ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ବଇଣ୍ଡା,୨।୩(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଉରପାଳ ପଞ୍ଚାୟତ କେନ୍ଦୁନାଳୀ ଗ୍ରାମରେ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ହୋଇପାରୁ ନାହିଁ। ଅର୍ଥ ମଞ୍ଜୁର ହୋଇ ପଡ଼ି ରହିଥିଲେ ବି ନିର୍ମାଣ ହେବାକୁ ଥିବା ସରକାରୀ ଜମିରୁ ଜବରଦଖଲ ହଟାଯାଉ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଶନିବାର କେନ୍ଦୁନାଳୀ ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗପତ୍ରରେ ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ଗ୍ରାମରେ ଅଙ୍ଗନଓ୍ବାଡ଼ି ଗୃହ ନ ଥିବା ଯୋଗୁ କୁନି କୁନି ଛାତ୍ରୀଛାତ୍ରମାନେ ସ୍ଥାନୀୟ ବିଦ୍ୟାଳୟ ବାରଣ୍ଡାରେ ବସି ପଢୁଛନ୍ତି। ଗ୍ରାମବାସୀଙ୍କ ବହୁବାର ଦାବି ପରେ ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନଓ୍ବାଡ଼ି ଶ୍ରେଣୀଗୃହ ନିର୍ମାଣ ପାଇଁ ୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ସ୍ଥାନୀୟ ବିଦ୍ୟାଳୟ ସମ୍ମୁଖରେ ଥିବା କେନ୍ଦୁନାଳୀ ମୌଜା ଖାତା ନଂ. ୪୬ ପ୍ଲଟ ନଂ.୧୪୮/୧୫୦/୧୫୧ ସରକାରୀ ଜମିରେ ଏହା ନିର୍ମାଣ ନିମନ୍ତେ ଗ୍ରାମବାସୀ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ। ହେଲେ ଉକ୍ତ ଜମିକୁ ସେହି ଗ୍ରାମର ଜଣେ ବ୍ୟକ୍ତି ଜବରଦଖଲରେ ରଖିଛନ୍ତି। ଉକ୍ତ ଜମିକୁ ଚିହ୍ନଟ କରିବା ପାଇଁ ଗ୍ରାମବାସୀ ଗତ ଡିସେମ୍ବର ୪ ତାରିଖରେ କିଶୋରନଗର ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପରେ ବିଭାଗ ପକ୍ଷରୁ ଜାଗା ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଥିଲା। କିନ୍ତୁ ଅଙ୍ଗପଡ଼ା ରାଜସ୍ବ ବିଭାଗର କେତେଜଣ କର୍ମଚାରୀ ଜବରଦଖଲକାରୀଙ୍କ ସହ ସଲାସୁତୁରା କରିଥିବାରୁ ଉଚ୍ଛେଦ ହୋଇପାରୁନାହିଁ। ଫଳରେ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ସମ୍ଭବ ହୋଇପାରୁ ନ ଥିବାରୁ ମଞ୍ଜୁର ଅର୍ଥ ଫେରିଯିବା ଆଶଙ୍କା ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଜିଲାପାଳ ଦୃଷ୍ଟି ଦେଇ ଉକ୍ତ ସରକାରୀ ଜାଗାରୁ ଜବରଦଖଲ ହଟାଇବା ପାଇଁ କେନ୍ଦୁନାଳୀ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ତହସିଲ ଅଫିସ ଘେରାଉ କରାଯିବ ବୋଲି ଗ୍ରାମର ଦିଲୀପ କୁମାର ସାହୁ, ସଞ୍ଜୟ ଦେହୁରୀ, ସନ୍ତୋଷ ପ୍ରଧାନ, ବିଶ୍ୱାମିତ୍ର ପ୍ରଧାନ, ରସାନନ୍ଦ ପ୍ରଧାନ, ଶରତ ସାହୁ, କିଶୋରଚନ୍ଦ୍ର ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ କହିଛନ୍ତି, ତୁରନ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri