କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କଲେ ଜିଲାପାଳ

ଅନୁଗୋଳ ଅଫିସ, ୭।୩ – ଅନୁଗୋଳ ଜିଲା ସ୍ବାସ୍ଥ୍ୟମିଶନ ଦ୍ୱାରା ଜିଲାସ୍ତରୀୟ ଆଶା ଓ ଗଁ। କଲ୍ୟାଣ ସମିତି ସମ୍ମିଳନୀ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବା ସହ କହିଥିଲେ ଯେ, ସ୍ବାସ୍ଥ୍ୟସେବାର ଉନ୍ନତି ଆଣିବାରେ ଆଶା କର୍ମୀମାନଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ସ୍ବାସ୍ଥ୍ୟଭିତ୍ତିକ ଯୋଜନା ଗୁଡ଼ିକୁ ନିଷ୍ଠାପର ଭାବେ ଘରେ ଘରେ ପହଞ୍ଚାଇପାରୁଛନ୍ତି। ଜିଲାରେ ଶିଶୁ ଓ ମାତୃ ମୃତ୍ୟୁହାର ଆଶାନୁରୂପ ଭାବେ କମିଥିବାରୁ ଜିଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ଜିଲାର ଡାକ୍ତରଖାନାରେ ଯେପରି ପ୍ରସବ ଶତ ପ୍ରତିଶତ କରାଯାଇପାରିବ ସେ ନେଇ ଆଶାମାନେ ପ୍ରତିଜ୍ଞାବଦ୍ଧ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ।
ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରତାପ କୁମାର ବେହେରା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆଶାମାନଙ୍କ ସକ୍ରିୟ ଭୂମିକା ଯୋଗୁ ଜିଲାରେ ମ୍ୟାଲେରିଆ ମୃତ୍ୟୁହାର କମିଥିବା ସେ ପ୍ରକାଶ କରିଥିଲେ। ଏଡିପିଏଚ୍‌ଓ ଡା. ବିଶ୍ୱବିହାରୀ ମହାନ୍ତି ଯୋଗଦେଇ ଗୋଷ୍ଠୀ ସହଭାଗିତା ଜରିଆରେ ମଶାରି ବ୍ୟବହାର ଦ୍ୱାରା ମ୍ୟାଲେରିଆ କମିଥିବାରୁ ଏହାର ଶ୍ରେୟ ଅଶାକର୍ମୀମାନଙ୍କୁ ଦେଇଥିଲେ। ଏଡିଏମ୍‌ଓ (ପରିବାର ମଙ୍ଗଳ) ଡାକ୍ତର ଲାଉଚନ୍ଦ୍ର ତନ୍ତି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଶାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଡିପିଏଚ୍‌ଓ ଡାକ୍ତର ଦିଲୀପ ପଟ୍ଟନାୟକ ଆଶାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ତାଲିମ ଦିଆଯାଉଛି ବୋଲି ପ୍ରକାଶ କରିଥିଲେ। ଡିପିଏମ୍‌ଏନ୍‌ଏଚ୍‌ ବିଶ୍ୱରଞ୍ଜନ ରଥ ଆଶାମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରୋତ୍ସାହନ ରାଶି ଓ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟ ଉପକରଣ ବଣ୍ଟନ, ଆଶା କଲ୍ୟାଣ ଯୋଜନା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ। ଆଶା ଓ ଗଁ। କଲ୍ୟାଣ ସମିତିର କର୍ମକର୍ତ୍ତାମାନଙ୍କ ମଧ୍ୟରେ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ସୁସ୍ଥ ପଞ୍ଚାୟତ, ସୁସ୍ଥ ଗଁ।, ଉତ୍ତମ ଆଶା ଓ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଆଲମା ବରୁଆ, ଜିଲା ମୁଖ୍ୟ ଚିକିତ୍ସାଳୟ ହିସାବ ପରିଚାଳକ ସପନ କୁମାର ପାତ୍ରଙ୍କ ସମେତ ଆଶା, ଅଙ୍ଗନୱାଡ଼ି କର୍ମୀ ଓ ଗଁ। କଲ୍ୟାଣ ସମିତିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଆଶା ମ୍ୟାନେଜର ବିକାଶିନୀ ପରିଡ଼ା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri