ସମସ୍ତଙ୍କ ପାଇଁ ସୁରକ୍ଷିତ ରକ୍ତ

”ରକ୍ତରେ ରହିଛି ଅଲଗା ଅଲଗା ଗ୍ରୁପ୍‌। ସାଧାରଣ ଭାବେ ଦେଖିଲେ ମୁଖ୍ୟ ରକ୍ତ ପ୍ରଣାଳୀକୁ କୁହାଯାଏ ଏବିଓ। ଏହି ପ୍ରଣାଳୀ ଅନୁସାରେ ରକ୍ତ ଗ୍ରୁପ୍‌ ୪ ପ୍ରକାର, ଯଥା: ଏ, ବି, ଏବି ଏବଂ ଓ।  ଆମ ଭିତରୁ କାହାର ରକ୍ତ ଗ୍ରୁପ୍‌ ‘ଏ’ ତ କାହାର ‘ବି’, କାହାର ‘ଏବି’ ଏବଂ ଅନ୍ୟ କାହାର ‘ଓ’। ଯାହାର ରକ୍ତ ଗ୍ରୁପ୍‌ ଯାହା, ସେ ସେହି ରକ୍ତଗ୍ରୁପ ଥିବା ବ୍ୟକ୍ତିଙ୍କଠାରୁ ସଂଗୃହୀତ ରକ୍ତ ନିରାପଦରେ ନେଇପାରେ। ତା’ ଛଡ଼ା ଏବି ଗ୍ରୁପ୍‌ର ବ୍ୟକ୍ତି ଏ, ବି,ଏବି ଏବଂ ଓ – ଏହି ପ୍ରତ୍ୟେକ ଗ୍ରୁପ୍‌ର ବ୍ୟକ୍ତିଙ୍କଠାରୁ ରକ୍ତ ନେଲେ ସେଥିରେ କୌଣସି ସମସ୍ୟା ନାହିଁ।ପୁଣି ‘ଓ’ ରକ୍ତ ଗ୍ରୁପ୍‌ ଥିବା ବ୍ୟକ୍ତି ସମସ୍ତଙ୍କୁ ନିରାପଦରେ ରକ୍ତ ଦେଇପାରିବେ।“

ରକ୍ତ ହେଉଛି ଈଶ୍ୱରଙ୍କର ଏକ ଅମୂଲ୍ୟ ଦାନ। କାରଣ ଏହାର କୌଣସି ବିକଳ୍ପ ନ ଥିବାରୁ ରକ୍ତ ବିନା ମଣିଷ ବଞ୍ଚତ୍ବା ସମ୍ଭବ ନୁହେଁ। ଦୁର୍ଘଟଣାଗ୍ରସ୍ତ ହୋଇ ବ୍ୟକ୍ତିର ଶରୀରରୁ ପ୍ରଚୁର ରକ୍ତକ୍ଷୟ ହୋଇଥିଲେ ରକ୍ତର ପରିମାଣ ଯଥେଷ୍ଟ କମିଯିବାରୁ ତା’ର ମୃତ୍ୟୁ ହୋଇଯାଇପାରେ।
କିନ୍ତୁ ଯଥା ସମୟରେ ତାଙ୍କୁ ରକ୍ତ ଦିଆଯାଇପାରିଲେ ସେ ମୃତ୍ୟୁମୁଖରୁ ରକ୍ଷା ପାଇଯିବା ସମ୍ଭାବନା ଅଧିକ। ସେହିପରି ଥାଲାସିମିଆ, ହେମୋଫିଲିଆ, ସିକଲସେଲ ରୋଗ ଭୋଗୁଥିବା ରୋଗୀଙ୍କୁ ନିୟମିତ ରକ୍ତ ଦେବାକୁ ପଡ଼େ।
ରକ୍ତହୀନତା, କ୍ୟାନ୍‌ସର ଓ ଅନ୍ୟାନ୍ୟ କେତେକ ରୋଗୀ ମଧ୍ୟ ଚିକିତ୍ସା ପାଇଁ ବହୁ ସମୟରେ ରକ୍ତ ଦରକାର କରିଥାନ୍ତି।
ଅସ୍ତ୍ରୋପଚାର ସମୟରେ ରକ୍ତସ୍ରାବ ହେଉଥିବାରୁ ବହୁ କ୍ଷେତ୍ରରେ ରକ୍ତ ଦେଇ ରୋଗୀଙ୍କ ଅପରେଶନ କରାଯାଏ ଏବଂ ଅପରେଶନ ପରେ ମଧ୍ୟ ଆବଶ୍ୟକ ପଡ଼ିପାରେ ରକ୍ତ ସଂଚାରଣ।
ସମସ୍ୟାଟି ହେଉଛି, ଯେକୌଣସି ବ୍ୟକ୍ତିଠାରୁ ସଂଗୃହୀତ ରକ୍ତ ଯେକୌଣସି ବ୍ୟକ୍ତି ପାଇଁ ଉପଯୋଗୀ ହୋଇ ନ ପାରିବା ସମ୍ଭାବନା ଅଛି। କାରଣ ରକ୍ତରେ ରହିଛି ଅଲଗା ଅଲଗା ଗ୍ରୁପ। ସାଧାରଣ ଭାବେ ଦେଖିଲେ ମୁଖ୍ୟ ରକ୍ତ ପ୍ରଣାଳୀକୁ କୁହାଯାଏ ଏବିଓ।ଏହି ପ୍ରଣାଳୀ ଅନୁସାରେ ରକ୍ତ ଗ୍ରୁପ୍‌ ୪ ପ୍ରକାର, ଯଥା : ଏ, ବି, ଏବି ଏବଂ ଓ।  ଆମ ଭିତରୁ କାହାର ରକ୍ତଗ୍ରୁପ୍‌ ‘ଏ’ ତ କାହାର ‘ବି’ , କାହାର ‘ଏବି ’ ଏବଂ ଅନ୍ୟ କାହାର ‘ଓ’। ଯାହାର ରକ୍ତଗ୍ରୁପ୍‌ ଯାହା ସେ ସେହି ରକ୍ତଗ୍ରୁପ୍‌ ଥିବା ବ୍ୟକ୍ତିଙ୍କଠାରୁ ସଂଗୃହୀତ ରକ୍ତ ନିରାପଦରେ ନେଇପାରେ। ତା’ ଛଡ଼ା ଏବି ଗ୍ରୁପ୍‌ର ବ୍ୟକ୍ତି ଏ, ବି, ଏବି ଏବଂ ଓ – ଏହି ପ୍ରତ୍ୟେକ ଗ୍ରୁପ୍‌ର ବ୍ୟକ୍ତିଙ୍କଠାରୁ ରକ୍ତ ନେଲେ ସେଥିରେ କୌଣସି ସମସ୍ୟା ନାହିଁ। ପୁଣି ଓ ରକ୍ତ ଗ୍ରୁପ୍‌ ଥିବା ବ୍ୟକ୍ତି ସମସ୍ତଙ୍କୁ ନିରାପଦରେ ରକ୍ତ ଦେଇପାରିବେ।
ରକ୍ତଦାନ ମହତ ଦାନ। ରୋଗୀ ପାଇଁ ରକ୍ତ ଦାନକଲେ ରକ୍ତଦାତାଙ୍କର କୌଣସି କ୍ଷତି ହୋଇ ନ ଥାଏ। କିନ୍ତୁ ସେ ଦାନ କରିଥିବା ରକ୍ତ ନେଇ ରୋଗୀର ଜୀବନ ରକ୍ଷା ହୋଇଥାଏ। ହେଲେ ରକ୍ତ ଦେବା ପାଇଁ ଅନେକେ ଖୁବ୍‌ ଭୟ କରିଥାନ୍ତି। ମାତ୍ର ରକ୍ତ ଦେବା ପାଇଁ ଭୟ କରିବା ଅଜ୍ଞତା ଭିନ୍ନ ଆଉ କିଛି ନୁହେଁ।ପୁଣି କେହି ସ୍ବେଚ୍ଛାରେ ରକ୍ତ ଦେବା ନିମନ୍ତେ ଚାହିଁଲେ ବହୁ କ୍ଷେତ୍ରରେ ତାଙ୍କ ପରିବାର ଲୋକେ ଏହାର ବିରୋଧ କରିଥାନ୍ତି। ଫଳରେ ରକ୍ତ ଦେବା ନିମିତ୍ତ ଇଚ୍ଛୁକ ଥିବା ବ୍ୟକ୍ତି ନିରୁତ୍ସାହିତ ହୋଇପଡ଼େ ଓ ନିଜର ନିରାପତ୍ତା ସମ୍ପର୍କରେ ତା’ଠାରେ ସଂଶୟର ସୂତ୍ରପାତ ହୁଏ। ହେଲେ ଏଭଳି ଭୟ କି ସଂଶୟର ପଶ୍ଚାତରେ କୌଣସି ବିଜ୍ଞାନ ସମ୍ମତ କାରଣ ନାହିଁ।ବରଂ ରକ୍ତ ଦେବାକୁ ଚାହୁଁଥିବା ବ୍ୟକ୍ତି ରକ୍ତ ଦେବା ପାଇଁ ଅନୁପଯୁକ୍ତ ହୋଇଥିଲେ ରକ୍ତଭଣ୍ଡାରର ଡାକ୍ତରମାନେ ତାଙ୍କଠାରୁ ରକ୍ତ ସଂଗ୍ରହ କରି ନ ଥାନ୍ତି।
ସମସ୍ତେ ମନେରଖିବା ଉଚିତ, ଯେକୌଣସି ସୁସ୍ଥ ପୁରୁଷ ଓ ସୁସ୍ଥ ମହିଳା ରକ୍ତଦାନ କରିପାରିବେ। ରକ୍ତ ଦେବାରେ ଦାତାଙ୍କ ଶରୀରର ରଙ୍ଗ, ତାଙ୍କର ଜାତି, ସମ୍ପ୍ରଦାୟ ଓ ଜାତୀୟତା ଆଦୌ ବାଧକ ହୋଇ ନ ଥାଏ। ଯେକୌଣସି ସମ୍ପ୍ରଦାୟର ବ୍ୟକ୍ତି ଯେ କୌଣସି ସମ୍ପ୍ରଦାୟଭୁକ୍ତ ବ୍ୟକ୍ତିଙ୍କଠାରୁ ସଂଗୃହୀତ ରକ୍ତକୁ ନିରାପଦରେ ନେଇପାରିବେ। ପୁରୁଷ ରକ୍ତଦାତା ପ୍ରତି ତିନିମାସରେ ଓ ମହିଳା ରକ୍ତଦାତ୍ରୀ ପ୍ରତି ଚାରିମାସରେ ଥରେ ଲେଖାଏଁ ରକ୍ତ ଦାନକଲେ ସେମାନଙ୍କର କୌଣସି କ୍ଷତି ହୋଇ ନ ଥାଏ। କାରଣ ରକ୍ତ ଦେବାର ପରବର୍ତ୍ତୀ ଅଳ୍ପ କିଛିଦିନ ଭିତରେ ଦାତାଙ୍କର ଶରୀରରେ ତା’ର ଭରଣା ହୋଇଯାଏ।  ପୁନଶ୍ଚ ରକ୍ତ ଦେଲେ ରକ୍ତଦାତାଙ୍କଠାରେ ଶରୀରର ରକ୍ତ ତିଆରି ଅଙ୍ଗମାନ ଅଧିକ ସକ୍ରିୟ ହୋଇଉଠନ୍ତି ା ତା’ଛଡ଼ା ରକ୍ତ ନ ଦେଲେ ବି ରକ୍ତରେ ଥିବା କୋଷିକାଗୁଡ଼ିକର ଆୟୁକାଳ ସୀମିତ ହୋଇଥିବାରୁ ସେହି ଆୟୁକାଳ ପୂରିଗଲେ ସେଗୁଡିକ ନଷ୍ଟ ହୋଇଯାଏ ଏବଂ ତା’ର ଭରଣା କରିବା ନିମନ୍ତେ ଶରୀରରେ ତିଆରି ହୋଇପଡ଼େ ନୂତନ କୋଷିକାମାନ।
ରକ୍ତ ଦେଇସାରିବା ପରେ ରକ୍ତ ଦେଇଥିବା ଯୋଗୁ ଅଧିକ ଖାଦ୍ୟ ଖାଇବା ଦରକାର ପଡ଼େନି କି ଦାତାଙ୍କର ବିଶ୍ରାମ ନେବା ଦରକାର ପଡ଼େନି ା ରକ୍ତଭଣ୍ଡାରରେ ରକ୍ତ ଦେବା ପାଇଁ ଯେତିକି ସମୟ ଲାଗେ, ସେହି ଅଳ୍ପ କିଛି ସମୟର ବ୍ୟୟକୁ ଛାଡ଼ିଦେଲେ ରକ୍ତ ଦାତାଙ୍କୁ ଆଉ କିଛି ବ୍ୟୟ କରିବା ପାଇଁ ପଡ଼ି ନ ଥାଏ। ରକ୍ତଦାନ ସହଜ, ନିରାପଦ ଏବଂ ସ୍ବାସ୍ଥ୍ୟପ୍ରଦ ମଧ୍ୟ। ରକ୍ତ ଦେଲେ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ଉପରେ ଆଦୌ କୌଣସି ପ୍ରତିକୂଳ ପ୍ରଭାବ ପଡ଼େନି ା ତେବେ ରକ୍ତଦାନ କରିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କ ବୟସ ୧୮ରୁ ୬୫ ବର୍ଷ ଭିତରେ ହୋଇଥିବା ଆବଶ୍ୟକ ଏବଂ ତାଙ୍କ ରକ୍ତରେ ହିମୋଗ୍ଲୋବିନର ମାତ୍ରା ୧୦୦ ମିଲି ଲିଟର ରକ୍ତ ପିଛା ୧୨.୫ ଗ୍ରାମ କିମ୍ବା ତଦୂର୍ଦ୍ଧ୍ୱ ରହିଥିବା ଆବଶ୍ୟକ। ସେହିପରି ବ୍ୟକ୍ତି ସିଫିଲିସ୍‌, ମ୍ୟାଲେରିଆ, ଏଡ୍‌ସ୍‌, ହେପାଟାଇଟିସ, ଯକ୍ଷ୍ମା, ହୃଦ୍‌ରୋଗ, ବୃକ୍‌କ, ଫୁସ୍‌ଫୁସ୍‌ ଆଦି ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲେ ସେ ରକ୍ତଦାନ ପାଇଁ ଅନୁପଯୁକ୍ତ। ଗର୍ଭବତୀମାନଙ୍କଠାରୁ ମଧ୍ୟ ରକ୍ତଦାନ ପାଇଁ ରକ୍ତ ସଂଗ୍ରହ କରାଯାଇ ନ ଥାଏ।
ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ, ପ୍ରତି ୨ ମିନିଟ୍‌ରେ କେହି ନା କେହି ରକ୍ତ ଦରକାର କରିଥାନ୍ତି। ତେଣୁ ରକ୍ତଦାନ ପାଇଁ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ବର୍ଷକୁ ଅନ୍ତତଃ ୩ ଥର ରକ୍ତ ଦାନ କରିପାରିଲେ ସଞ୍ଚାରଣ ନିମନ୍ତେ ରକ୍ତ ଅଭାବର ସମସ୍ୟା ଦୂରୀଭୂତ ହୋଇପାରିବ ା ଅନେକ ଜୀବନ ମଧ୍ୟ ରକ୍ଷା ପାଇଯିବ। ପ୍ରତିବର୍ଷ ପୃଥିବୀରେ ପାଖାପାଖି ୧୧କୋଟି ୟୁନିଟ୍‌ ରକ୍ତ ସଂଗୃହୀତ ହେଉଥିଲେ ମଧ୍ୟ ନାନା କାରଣରୁ ଟ୍ରାନ୍ସଫ୍ୟୁଜନ ବା ପରିସଞ୍ଚାଳନ ନିମନ୍ତେ ସୁରକ୍ଷିତ ରକ୍ତ ଯୋଗାଣ ଆଜି ବି ଅପର୍ଯ୍ୟାପ୍ତ।
ବିଶ୍ୱର ଉନ୍ନତ ଦେଶଗୁଡ଼ିକରେ ଅଧିକାଂଶ ରକ୍ତଦାତା ସ୍ବେଚ୍ଛାରେ ରକ୍ତଦାନ କରିଥାନ୍ତି। ବିଶେଷକରି ସେସବୁ ଦେଶରେ ଯଥେଷ୍ଟ ପରିମାଣର ରକ୍ତ ସଂଗୃହୀତ ହୋଇଥାଏ ସ୍ବେଚ୍ଛା ରକ୍ତଦାତା ଏବଂ ମାଗଣା ରକ୍ତଦାତାଙ୍କଠାରୁ ।
ମାତ୍ର ଅନ୍ୟ କେତେକ ଦେଶରେ ରୋଗୀ ପରିବାରର ସଦସ୍ୟମାନଙ୍କଠାରୁ କିମ୍ବା ଟଙ୍କା ବିନିମୟରେ ହେଉଥିବା ବ୍ୟକ୍ତିଙ୍କଠାରୁ ସଂଗୃହୀତ ହୋଇଥାଏ ରକ୍ତ।
ଯେଉଁମାନେ ନିଜ ଇଚ୍ଛାରେ ଓ ବିନା ମୂଲ୍ୟରେ ରକ୍ତଦାନ କରିଥାନ୍ତି, ସେମାନଙ୍କଠାରୁ ସଂଗ୍ରହ କରାଯାଉଥିବା ରକ୍ତ ହେଉଛି ସବୁଠାରୁ ନିରାପଦ ଓ ସର୍ବୋତ୍କୃଷ୍ଟ। ଅର୍ଥ ବିନିମୟରେ ରକ୍ତଦାନ କରିବା ସମ୍ପୂର୍ଣ୍ଣ ଅନୁଚିତ କାର୍ଯ୍ୟ। ଯେଉଁମାନେ ଅର୍ଥ ଲୋଭରେ ରକ୍ତ ବିକ୍ରି କରିଥାନ୍ତି, ସେମାନେ ସମାଜରେ ଏଡ୍‌ସ, ହେପାଟାଇଟିସ୍‌ ‘ବି’ ଓ ହେପାଟାଇଟିସ୍‌ ‘ସି’ ଭଳି ମାରାମତ୍କ ରୋଗର ସଂକ୍ରମଣକୁ ସୁଗମ କରିଦେଇଥାନ୍ତି। କାରଣ ରକ୍ତ ସଞ୍ଚାରଣ ମାଧ୍ୟମରେ ଏଡ୍‌ସ, ହେପାଟାଇଟିସ ଆଦି ଭୟଙ୍କର ରୋଗ ଜାତ ହେବା ଆଶଙ୍କା ଥିବାରୁ ରକ୍ତଦାତାଙ୍କଠାରୁ ସଂଗୃହୀତ ରକ୍ତ କଠୋର ପରୀକ୍ଷା ନିରୀକ୍ଷା ପରେ ହିଁ ରୋଗୀକୁ ଦିଆଯାଇଥାଏ।
ଓ ସ୍ବେଚ୍ଛାରେ ରକ୍ତଦାନ କରିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ଏଭଳି ମହାନ୍‌ କାର୍ଯ୍ୟପାଇଁ କୃତଜ୍ଞତା ପ୍ରକାଶ କରିବା ଏବଂ ସାଧାରଣ ଜନତାଙ୍କ ମନରୁ ରକ୍ତଦାନ ସମ୍ପର୍କିତ ଭ୍ରାନ୍ତ ଧାରଣାଗୁଡିକୁ ଦୂରକରି ସେମାନଙ୍କୁ ରକ୍ତଦାନ ନିମିତ୍ତ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ୨୦୦୪ ମସିହାଠାରୁ ପାଳିତ ହୋଇଆସୁଛି ବିଶ୍ୱ ରକ୍ତଦାତା ଦିବସ। ପ୍ରତିବର୍ଷ ଜୁନ୍‌ ୧୪ ତାରିଖରେ ଏହି ଦିବସଟି ସାରା ବିଶ୍ୱରେ ପାଳନ କରାଯାଇଥାଏ। ଏହାର ପୃଷ୍ଠପୋଷକତା କରିଥାନ୍ତି ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା। ତେବେ ଜୁନ ୧୪ ତାରିଖକୁ ଏଥିପାଇଁ ନିର୍ବାଚନ କରିବାର ତାପତର୍‌ୟ୍ୟ କ’ଣ ? ଏହି ଦିବସଟି ହେଉଛି ରକ୍ତର ‘ଏ’,‘ବି,’ ‘ଏବି’ ଏବଂ ‘ଓ’ ଗ୍ରୁପ୍‌ ବା ଏବିଓ ପ୍ରଣାଳୀର ଆବିଷ୍କର୍ତ୍ତା ଅଷ୍ଟ୍ରିଆର ଡାକ୍ତର କାର୍ଲ ଲ୍ୟାଣ୍ଡଷ୍ଟେନରଙ୍କ ଶୁଭ ଜନ୍ମତିଥି। ସେ ଭୂମିଷ୍ଠ ହୋଇଥିଲେ ୧୮୬୮ ମସିହାରେ ଓ ତାଙ୍କର ଏହି ଅସାଧାରଣ ଆବିଷ୍କାର ପାଇଁ ତାଙ୍କୁ ପ୍ରଦାନ କରାଯାଇଥିଲା ୧୯୩୦ ମସିହାର ଚିକିତ୍ସା ବିଜ୍ଞାନ ନୋବେଲ ପୁରସ୍କାର। ଆଧୁନିକ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ରକ୍ତ ସଞ୍ଚାରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ସୁଦୂରପ୍ରସାରୀ।
ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକାଳ ଭିତରେ ଅନ୍ତତଃ ଥରେ ରକ୍ତଦାନ କରିବା ଭଳି ମହତ୍‌ କାର୍ଯ୍ୟରେ ସମ୍ପୃକ୍ତ ରହିବା ବାଞ୍ଛନୀୟ। ରକ୍ତଦାନ କରିବା ନିମନ୍ତେ ଆପଣ କାହାର ଅନୁରୋଧକୁ ଅପେକ୍ଷା କରନ୍ତୁନାହିଁ। ବରଂ ମୁଁ କେତେବେଳେ ରକ୍ତ ଦେବି ବୋଲି ନିଜ ତରଫରୁ ଅନୁରୋଧ ଜଣାନ୍ତୁ ରକ୍ତଭଣ୍ଡାର କର୍ତ୍ତୃପକ୍ଷଙ୍କ ନିକଟରେ।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬,
ପ୍ଲଟ୍‌ ନଂ – ୧୧୩୧, ଅଭିନବ ବିଡ଼ାନାସୀ, କଟକ, ମୋ : ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri