ଇଲେକ୍ଟ୍ରି ବିଲ୍‌ ଦେଖି ଚମକି ପଡ଼ିଲେ ତାପସୀ ପନ୍ନୁ

ସର୍ବଦା ଖୋଲାଖୋଲି ଭାବେ ମତ ପ୍ରକାଶ କରିବାକୁ ଭଲ ପାଉଥିବା ଅଭିନେତ୍ରୀ ତାପସୀ ପନ୍ନୁ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ସେ ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ ନିଜର ବିଦ୍ୟୁତ୍‌ ବିଲ୍‌କୁ ନେଇ ତାପସୀ ଟୁଇଟର୍‌ରେ କ୍ଷୋଭ ପ୍ରକାଶ କରିଛନ୍ତି। ସାଧାରଣତଃ ଯେତେବେଳେ ବିଦ୍ୟୁତ ବିଲ୍‌ ଆଶାତୀତ ଭାବେ ବଢ଼ିକି ଆସିଥାଏ ତାହା ସାଧାରଣ ଜନତାକୁ ବାଧିଥାଏ। ଯାହା ଏବେ ତାପସୀଙ୍କ କ୍ଷେତ୍ରରେ ହୋଇଛି। ତାପସୀଙ୍କ ଇଲେକ୍ଟ୍ରି ବିଲ୍‌ ଏତେମାତ୍ରାରେ ବଢ଼ିକି ଆସିଛି ଯେ, ଯାହାକୁ ଦେଖି ସେ ଚମକି ପଡ଼ିଛନ୍ତି। ଏହାପରେ ଟୁଇଟର୍‌ରେ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ‘ଲକ୍‌ ଡାଉନକୁ ତିନି ମାସ ହୋଇଛି ଏବଂ ମୁଁ ଆପାର୍ଟମେଣ୍ଟରେ ଏମିତି କ’ଣ ଉପକରଣ ବ୍ୟବହାର କରୁଛି କିମ୍ବା ନୂଆ ଜିନିଷ କିଣିକି ଆଣିଛି ଯାହା ଫଳରେ କି ଏତେ ପରିମାଣର ବିଦ୍ୟୁତ୍‌ ବିଲ୍‌ ବଢ଼ିକି ଆସିଛି। କେଉଁ ପ୍ରକାର ବିଦ୍ୟୁତ ଚାର୍ଜ କରାଯାଉଛି’ ବୋଲି ତାପସୀ ଆଦାନୀ ବିଦ୍ୟୁତ ମୁମ୍ବାଇକୁ ଟ୍ୟାଗ୍‌ କରି ପ୍ରଶ୍ନ କରିଛନ୍ତି। ସେହିଭଳି ଆଉ ଏକ ଟୁଇଟ୍‌ରେ ତାପସୀ ଉଲ୍ଲେଖ କରି କହିଛନ୍ତି, ଏହି ଆପାର୍ଟମେଣ୍ଟରେ କେହି ରହି ନ ଥାନ୍ତି। ସପ୍ତାହକୁ କେବଳ ଥରେ ସଫା କରିବା ପାଇଁ ଉଦ୍ଦେଶ୍ୟରେ ସେଠାକୁ ଯାଇଥାଉ। କିନ୍ତୁ ଏବେ ମୁଁ ଚିନ୍ତିତ ଯେ ଆମର ଅଜାଣତରେ କେହି ଆପାର୍ଟମେଣ୍ଟକୁ ବ୍ୟବହାର କରୁନାହାନ୍ତି। ଏହାକୁ ଉନ୍ମୋଚନ କରିବାରେ ଆମକୁ ସହାୟତା କରନ୍ତୁ’ ବୋଲି ତାପସୀ କହିଛନ୍ତି। ଏଠାରେ ଉଲ୍ଳେଖଯୋଗ୍ୟ, ତାପସୀ ଟୁଇଟର୍‌ରେ ପୋଷ୍ଟ କରିଥିବା ଇଲେକ୍ଟ୍ରି ବିଲ୍‌ରେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସ ବାବଦକୁ ଯଥାକ୍ରମେ ୫୭୦, ୪୩୯୦ ଓ ୩୮୫୦ ଟଙ୍କା ବିଲ୍‌ ଆସିଛି। କିନ୍ତୁ ଚଳିତ ଜୁନ୍‌ ମାସ ବାବଦକୁ ୩୬ ହଜାର ଟଙ୍କା ଆସିଛି। ଯାହାକି ମେ ମାସ ବିଲ୍‌ର ୯ ଗୁଣାରୁ ଅଧିକ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri