟଙ୍କୁ କରୋନା ହୋଇଥିବା ଜଣାଇଥିଲେ। ସେ ପ୍ରଶଂସକମାନଙ୍କୁ ଅନୁରୋଧ କରିଥିଲେ ଆପଣମାନେ ପ୍ରାର୍ଥନା କରନ୍ତୁ ଯେପରି ମା’ଙ୍କ ରିପୋର୍ଟ ନେଗେଟିଭ୍ ଆସୁ।
ତେବେ ବୁଧବାର ରିପୋର୍ଟ ନେଗେଟିଭ୍ ଆସିବା ପରେ ଅମୀର ଟୁଇଟ୍ କରି କହିଛନ୍ତି, ମା’ଙ୍କ କରୋନା ଭାଇରସ୍ ରିପୋର୍ଟ ନେଗେଟିଭ୍ ଆସିଛି। ପ୍ରଶଂସକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଆପଣମାନେ ମୋ ମା’ଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ବହୁତ ବହୁତ ଧନ୍ୟବାଦ।


