ମାଲେସିଆରେ ୫ ଶ୍ରମିକ ଫସିଥିବା ଘଟଣା: ଉଦ୍ଧାର ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨୯।୧୧: ନୟାଗଡ଼ ଜିଲା ରଣପୁର ଓ ଶରଣକୁଳ ଥାନା ଅଞ୍ଚଳର ୫ ଶ୍ରମିକ ମାଲେସିଆରେ ଫସିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଗୁରୁବାର ପରିବାର ଲୋକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିସହ ସେମାନଙ୍କୁ ନେଇ ଯାଇଥିବା ସୁରଧ୍ୱନି ସଂସ୍ଥାର ମାଲିକ ରବୀନ୍ଦ୍ର ପାଢ଼ୀ ଓ ତାଙ୍କ ସ୍ତ୍ରୀ ସୁରଧ୍ୱନି ପଣ୍ଡାଙ୍କୁ ଗିରଫ କରିବା ପାଇଁ ପରିବାର ଲୋକ ଦାବି କରିଛନ୍ତି।
ଯେ, ରଣପୁର ଥାନା ଲଡୁକେଶର ପ୍ରସାଦ ଗାମର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଦୁଇ ପୁଅ ଲକ୍ଷ୍ମୀଧର ପ୍ରଧାନ ଓ ଅରୁଣ ପ୍ରଧାନ , କୁଶ ବେହେରା, ଆଲୋକ ବେହେରା ଓ ଡମ୍ବରୁଧର ସ୍ବାଇଁ ପ୍ରମୁଖ ୫ ଜଣଙ୍କୁ ରବୀନ୍ଦ୍ର ମାଲେସିଆରେ ଚାକିରି କରାଇଦେବାକୁ କହି ସେମାନଙ୍କଠାରୁ ଅକ୍ଟୋବର ମାସରେ ୬୦ ହଜାର ଟଙ୍କା ଅଗ୍ରିମ ନେଇଥିଲେ। ଏହାପରେ ୧୧ ଅକ୍ଟୋବରରେ ୫ ଜଣଙ୍କୁ ମାଲେସିଆରେ ଏକ ଶପିଙ୍ଗମଲ୍‌ରେ ମାସିକ ୨୫ ହଜାର ଟଙ୍କାରେ କାମ କରାଇଦେବା କହି ସେଠାକୁ ପଠାଇଥିଲେ। ମାଲେସିଆରେ ଯାଇ ଶପିଙ୍ଗ ମଲ୍‌ ବଦଳରେ ଏକ କମ୍ପାନୀରେ ସେମାନଙ୍କୁ କାର୍ଯ୍ୟ କରିବାକୁ କୁହାଗଲା। ସେଠାରେ ମାଲିକ ସେମାନଙ୍କୁ ନିର୍ଯାତନା ଦେଉଥିବା ନେଇ ଏକ ଭିଡ଼ିଓ ଭାଇରାଲ କରିଥିଲେ। ପରିବାର ଲୋକ ଏ ନେଇ ରଣପୁର ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ଏସ୍‌ପିଙ୍କୁ ଭେଟିବାକୁ ଆସିଥିଲେ।
କିଛି କାମଧନ୍ଦା ନ ମିଳିବାରୁ ସମସ୍ତେ ଚାକିରି କରିବାକୁ ଯାଇ ଫସି ଯାଇଥିବା ବେଳେ ପରିବାର ଲୋକ ବର୍ତ୍ତମାନ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରକାଶ କରିଛନ୍ତି। ସେହିଭଳି ରବୀନ୍ଦ୍ରଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ନେଇଥିବା ଟଙ୍କା ଫେରାଇବା ପାଇଁ ପରିବାର ଲୋକ ଦାବି କରିଛନ୍ତି। ଶରଣକୁଳ ହରିହରପୁର ଗ୍ରାମର ରବୀନ୍ଦ୍ର ନୟାଗଡ଼ ସହର ଖଣ୍ଡପଡ଼ା ରୋଡ଼ସ୍ଥିତ ଲକ୍ଷ୍ମଣନଗରଠାରେ ସୁରଧ୍ୱନି ନାମରେ ଏକ ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥା ବିଦେଶରେ ଚାକିରି କରାଇଦେବାକୁ କହି ଯୁବକମାନଙ୍କ ଠାରୁ ୬୦ରୁ ୮୦ ହଜାର ଟଙ୍କା ଆଦାୟ କରୁଥିଲା। ନୟାଗଡ଼ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ଗ୍ରାମରୁ ପ୍ରାୟ ୫୦୦ ଯୁବକଙ୍କଠାରୁ ଟଙ୍କା ଠକେଇ କରି ନେଇଛି। ୧୮ ତାରିଖରେ ରଣପୁର ବ୍ଲକର ୧୭, ନୟାଗଡ଼ ବ୍ଲକର ୧୫ ଓ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ୨୮ ଜଣ ଏହିଭଳି ମୋଟ ୬୦ ଜଣ ଯୁବକ ମାଲେସିଆ ଯିବା ପାଇଁ ଭୁବନେଶ୍ୱର ଏୟାରପୋର୍ଟଠାରେ ପହଞ୍ଚତ୍ଥିଲେ । ସେଠାରେ ସୁରଧ୍ୱନି ସଂସ୍ଥାର ୩ ଜଣ କର୍ମଚାରୀ ସେମାନଙ୍କୁ ଭେଟି ଭିଜା ଓ ଫ୍ଲାଇଟ ଟିକେଟ ପ୍ରଦାନ କରିଥିଲେ। ଯୁବକମାନେ ଏହା ନକଲି ବୋଲି ଜାଣିବା ପରେ ସମ୍ପୃକ୍ତ ୩ ଜଣଙ୍କୁ ସେମାନେ ଆଣି ରଣପୁର ଥାନା ଅନ୍ଧାରୁଆ ଗ୍ରାମରେ ଅଟକ ରଖିଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରଣପୁର ପୋଲିସ ଉକ୍ତ ଗ୍ରାମରେ ପହଞ୍ଚତ୍ ୩ ଜଣଙ୍କୁ ଉଦ୍ଧାର କରିଥିଲା। ପରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ଜେଲ୍‌କୁ ପଠାଇଛି। ସେମାନେ ହେଲେ ଶରଣକୁଳ ଥାନା କରଡ଼ା ଗ୍ରାମର ଦୀନବନ୍ଧୁ ପ୍ରଧାନ, ଗୋଲଗାଁର ପୂର୍ଣ୍ଣଚନ୍ଦ୍ର ଦଳେଇ ଓ ଓଡ଼ଗାଁ ଥାନା କୋମଣ୍ଡ ଗ୍ରାମର ଶତ୍ନୁଘ୍ନ ବେହେରା। ହେଲେ ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ଓ ତାଙ୍କ ସ୍ତ୍ରୀ ସୁରଧ୍ୱନି ପାଖରେ ପହଞ୍ଚତ୍ ପାରିନି ପୋଲିସ। ଏହି ଘଟଣା ପ୍ରଚାରିତ ହେବା ପରେ ଦମ୍ପତି ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ କରାଯାଉଥିବା ଜିଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri