Posted inଜାତୀୟ

୧୮ବର୍ଷ ପରେ ପିତାଙ୍କ ଋଣ ଶୁଝିଲେ ପୁଅ

ଜୟପୁର, ୧୦।୬: ରାଜସ୍ଥାନର ହନୁମାନଗଡ ଜିଲାରେ ଜଣେ ଯୁବକ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମୃତ ପିତାଙ୍କ ୧୮ ବର୍ଷ ପୁରୁଣା ୫୫ ଲକ୍ଷ ଟଙ୍କାର ଋଣ ଶୁଝିଛନ୍ତି ପୁଅ। ସୂଚନାଯୋଗ୍ୟ, ରାଓ୍ବତସର ନିବାସୀ ସନ୍ଦୀପଙ୍କ ପିତା ମିତାରାମ ୨୦୦୧ରେ ରାଓ୍ବତସରରେ ଏକ ଟ୍ରେଣ୍ଡିଂ କମ୍ପାନୀ ଖୋଲିଥିଲେ। ଏହି ସମୟରେ କିଛି ବ୍ୟବସାୟୀଙ୍କଠାରୁ ଋଣ ଆଣି କମ୍ପାନୀ ଗଢିଥିଲେ। କିନ୍ତୁ କ୍ଷତି ହେବାରୁ ବ୍ୟବସାୟୀଙ୍କ ଋଣ ଶୁଝି ନ ପାରି ନେପାଳ ପଳାଇଥିଲେ। ସେଠାରେ ଏକ ଦୋକାନ କରିଥିଲେ। ୫ ବର୍ଷ ସେଠାରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେତେବେଳକୁ ସନ୍ଦୀପଙ୍କୁ ମାତ୍ର ୧୨ବର୍ଷ ହୋଇଥିଲା। ପିତାଙ୍କ ଋଣ ଶୁଝିବା ପାଇଁ ସେଦିନୁ ପଣ କରିଥିଲେ ସନ୍ଦୀପ। ଏଥିପାଇଁ ପରିଶ୍ରମ ଆରମ୍ଭ କରିଦେଇଥିଲେ। ଭଲ ଚାକିରି କରି ଟଙ୍କା ରୋଜଗାର କରିବା ପରେ ଜୁନ ୫ରେ ଅଚାନକ ଗାଁରେ ପହଞ୍ଚିଥିଲେ। ଯେଉଁ ବ୍ୟବସାୟୀଙ୍କଠାରୁ ତାଙ୍କ ପିତା ଋଣ ଆଣିଥିଲେ, ସେମାନଙ୍କୁ ଡକାଇ ୫୫ ଲକ୍ଷ ଟଙ୍କା ଶୁଝିଥିଲେ। ତାଙ୍କ ପ୍ରଶଂସାରେ ଶତମୁଖ ହୋଇ ଗାଁରେ ତାଙ୍କୁ ସମ୍ମାନୀତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାବି ଶୁଣି ଆକ୍ସନ ମୋଡରେ ଜିଲାପାଳ: ବଦଳିଲେ ଏବିଡିଓ

ପୁରୁଷୋତ୍ତମପୁର,୧୦।୧ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏବିଡିଓ ନିରାକାର ଯେନାଙ୍କ ବିରୋଧରେ ଦୀର୍ଘ ଦିନଧରି ଲାଗିରହିଥିବା ଜନ ଅସନ୍ତୋଷ ଓ ଅଭିଯୋଗ ପରେ ଶେଷରେ...

ବ୍ଲକ ମୁଖ୍ୟାଳୟରେ ଜିଓ ନେଟୱର୍କ ଶୂନ୍ୟ: ଅପହଞ୍ଚ ଡିଜିଟାଲ ସେବା, ହନ୍ତସନ୍ତ ହେଉଛନ୍ତି ହଜାର ହଜାର…

ଥୁଆମୂଳରାମପୁର,୧୦।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ନେଟ୍‌ୱର୍କ ସେବାର ଏକ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକର ପ୍ରାୟ ସମସ୍ତ ଗ୍ରାମ ପଞ୍ଚାୟତରେ...

ସବୁ ଛଡାଇ ନେଲେ ମମତା! I-PAC ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ED

କୋଲକାତା,୧୦।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶନିବାର (ଜାନୁଆରୀ ୧୦, ୨୦୨୬) I-PAC ମାମଲାରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛି। ସୁପ୍ରିମକୋର୍ଟରେ ଦାୟର ଆବେଦନରେ, ED...

 ସ୍ବାସ୍ଥ୍ୟକେନ୍ଦ୍ରରେ ଫଟୋ ଉଠାଉଥିବା ବେଳେ ରାଗିଗଲେ ଏଏନ୍‌ଏମ୍‌: ଖବରଦାତାଙ୍କୁ  ନାଲିଆଖି ଦେଖାଇ…

ପୁରୁଷୋତ୍ତମପୁର,୧୦।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି l ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ଖବରଦାତାଙ୍କୁ...

ଘୁମୁସର ବନଖଣ୍ଡରେ ବଢୁଛି ମଣିଷ ହାତୀ ଲଢେଇ: ଶିକାରୀ ସହ ୨ ବନ୍ଧୁକ ଜବତ

ଭଞ୍ଜନଗର,୧୦।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛିମାସ ହେବ ମଣିଷ ହାତୀ ଲଢ଼େଇ ବଢୁଛି। କେଉଁଠି ଫସଲ ପାଇଁ ଏହି...

ଏହି ୪ରାଶିର ଝିଅଙ୍କ ଖୋଲିଲା ଭାଗ୍ୟ, ଶନିଙ୍କ କୃପାରେ ମିଳିବ ମନ ମୁତାବକ ଜିନିଷ!

ନୂତନ ବର୍ଷ 2026 ଆରମ୍ଭ ହୋଇଛି। ସମସ୍ତେ ଭାବୁଛନ୍ତି ଯେ ସେମାନଙ୍କର ବର୍ଷ କିପରି ହେବ। ପ୍ରସିଦ୍ଧ ଜ୍ୟୋତିଷ ଡକ୍ଟର ବାସବରାଜ ଗୁରୁଜୀ ଭବିଷ୍ୟବାଣୀ କରିଛନ୍ତି...

ବଡ଼ବାପାଙ୍କୁ ହତ୍ୟା କରି ମୃତଦେହ ପାଖରେ ଜଗି ରହିଲେ ପୁତୁରା, ସ୍ଥାନୀୟ ଲୋକେ ପହଞ୍ଚିବାରୁ…

ବାରିପଦା,୧୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ କରଡ଼ିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମାନସିକ ବିକାରଗ୍ରସ୍ତ ପୁତୁରା ଜଣକ ବଡ଼ବାପାଙ୍କୁ...

ଖାମେନେଇଙ୍କ ଫଟୋରେ ନିଆଁ ଲଗାଇ ସିଗାରେଟ ଟାଣୁଛନ୍ତି ମହିଳା, ଭିଡିଓ ହେଉଛି ଭାଇରାଲ

ତେହେରାନ,୧୦।୧: ଇରାନରେ ଚାଲିଥିବା ରକ୍ତାକ୍ତ ଜନବିପ୍ଳବ ମଧ୍ୟରେ, ଏକ ନୂତନ ପ୍ରତିବାଦର ଧାରା ଦେଖାଦେଇଛି, ଇରାନୀ ମହିଳାମାନେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri