Posted inଜାତୀୟ

ସୋସିଆଲ ମିଡିଆ ସହ ଆଧାର ସଂଯୋଗ:ସୁପ୍ରିମକୋର୍ଟରେ ହେବ ସବୁ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୩-୧୦(ପି.ଟି./ଆଇଏଏନ୍‌ଏସ୍‌):ସୋସିଆଲ ମିଡିଆ ସହ ଆଧାର ସଂଯୋଗୀକରଣ ନେଇ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିବେ। ଫେସ୍‌ବୁକ୍‌ ପକ୍ଷରୁ ହୋଇଥିବା ଏକ ପିଟିଶନକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଦେଶର ବିଭିନ୍ନ ହାଇକୋର୍ଟଗୁଡ଼ିକରେ ଥିବା ଏସମ୍ପର୍କିତ ଆବେଦନଗୁଡ଼ିକୁ ନିଜ ପାଖକୁ ସ୍ଥାନାନ୍ତର ପାଇଁ ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଇଣ୍ଟରନେଟ୍‌ର ଅପବ୍ୟବହାର ରୋକିବା ପାଇଁ କେନ୍ଦ୍ର ସରକାର ୨୦୨୦ ଜାନୁୟାରୀ ଶେଷ ସୁଦ୍ଧା ଆଇନ ଆଣିବେ ବୋଲି ସୁପ୍ରିମକୋର୍ଟରେ ଦାଏର ପିଟିଶନରେ ଉଲ୍ଲେଖ କରିଛନ୍ତି।
ଦେଶରେ ସାମାଜିକ ଗଣମାଧ୍ୟମ ନିୟନ୍ତ୍ରଣ ସକାଶେ ଗାଇଡ୍‌ଲାଇନ୍‌ ଜାରି ପାଇଁ ବିଭିନ୍ନ ହାଇକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ସେହି ସମସ୍ତ ଆବେଦନକୁ ସର୍ବୋଚ୍ଚ ଅଦାଲତକୁ ସ୍ଥାନାନ୍ତର କରି ବିଚାର କରିବା ପାଇଁ ଫେସ୍‌ବୁକ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାସହ ଏସମ୍ପର୍କିତ ସବୁ ପିଟିଶନକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ପଠାଇବା ପାଇଁ ରେଜିଷ୍ଟ୍ରାର୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ୨୦୨୦ ଜାନୁୟାରୀ ଶେଷ ସପ୍ତାହରୁ ଏହି ପ୍ରସଙ୍ଗର ଶୁଣାଣି କରାଯିବ। ତା’ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟସ୍ଥମାନଙ୍କ ଉପରେ ନୂଆ ଗାଇଡ୍‌ଲାଇନ୍‌ ପ୍ରଣୟନ କରିବା ପରେ ରିପୋର୍ଟ ଦାଖଲ କରିବେ, ଯାହାକୁ ନେଇ ସାମାଜିକ ଗଣମାଧ୍ୟମର ଦୁରୁପଯୋଗକୁ ରୋକାଯିବା ସହ ମେସେଜ୍‌ଗୁଡ଼ିକୁ ଡିକ୍ରିପ୍ଟ କରିବା ଲାଗି ମଧ୍ୟସ୍ଥଙ୍କୁ ଉତ୍ତରଦାୟୀ କରାଯାଇ ପାରିବ। ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଫେସ୍‌ବୁକ୍‌ ପକ୍ଷରୁ ଦାଏର ପିଟିଶନ ବିରୋଧରେ ଆଭିମୁଖ୍ୟରୁ ଓହରିଯିବା ପରେ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ରହି ସ୍ପଷ୍ଟ କରିଥିଲେ ଯେ, ଲୋକଙ୍କ ପ୍ରିଭେସି (ବ୍ୟକ୍ତିଗତ ଗୋପନୀୟ ତଥ୍ୟ)କୁ ଉଲ୍ଲଂଘନ କରିବା ପାଇଁ ଏହା ଏକ ଯୋଜନା ନୁହେଁ, ବରଂ ଜାତୀୟ ନିରାପତ୍ତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଏକ ଉଦ୍ୟମ। ଏହା ଶୁଣିବା ପରେ ଆଟର୍ନି ଜେନେରାଲ କହିଥିଲେ, ଜଣେ ଆତଙ୍କବାଦୀ ନିଜ ପ୍ରିଭେସି ଅଧିକାର ଦାବି କରିପାରିବେ ନାହିଁ। ସେହିପରି ସରକାରଙ୍କ ପକ୍ଷରୁ ବିଚାରାଧୀନ ଚିଠା ନିୟମ କର୍ତ୍ତୃପକ୍ଷଙ୍କୁ ଏକ ନିର୍ଦ୍ଦିଷ୍ଟ ମେସେଜ୍‌ର ସୃଷ୍ଟିକର୍ତ୍ତାଙ୍କୁ ଠାବ କରିବା ଲାଗି ମଧ୍ୟସ୍ଥମାନଙ୍କୁ ଉତ୍ତରଦାୟୀ କରିବା ସକାଶେ ସକ୍ଷମ କରିବ ବୋଲି କେତେଜଣ ଆବେଦନକାରୀ ଅଭିଯୋଗ ଆଣିଥିଲେ। ଏହା ଲୋକଙ୍କ ପ୍ରିଭେସିକୁ ପଦଦଳନ ପାଇଁ ସରକାରଙ୍କ ଏକ ଯୋଜନା ବୋଲି ହେଉଥିବା ଦାବିକୁ ସଲିସିଟର ଜେନେରାଲ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପୂର୍ବରୁ ସୋମବାର ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅକଳ୍ପନୀୟ ବ୍ୟାଘାତ ସୃଷ୍ଟି ପାଇଁ ଇଣ୍ଟରନେଟ୍‌ ଏକ ସମ୍ଭାବ୍ୟ ଅସ୍ତ୍ର ଭାବେ ଉଭା ହୋଇଛି। ଏଥିପାଇଁ ଦେଶରେ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କ ଉପରେ ନିୟନ୍ତ୍ରଣ ପାଇଁ ଏକ ଆଇନ ଆଣିବା ସକାଶେ ବିଜ୍ଞପ୍ତି ଜାରି କରିବା ଲାଗି ୩ ମାସ ଦିଆଯାଉ ବୋଲି ସରକାର ସମୟ ମାଗିଥିଲେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏନେଇ ଅଦାଲତରେ ଏକ ସତ୍ୟପାଠ ଦାଖଲ କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କାରିଗରିବିଦ୍ୟା ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟି ସାମାଜିକ ବିକାଶ ହୋଇଥିଲେ ହେଁ ଏଥିରେ ଘୃଣା ଅପରାଧ, ମିଛ ଖବର ଓ ଦେଶବିରୋଧୀ କାର୍ଯ୍ୟକଳାପ ବୃଦ୍ଧିପାଇବାରେ ଲାଗିଛି। ତେଣୁ ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି ଇଣ୍ଟରମିଡିଆରିଜ୍‌ ଗାଇଡ୍‌ଲାଇନ୍ସ (ସଂଶୋଧନ) ନିୟମ, ୨୦୧୮କୁ ଚୂଡ଼ାନ୍ତ କରିବା ପାଇଁ ୩ ମାସ ଦିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri