ରଜ ବଜାର

ଭୁବନେଶ୍ୱର,୧୩।୬(ବ୍ୟୁରୋ): ଗୁରୁବାର ସଜବାଜ। ଶୁକ୍ରବାର ପହିଲି ରଜ। କାମରୁ ବିରତି ନେଇ ରଜ ୩ଦିନ କିପରି ଖେଳକୁଦ ଓ ମଉଜ ମଜଲିସ୍‌ରେ କଟିବ, ସେଥିପାଇଁ ସମସ୍ତେ ପ୍ରସ୍ତୁତ। ରଜ କିଣାବିକା ପାଇଁ ରାଜଧାନୀ ରଜ ବଜାର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ସେପଟେ ଓଡ଼ିଆଙ୍କ ରଜ ମଉଜକୁ ଆହୁରି ବଢ଼ାଇବାକୁ ସଜବାଜ ହୋଇଗଲାଣି ଓଲିଉଡ୍‌। ଭଳିକି ଭଳି ପାନର ପସରାକୁ ନେଇ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ରଜପାନ ଦୋକାନମାନ ଖୋଲିଥିବା ବେଳେ ପାରମ୍ପରିକ ରଜର ମଜାନେବାକୁ ଗଁା ଲେଉଟା ହେଲେଣି ସହରବାସୀ। ଏପଟେ ରଜ ପାଇଁ ଅଫର୍‌ର ପସରା ମେଲାଇ ବସିଥିବା ବ୍ୟବସାୟୀ ଓ ଶପିଂ ମଲ୍‌ରେ ପ୍ରବଳ ଭିଡ଼ ଲାଗିଥିବା ଦେଖିବାକୁ ମିଳିଲାଣି।
ଅଫର୍‌ ମେଳା
ରଜ ପାଇଁ ସବୁଆଡ଼େ ଚାଲିଛି ଅଫର୍‌ର ପସରା। ରଜପର୍ବର ପ୍ରାୟ ୧୫ଦିନ ଆଗରୁ ଆରମ୍ଭ ହୋଇଯାଇଛି ଏହି ଅଫର୍‌ ଧମାକା। ବଡ଼ ବଡ଼ ମଲ୍‌ରୁ ଆରମ୍ଭ କରି ଛୋଟ ଦୋକାନ ପର୍ଯ୍ୟନ୍ତ ପ୍ରାୟ ସବୁଠାରେ ଗ୍ରାହକଙ୍କୁ ଦିଆଯାଉଛି ଆକର୍ଷଣୀୟ ରଜ ଅଫର୍‌ ଓ ଉପହାର। କେଉଁଠି ରୂପଶ୍ରୀ ରଜ ସେଲ୍‌ ତ କେଉଁଠି ରଜ ଧମାକା ଅଫର୍‌ ସେଲ୍‌। ସେହିଭଳି ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ଫ୍ରି ଠାରୁ ଆରମ୍ଭ କରି ୫୦ ପ୍ରତିଶତରୁ ଅଧିକ ରିହାତି ଓ ଲକି ଡ୍ର ଉଠାଣର ବ୍ୟବସ୍ଥା ପର୍ଯ୍ୟନ୍ତ, ସବୁକିଛି ରଜ ବଜାରକୁ ସରଗରମ କରୁଛି। ଏଥନିକ୍‌ ରେଞ୍ଜରୁ ଓ୍ବେଷ୍ଟର୍ନ କଲେକ୍ସନ ପର୍ଯ୍ୟନ୍ତ, ସବୁଥିରେ ଆକର୍ଷଣୀୟ ରିହାତି ଗ୍ରାହକଙ୍କ ରଜ କିଣାକିଣିକୁ ବେଶ୍‌ ସୁହାଉଛି। ଆଉ ଏଥିପାଇଁ ସନ୍ଧ୍ୟା ହେଲେ ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଗହଳି। ବ୍ୟବସାୟୀମାନେ ଭଳିକି ଭଳି ନୂଆ ରଜ କଲେକ୍ସନ ଆଣିବା ସହ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଫର୍‌ ପରେ ଅଫର୍‌ ଘୋଷଣା କରୁଛନ୍ତି। ତେବେ ପ୍ରତିଥର ଭଳି ଏଥର ମଧ୍ୟ ରଜ ବଜାରରେ ପାରମ୍ପରିକ ପୋଷାକ ଯଥା ଶାଢି, ସାଲଓ୍ବାର୍‌ ସୁଟ୍‌, ଅନାରକଲି ଗାଉନ୍‌ ଓ କୁର୍ତ୍ତିର ଅଧିକ ଚାହିଦା ରହିଥିବା ଦେଖିବାକୁ ମିଳିଛି।
ଏଥ୍‌ନିକର ଚାହିଦା
ଏଥର ରଜ ବଜାରରେ ଶାଢି, ଲେହେଙ୍ଗା ଓ କୁର୍ତ୍ତାର ଅଧିକ ଡିମାଣ୍ଡ ରହିଛି। ପିଓର ସିଲ୍କ, ପିଓର କଟନ୍‌, ନେଟ୍‌, ଜର୍ଜେଟ୍‌, ସିଫନ, ସିନ୍ଥେଟିକ୍‌ ଆଦି ଫ୍ୟାବ୍ରିକ୍‌ରେ ପ୍ରସ୍ତୁତ ଶାଢି ଉପରେ ଜରି ଓ ଏମ୍ବ୍ରୋଡୋରୀ କାମର ଅଧିକ ଡିମାଣ୍ଡ ରହିଥିବା ବେଳେ ହ୍ୟାଣ୍ଡଲୁମ୍‌ ଶାଢି ବି ପଛରେ ପଡ଼ିନି। ହ୍ୟାଣ୍ଡଲୁମ୍‌ର ଡିମାଣ୍ଡ ଯୋଗୁ ଓଡ଼ିଶାର ପାରମ୍ପରିକ ତଥା ହାତବୁଣା ଶାଢି ବିକ୍ରି କରୁଥିବା ଷ୍ଟୋର୍‌ଗୁଡ଼ିକରେ ଭିଡ଼ ପରିଲକ୍ଷିତ ହେଉଛି। ବମ୍‌କେଇ, ପାରମ୍ପରିକ ଇକ୍କତ ଶାଢି, ଟିସ୍ୟୁ ପଲ୍ଲୁ ଶାଢି ଆଦିର ରଜ ବଜାରରେ ବେଶ୍‌ ଚାହିଦା ରହିଛି। ଫ୍ୟାନ୍ସି ଶାଢିର ଡିମାଣ୍ଡ ସାମାନ୍ୟ କମିଯାଇଥିବା ବେଳେ ଏହା ବଦଳରେ ଟ୍ରାଇବାଲ୍‌ ପ୍ରିଣ୍ଟ ଶାଢି, ପିଓର କଟନ୍‌ ଶାଢି ଅଧିକ ବିକ୍ରି ହେଉଛି। ସେହିଭଳି ଓଡ଼ିଶା ସିଲ୍କ, ବେଙ୍ଗଲ୍‌ ସିଲ୍ମ, କାଞ୍ଚତ୍ପୁରମ୍‌ ଓ ଜର୍ଜେଟ୍‌ ଶାଢୀର ମଧ୍ୟ ଭଲ ଚାହିଦା ରହୁଛି। ଏପଟେ ବିବାରୁ ଆରମ୍ଭ କରି ଗ୍ଲୋବାଲ ଦେଶୀ ଓ ପ୍ରୋଜେକ୍ଟ ଇଭ୍‌ ବ୍ରାଣ୍ଡ ପର୍ଯ୍ୟନ୍ତ, ରଜ ଉପଲକ୍ଷେ ଏଥ୍‌ନିକ କଲେକ୍ସନର ଚାହିଦା ବଢ଼ିଯାଇଛି। କୁର୍ତ୍ତା ସହ ଲେଗିଙ୍ଗ୍ସ ପରିବେର୍ତ୍ତ ଏବେ ପାଲାଜୋ ଏବଂ ଫ୍ଲେୟାର୍ଡ କୁଲୋଟ୍ସ ପିନ୍ଧିବା ନୂଆ ଫ୍ୟାଶନ ଷ୍ଟେଟ୍‌ମେଣ୍ଟ ହୋଇଥିବାରୁ ଭଳିକି ଭଳି କୁର୍ତ୍ତା ଓ ପାଲାଜୋ ସେଟ୍‌ ବଜାରରେ ଉପଲବ୍ଧ ହେଉଛି। ରଜରେ କୁର୍ତ୍ତା, ସାଲଓ୍ବାର କମିଜ୍‌, ପଞ୍ଜାବୀ ସୁଟ୍‌ସ, ଚୁଡ଼ିଦାର ଏବଂ ଅନାରକଲି ସୁଟ୍‌ ଡିମାଣ୍ଡରେ ରହିଛି। ଛୋଟ ଛୋଟ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ରିଟେଲର, ଡିଜାଇନର ଷ୍ଟୋର ଏବଂ ବୁଟିକ୍‌ଗୁଡ଼ିକରେ ଡିଜାଇନ୍‌ର ଏଥ୍‌ନିକ କଲେକ୍ସନ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri