ନିଆରା ଖଳନାୟକ ଶୁଭେନ୍ଦୁ

ଓଡ଼ିଆ ଯାତ୍ରାଜଗତର ଜଣେ ନିଆରା ଖଳନାୟକ ଭାବରେ ଶୁଭେନ୍ଦୁ ଚୌଧୁରୀ ବେଶ୍‌ ଜଣାଶୁଣା। ତାଙ୍କର ଗେଟ୍‌ଅପ୍‌, ଚାହାଣି ପୁଣି ଗମ୍ଭୀର ଗଳାର ଆଓ୍ବାଜ୍‌ ତାଙ୍କର ଖଳନାୟକୀକୁ ଏକ ସ୍ବତନ୍ତ୍ର ଅନ୍ଦାଜ ଦେଇଛି ବୋଲି କହିଲେ ଆଦୌ ଭୁଲ୍‌ ହେବନି। ସେଥିପାଇଁ ଶୁଭେନ୍ଦୁ ନିଜର ଏକ ସ୍ବତନ୍ତ୍ର ଦର୍ଶକ ଗୋଷ୍ଠୀ ତିଆରି କରିପାରିଛନ୍ତି। ଚୌଦ୍ୱାର ନିକଟସ୍ଥ କୁମାରପୁରଠାରେ ଜନ୍ମଗ୍ରହଣ କରିଥିବା ଏହି କଳାକାର ପ୍ରଥମେ ୧୯୯୩ ମସିହାରେ ଆସନ୍ତି ଯାତ୍ରାକୁ। ବୁଦ୍ଧେଶ୍ୱରୀ ଗଣନାଟ୍ୟରେ ଜଣେ ଯୁବ ଖଳ ଅଭିନେତା ଭାବେ ଯୋଗଦେଇ ସେ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରନ୍ତି। ପିଲାଟିବେଳୁ ଯାତ୍ରା, ସିନେମା, ଥିଏଟର ଆଦି ଦେଖିବାରେ ରୁଚି ଥିଲା। ଗଁାରେ ହେଉଥିବା ଡ୍ରାମାରେ ମଧ୍ୟ ସେ ଅଭିନୟ କରି ବାହାବା ସାଉଣ୍ଟୁଥିଲେ। ତାଙ୍କର ଇଚ୍ଛା ଥିଲା ସିନେମାକୁ ଯିବା ପାଇଁ। ସେଥିଲାଗି ସେ ଖ୍ୟାତନାମା ନିର୍ଦ୍ଦେଶକ ଦିବଂଗତ ମହମ୍ମଦ ମହସିନଙ୍କ ନିକଟକୁ ଯିବାଆସିବା କରୁଥିଲେ। ମହସିନଙ୍କ ସହିତ ଶୁଭେନ୍ଦୁଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ମହସିନଙ୍କୁ ବୁଦ୍ଧେଶ୍ୱରୀ ଗଣନାଟ୍ୟର ଏକ ନାଟକରେ ନିର୍ଦ୍ଦେଶନା ଦେବାକୁ ଡାକରା ଆସିଲା। ନାଟକଟି ଥିଲା ‘ପିନ୍ଧିଲି ସିନ୍ଦୂର ଭାଙ୍ଗିଲା ଶଙ୍ଖା’। ମହସିନ ପାର୍ଟିର ପ୍ରଯୋଜକଙ୍କୁ ଶୁଭେନ୍ଦୁଙ୍କ ବିଷୟରେ କହିଲେ। ତେବେ ପ୍ରଥମରୁ ଯାତ୍ରାକୁ ଯିବା ପାଇଁ ଅନିଚ୍ଛା ଥିଲା ଶୁଭେନ୍ଦୁଙ୍କର। ମହସିନ ତାଙ୍କୁ ବୁଝେଇଦେଲେ ଯେ, ଯାତ୍ରାର ସ୍ଥିତି କ୍ରମଶଃ ସୁଧୁରୁଛି। ଏଥିରେ ଭବିଷ୍ୟତ ଅଛି। ଶୁଭେନ୍ଦୁ ଯୋଗଦେଲେ ବୁଦ୍ଧେଶ୍ୱରୀ ଗଣନାଟ୍ୟରେ। ସେବେଠୁ ଆଉ ସେ ପଛକୁ ଚାହିଁ ନାହାନ୍ତି। ପରେ ପରେ ରାଜଶ୍ରୀ, ବାଘାଯତୀନ, ଶିବାନୀ, କଳିଙ୍ଗ, ଅପେରା ମା’ ତାରିଣୀ, ନଟରାଜ, ବିଶ୍ୱ ରଙ୍ଗମହଲ, ଇନ୍ଦ୍ରଭୁବନ, ସ୍ବର୍ଣ୍ଣମହଲ ଆଦିରେ ଅଭିନୟ କରି ନିଜ କଳାର ପ୍ରଦର୍ଶନ କରିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଫୁଲ ବଉଳବେଣୀ, ଫୁଲ ଆଣିଥିଲି ଫୁଲବାଣୀରୁ, ଫେରିଲେ କହିବି, କାଉ ରାବିଲାନି କା, ମୁଁ ତୋର କ’ଣ ହେବି, କୋଟିଏ ଝିଅରେ ଗୋଟିଏ ତୁ, ଛ’ ଖଣ୍ଡ କାଠରେ ହେବ ସବାରି, ଦୁର୍ଗା, ଜହ୍ନିଫୁଲ ଠୋ ଠା, ମୋ ବୟସ ଷୋହଳ ହେଲେ ତୋ ବୟସ କେତେ ଏବଂ ଆହୁରି ଅନେକ’। ସମ୍ପ୍ରତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ ଅଭିନୟ ଜାରି ରଖିଥିବା ଶୁଭେନ୍ଦୁଙ୍କର ଚଳିତବର୍ଷର ନାଟକ ମଧ୍ୟରେ ରହିଛି ଆକାଶ କଇଁଆ ଚିଲିକା ମାଛ, ତମକଥା ଭାରି ମନେପଡୁଛି, ଭଲ ପାଇବାକୁ ଭୟ ଲାଗୁଛି, ଗୁପ୍ତ ସମ୍ପର୍କ ଏବଂ ବର୍ଷା ରାତିର ସାଥୀ। ମୁଖ୍ୟତଃ ନେଗେଟିଭ୍‌ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରୁଥିବା ଶୁଭେନ୍ଦୁ କହନ୍ତି, ତାଙ୍କ ବାପା ଶିଶିର କୁମାର ସାହୁ, ମା’ କାମିନୀବାଳା ସାହୁ ଏବଂ ଅଭିନେତ୍ରୀ ପତ୍ନୀ ଟିକିନାଙ୍କ ସମେତ ଗ୍ରାମବାସୀଙ୍କ ପ୍ରେରଣା ତାଙ୍କୁ ଏତେବାଟ ଟାଣି ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri