କ୍ୱାରାଣ୍ଟାଇନରେ ନ ରହିଲେ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୨୩।୩

କରୋନା ଭୂତାଣୁ ରୋକିବା ପାଇଁ ଅନୁଗୋଳ ଜିଲାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଆଧାରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସୋମବାର ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନେଇ ଏକ ସ୍କ୍ବାଡ୍‌ ଗଠନ କରାଯିବା ସହ ସଙ୍ଗରୋଧ(କ୍ବାରାଣ୍ଟାଇନ୍‌)କୁ ତଦାରଖ କରିବାକୁ ଜିଲାପାଳ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟ ବାହାରୁ ଓ ଜିଲା ବାହାରୁ ଫେରି ସଙ୍ଗରୋଧରେ ନ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଏହି ସ୍କ୍ବାଡ୍‌ କଡ଼ା ପଦକ୍ଷେପ ନେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ସଙ୍ଗରୋଧ ପାଇଁ ଯେଉଁମାନଙ୍କ ଆବଶ୍ୟକ ଘର ନାହିଁ ସେମାନଙ୍କୁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ କିମ୍ବା ସମ୍ପୃକ୍ତ ପଞ୍ଚାୟତ ଦ୍ୱାରା ସ୍ଥିରୀକୃତ ଉଚ୍ଚ ବିଦ୍ୟାଳୟରେ ରଖିବାକୁ କୁହାଯାଇଥିଲା। ସେହିପରି ଯେଉଁମାନେ ବାହାର ରାଜ୍ୟରୁ ଆସି ସଙ୍ଗରୋଧ ନ କରି ଲୁଚାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ କହିଥିଲେ। ଏଥିସହ ଜିଲାରୁ ଅନ୍ୟ ଜିଲା ତଥା ଜିଲା ମଧ୍ୟରେ କୌଣସି ବସ୍‌ ଚଳାଚଳ କରିବ ନାହିଁ। କିନ୍ତୁ ମାଲ୍‌ ଓ କୋଇଲା ପରିବହନ ପୂର୍ବଭଳି ଚାଲୁ ରହିବ। ଏହାଛଡ଼ା ଡାକ୍ତରଖାନ, ରେଲୱେ ଷ୍ଟେଶନ, ବସ୍‌ଷ୍ଟାଣ୍ଡ ଓ ବିମାନ ବନ୍ଦରକୁ ଯାଉଥିବା ଗାଡ଼ିକୁ ଅନୁମତି ଦିଆଯିବ। ଯେଉଁମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି ସେମାନଙ୍କ ଉପରେ ଚଢ଼ାଉ କରିବାକୁ ଯୋଗାଣ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବାହାର ଜିଲାରୁ ଆସୁଥିବା ଲୋକମାନଙ୍କ ସମ୍ପର୍କରେ ଖବର ଦେବାକୁ ଜିଲାପାଳ କହିଥିଲେ। ବିଭିନ୍ନ ଶିଳ୍ପ ସଂସ୍ଥାରେ ଏକକାଳୀନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟାକୁ କଣ୍ଟିଜେଣ୍ଟ ପ୍ଲାନ ଅନୁଯାୟୀ କମ୍‌ କରିବା ସହ ବାହାର ରାଜ୍ୟ ଓ ଦେଶରୁ ଆସୁଥିବା ଲୋକମାନଙ୍କ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଏକ ସ୍କ୍ବାଡ୍‌ ଗଠନ କରାଯାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ମଙ୍ଗଳବାରଠାରୁ ଦୁଇ ଚକିଆ ସହ ଘରୋଇ ୪ ଚକିଆ ଯାନବାହାନ କଡ଼ାକଡ଼ି ଯାଞ୍ଚ କରାଯିବ। ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ପ୍ରତ୍ୟେକ ଦିନ ବ୍ଲକ ଅଞ୍ଚଳକୁ ଅନ୍ୟ ଜିଲାରୁ କିମ୍ବା ରାଜ୍ୟ ବାହାରୁ କେତେ ଲୋକ ଆସୁଛନ୍ତି ଜଣାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ସମେତ ଜିଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ତାମିଲ ବାବୁଙ୍କୁ ଧର…ମୋହନ ସରକାରଙ୍କୁ କାହିଁକି ଏମିତି କହିଲେ ରଣେନ୍ଦ୍ର

ଭୁବନେଶ୍ୱର,୧୦।୧୨(ରବି ନାରାୟଣ ଜେନା):ନିର୍ବାଚନ ବେଳେ ତାମିଲ ବାବୁ ଚାବି ନେଇଗଲେ ବୋଲି କହୁଥିଲ। ଏବେ ତାମିଲ ବାବୁଙ୍କୁ ଧର ବୋଲି ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri