ଘରେ ତିଆରି କରନ୍ତୁ ସ୍କିନ ହ୍ବାଇଟନିଂ କ୍ରିମ୍‌

ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇବା ପାଇଁ କିଏ ବା ନ ଚାହେଁ। ଲୋକମାନେ ସୁନ୍ଦର ହେବା ପାଇଁ ପାର୍ଲର ଯିବା ସହ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ୍‌କୁ ଆପଣାଇଥାନ୍ତି। ଏଥିପାଇଁ ସେମାନଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ବେଳେବେଳେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ୍‌ ମୁହଁକୁ କ୍ଷତି ପହଞ୍ଚାଇଥାଏ। ହେଲେ ଏବେ ହାତ ପାହାନ୍ତାରେ ମିଳିବ ସ୍କିନ ହ୍ବାଇଟନିଂ କ୍ରିମ୍‌। ଆଉ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ବେଳେ ଅଧିକ ଖର୍ଚ୍ଚ ମଧ୍ୟ ନ କରି ଘରେ ହିଁ ତିଆରି କରିପାରିବେ। କେବଳ ଦେଢ଼ ଛୋଟ ଚାମଚ ମେଥି, ଗୋଟିଏ ଚାମଚ ଆଲୋଭେରା ଜେଲ, ୧/୪ ହଳଦୀ ଗୁଣ୍ଡ ଓ ଅଧା ଗ୍ଲାସ ପାଣି ଆବଶ୍ୟକ। ଆଉ ଏହାକୁ ତିଆରି କରିବା ଅତି ସହଜ।
* ସ୍କିନ ହ୍ବାଇଟନିଂ କ୍ରିମ୍‌ ତିଆରି କରିବା ପାଇଁ ପ୍ରଥମେ ଗ୍ୟାସ୍‌ରେ ଏକ କଢ଼େଇରେ ପାଣି ଗରମ କରନ୍ତୁ। ଏହାପରେ ସେଥିରେ ମେଥି ଓ ହଳଦୀ ଗୁଣ୍ଡ ପକାନ୍ତୁ। ୫ମିନିଟ୍‌ ପରେ ଗ୍ୟାସ ବନ୍ଦ କରି ଉକ୍ତ ପାଣିକୁ ଛାଣି ଦିଅନ୍ତୁ।
*ପରେ ଗୋଟିଏ ପାତ୍ରରେ ଆଲୋଭେରା ଜେଲ୍‌ ନେଇ ସେଥିରେ ଅଳ୍ପ ହଳଦୀ ଗୁଣ୍ଡ ଓ ପୂର୍ବରୁ ଥିବା ମେଥି ପାଣିକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଭଲ ଭାବେ ମିଶ୍ରଣ କରନ୍ତୁ। କ୍ରିମ୍‌ ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଏକ କଣ୍ଟେନରରେ ରଖନ୍ତୁ। ଏହାପରେ ଏହି କ୍ରିମ୍‌କୁ ମୁହଁରେ ଲଗାଇ ୩ରୁ ୪ ମିନିଟ୍‌ ପର୍ଯ୍ୟନ୍ତ ହାଲୁକା ମସାଜ କରନ୍ତୁ।
*ଏଭଳି କିଛି ଦିନ କଲେ ମୁହଁର ସୌନ୍ଦର୍ଯ୍ୟ ବଢ଼ିବା ସହ ତ୍ୱଚା ଉଜ୍ୱଳ ଦେଖାଯିବ। ଏଥିସହ ମୁହଁରୁ ବ୍ରଣ, ଦାଗ ଓ ରିଙ୍କଲ୍ସ ମଧ୍ୟ ଦୂର ହୋଇଯିବ।
କାରଣ ମେଥି ଶରୀର ପାଇଁ ସ୍ବାସ୍ଥ୍ୟକର ହେବା ସହ ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଫଳପ୍ରଦ ହୋଇଥାଏ। ଆଲୋଭେରାରେ ଭିଟାମିନ୍‌ ଏ ଓ ସି ବ୍ୟତୀତ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଏହାଦ୍ୱାରା ମୁହଁରେ ଥିବା ଦାଗ ଓ ରିଙ୍କଲ୍ସକୁ ଦୂର କରିଥାଏ। ସେହିପରି ଘରେ ରୋଷେଇରେ ବ୍ୟବହୃତ ହେଉଥିବା ହଳଦୀ ତ୍ୱଚାର ଉଜ୍ୱଳ ବଢ଼ାଇବାରେ ସହାୟକ ହୋଇଥାଏ। କାରଣ ଏଥିରେ ଆଣ୍ଟିବ୍ୟାକ୍ଟରିଆଲ, ଆଣ୍ଟିମାଇକ୍ରୋବିୟଲ ସହ ତ୍ୱଚାରୁ ଦାଗ କରିବାର ଗୁଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri