Posted inଜାତୀୟ

ଶୁଖୁନି ସିଏଏ କ୍ଷତ

ନୂଆଦିଲ୍ଲୀ,୨ା୩: ଠିକ୍‌ ସପ୍ତାହେ ତଳେ ଜାତୀୟ ରାଜଧାନୀର ଉତ୍ତର-ପୂର୍ବ ଅଞ୍ଚଳରେ ସୃଷ୍ଟି ହୋଇଥିଲା ହିଂସା। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଘଟିଥିଲା ସଂଘର୍ଷ। ଗତ ରବିବାର ଆରମ୍ଭ ହୋଇଥିବା ଏହି ହିଂସା କ୍ରମଶଃ ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା। ସୋମବାର ୪ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ସାତ ଦିନ ପରେ ଏହି ମୃତ୍ୟୁସଂଖ୍ୟା ୪୭କୁ ଛୁଇଁଛି। ଏହାସହ ୨୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଓ ଅନେକ ନିଖୋଜ ଅଛନ୍ତି। ଶବଗୃହ ବାହାରେ ଏବେ ମଧ୍ୟ ବହୁ ଲୋକ ନିଜ ଆମତ୍ୀୟସ୍ବଜନଙ୍କୁ ଅପେକ୍ଷା କରିଛନ୍ତି। ଦଙ୍ଗାକାରୀ ଭିଆଇଥିବା ଲୁଟ୍‌, ରାହାଜାନି, ଭଙ୍ଗାରୁଜା ଓ ଜଳାପୋଡ଼ାର କ୍ଷତ ସବୁଠି ବାରି ହୋଇଯାଉଛି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ବେଳେ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ଏଥିରେ ସବୁଠୁ ବେଶି ପ୍ରଭାବିତ ହୋଇଛି ଜାଫରାବାଦ, ମୌଜପୁର, ବାବରପୁର, ଚାନ୍ଦବାଗ, ଶିବବିହାର, ଭଜନପୁରା, ଯମୁନା ବିହାର ଓ ମୁସ୍ତାଫାବାଦ ଅଞ୍ଚଳ। ଶନିବାର ସୁଦ୍ଧା ମୃତ୍ୟୁସଂଖ୍ୟା ୪୩ରେ ପହଞ୍ଚତ୍ଥିବାବେଳେ ରବିବାର ଏହି ଅଞ୍ଚଳରେ ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅପରାହ୍ନରେ ଗୋକଲପୁରୀର ଏକ କେନାଲରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଉ ଦୁଇଟି ମିଳିଛି ଭାଗୀରଥି ବିହାର କେନାଲରୁ। ସେହିପରି ଶିବବିହାରସ୍ଥିତ ଭଗିରଥ ଡ୍ରେନ୍‌ରୁ ରାତି ୮ଟା ୨୦ରେ ଆଉ ଜଣଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ତେବେ ସେଗୁଡ଼ିକୁ ଚିହ୍ନଟ କରାଯାଇ ପାରିନାହିଁ।
ଏହା ପୂର୍ବରୁ ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲରେ ୩୮ ଓ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଆଖିବୁଜି ଦେଇଥିଲେ। ଦିଲ୍ଲୀ ଦଙ୍ଗାକୁ ନେଇ ପୋଲିସ ୨୫୪ ଏଫ୍‌ଆଇଆର୍‌ କରିଥିବାବେଳେ ୯୦୩ ଜଣଙ୍କୁ ଗିରଫ କରିଛି କିମ୍ବା ଅଟକ ରଖିଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ୪୧ଟି ଏଫ୍‌ଆଇଆର୍‌ ହୋଇଛି। ସ୍ଥିତି ସ୍ବାଭାବିକ ହେବାରେ ଲାଗିଥିବାରୁ ପୋଲିସକୁ ଆଉ ଦଙ୍ଗା ସମ୍ପର୍କିତ ଅଭିଯୋଗ ନେଇ ଫୋନ୍‌ କଲ ଆସୁ ନ ଥିବା ଜଣାପଡ଼ିଛି। କ୍ରାଇମ୍‌ବ୍ରାଞ୍ଚ ପୋଲିସର ଦୁଇଟି ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ବିଭିନ୍ନ ଅଞ୍ଚଳ ବୁଲି ତନାଘନା ଜାରି ରଖିଛନ୍ତି। ଦିଲ୍ଲୀରେ ଏବେ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ଏହାସହ ଷଡ଼ଯନ୍ତ୍ରକୁ ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବିଶ୍ୱାସଘାତକଙ୍କୁ ଗୁଳି ମାର ବୋଲି ସିଏଏ ବିପକ୍ଷବାଦୀଙ୍କ ବିରୋଧରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦୃଢ଼ ଭାବେ ଓକିଲାତି କରିଥିଲେ। କୋଲକାତାରେ ସିଏଏ ସପକ୍ଷରେ ଆୟୋଜିତ ସଭାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଭାଷଣ ଦେଉଥିବାବେଳେ ‘ଗୋଲି ମାରୋ’ ସ୍ଲୋଗାନ ଶୁଣିବାକୁ ମିଳିଛି। ସୋମବାର ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଶାହାଙ୍କ ଇସ୍ତଫା ଦାବି ଜୋର୍‌ ଧରିବା ସାଙ୍ଗକୁ ଦିଲ୍ଲୀ ଦଙ୍ଗା ପ୍ରମୁଖ ପ୍ରସଙ୍ଗ ହେବ ବୋଲି ବିରୋଧୀ ସୂତ୍ରରୁ ଜଣାପଡ଼ିଛି। ଆଧ୍ୟାମତ୍ିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ ପ୍ରତଷ୍ଠୋତା ଶ୍ରୀଶ୍ରୀ ରବିଶଙ୍କର ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୀଡ଼ିତମାନଙ୍କୁ ଭେଟିଛନ୍ତି। ହିଂସା ଭିଆଉଥିବା ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri