Posted inଜାତୀୟ

ସ୍କୁଲ ଫି ବାବଦରେ ପିଲାମାନେ ଦିଅନ୍ତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

ଗୁଆହାଟୀ,୧୧।୬: ଆସାମ ଦିସପୁରରେ ଥିବା ଅକ୍ଷର ଫୋରମ ସ୍କୁଲ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। କାରଣ ଏଠାରେ ପାଖାପାଖି ୧୧୦ ଜଣ ପିଲା ପାଠ ପଢୁଥିବା ବେଳେ ଏମାନେ ସ୍କୁଲ ଫି ବାବଦରେ ପ୍ଲାଷ୍ଟିକର ବର୍ଜ୍ୟବସ୍ତୁ ଦାଖଲ କରିଥାଆନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ ଏଠାରେ ପ୍ଲାଷ୍ଟିକର ପୁନଃ ବ୍ୟବହାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରତି ସପ୍ତାହରେ ପିଲାମାନେ ପ୍ଲାଷ୍ଟିକ ବୋତଲରେ ପ୍ଲାଷ୍ଟିକ୍‌ ଥଳି ଭର୍ତ୍ତି କରି ଆଣିବାକୁ ପଡିଥାଏ। ଏହାକୁ ‘ଇକୋ ବ୍ରିକ୍‌’ ବୋଲି କୁହାଯାଉଛି। ଏହାକୁ ସ୍କୁଲ ଘର, ଶୌଚାଳୟ ଓ ସଡ଼କ ନିର୍ମାଣରେ ବ୍ୟବହାର କରାଯାଉଛି।

ପିଲାମାନେ ସପ୍ତାହକୁ ଏମିତି ୨୦ଟି ଜିନିଷ ନିଜ ଘରୁ ଅଥବା ଆଖପାଖ ଅଞ୍ଚଳରୁ ଆଣି ଥାଆନ୍ତି। ନ୍ୟୁୟର୍କରେ ରହୁଥିବା ପରମିତା ସରମା ଓ ତାଙ୍କ ସ୍ବାମୀ ମଜିନ ମୁଖତାର ଏମିତି ଏକ ସ୍କୁଲ କରିବାକୁ ଚିନ୍ତା କରିଥିଲେ। ପ୍ରଥମେ ସେ ଏଠାରେ ପଢୁଥିବା ପିଲାମାନଙ୍କୁ ମାଗଣାରେ ପାଠ ପଢାଉଥିଲେ। ଏହାସହ ପିଲାମାନଙ୍କୁ ପ୍ଲାଷ୍ଟିକର ପୁନଃ ବ୍ୟବହାର କଥା ମଧ୍ୟ କହୁଥିଲେ। ପିଲାମାନଙ୍କ ଅଭିଭାବକଙ୍କୁ ମଧ୍ୟ ଏମାନେ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କହୁଥିଲେ। ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିଲେ। ଶେଷରେ ଏମାନେ ସ୍କୁଲ ଫି ବାବଦରେ ପିଲାଙ୍କଠାରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଆଣିବାକୁ ଚିନ୍ତାକଲେ। ଏବେ ପିଲାମାନେ ନିଜ ଘରୁ ଓ ଆଖପାଖ ଅଞ୍ଚଳରୁ ଏସବୁ ସଂଗ୍ରହ କରି ଆଣିବା ସହ ଏହାର ପୁନଃ ବ୍ୟବହାର ହୋଇ ପାରୁଛି। ଦିସପୁରରେ ପାଖାପାଖି ୧୦ ଲକ୍ଷ ଲୋକ ରହୁଥିବା ବେଳେ ଏଠାରେ ପ୍ରତିଦିନ ୩୭ ଟନ୍‌ ବର୍ଜ୍ୟବସ୍ତୁ ବାହାରିଥାଏ। ଯାହା ଗତ ସାତ ବର୍ଷ ମଧ୍ୟରେ ୧୪ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଏଠାକାର ଲୋକେ ପ୍ଲାଷ୍ଟିକକୁ ପୋଡି ଦେଉଥିବାରୁ ପରିବେଶ ପ୍ରଦୂଷଣର ମାତ୍ରା ବଢି ଯାଉଥିଲା। ଏବେ କିନ୍ତୁ ଏହାର ପୁନଃ ବ୍ୟବହାର ଫଳରେ ପ୍ରଦୂଷଣ ମଧ୍ୟ କମ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଏବରେଲି, ଆମେଠିକୁ ନେଇ କଂଗ୍ରେସର ସସପେନ୍ସ କହୁଛି ଅନେକ କଥା

ନୂଆଦିଲ୍ଲୀ,୨।୫: ଉତ୍ତରପ୍ରଦେଶର ଆମେଠି ଏବଂ ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାକୁ ମାତ୍ର ଦୁଇ ଦିନ ବାକି ଅଛି, କିନ୍ତୁ ଏହି...

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri