‘୫-ଟି’ ସଚିବଙ୍କ କେନ୍ଦ୍ରାପଡ଼ା ଜିଲା ଗସ୍ତ

କେନ୍ଦ୍ରାପଡା ଅଫିସ, ୧୬।୧୦:ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା କେନ୍ଦ୍ରାପଡା ସହର ନିକଟ ଶାମଗୁଡିଆଠାରେ ନିର୍ମାଣାଧୀନ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ କାର୍ଯ୍ୟ ସାରି ଏହାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କୁ ହସ୍ତାନ୍ତର କରିବା ପାଇଁ ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ ନିର୍ଦ୍ଦେଶ ଦେଇଛନ୍ତି ା ସେହିପରି ଜିଲା ମୁଖ୍ୟ ଚିକତ୍ସାଳୟର ଓପିଡି ଓ ଡାଇଲିସିସ୍‌ ସେଣ୍ଟରର କେତେକ ଅଭାବ ତୁରନ୍ତ ପୂରଣ କରାଯିବ ବୋଲି ଜଣ୍ଟିଲୋ ଆଇବି ଠାରେ ମଙ୍ଗଳବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ପ୍ରକାଶ କରିଛନ୍ତି ା
ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ୫ ଟି ସଚିବ ପାଣ୍ଡିଆନ୍‌ କେନ୍ଦ୍ରାପଡା ଜିଲା ଗସ୍ତରେ ଆସି ପୂର୍ବାହ୍ନ ୧୧ଟା ୪୫ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ା ତାଙ୍କ ସହିତ ରାଜ୍ୟ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଯାଇ ଚିକିତ୍ସାଳୟର ପ୍ରସୂତି ବିଭାଗ, ମହିଳା ଓ ଶିଶୁ ବିଭାଗ, ପୁରୁଷ ସର୍ଜରି ବିଭାଗ, ପାଥୋଲ୍ୟାବ ଆଦି ବୁଲି ଦେଖିଥିଲେ ା ଏହି ଅବସରରେ ପାଣ୍ଡିଆନ୍‌ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ସ୍ବାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଥିଲେ ା ବିଶେଷ କରି ନିରାମୟରୁ ଔଷଧ ମିଳୁଛି କି ନାହିଁ , ସରକାରୀ ପାଥୋଲାବରେ ହେଉଥିବା ଟେଷ୍ଟ, ଡାକ୍ତରଖାନା କର୍ମଚାରୀଙ୍କ ଅର୍ଥ କାରବାର ସମ୍ପର୍କରେ ଆଲୋଚନା କରିଥିଲେ ା ପରେ ଇଚ୍ଛାପୁରସ୍ଥ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିବା ସହିତ ନିକଟସ୍ଥ ଶାମଗୁଡିଆରେ ନିର୍ମାଣାଧୀନ ୧୦୦ ଶଯ୍ୟା ବିଶିଷ୍ଟ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଠିକାସଂସ୍ଥା ଇପିଆଇର ଲୋକାଲ ମ୍ୟାନେଜର ଏବଂ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ମହାନ୍ତିଙ୍କ ସହିତ ଆଲୋଚନା କରିଥିଲେ ା ଏହାର ଗ୍ରାଉଣ୍ଡ ଫ୍ଲୋର ନିର୍ମାଣ ଆସନ୍ତା ୪ ମାସ ମଧ୍ୟରେ ସାରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ ା ପରେ ଜଣ୍ଟିଲୋ ଯାଇ ଜିଲାପାଳ , ସିଡିଏମଓ ଡା. ଉର୍ମିଳା ମିଶ୍ର ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେଇ ଅପରାହ୍ନରେ ଫେରି ଯାଇଥିଲେ ା ସଚିବ ପାଣ୍ଡିଆନ୍‌ଙ୍କ ଗସ୍ତ ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ୫-ଟି ସଚିବଙ୍କ ଏହା ଅଚାନକ ଗସ୍ତ ଥିଲା ା
ଏହି ଗସ୍ତ ଅବସରରେ ସଚିବ ମୋ ସରକାର କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି ା
ଜିଲାରେ ଚାଲିଥିବା ସ୍ବାସ୍ଥ୍ୟସେବା ସମ୍ପର୍କରେ ପ୍ରତ୍ୟହ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ଏଥିସହିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ୧୭୫ ଶଯ୍ୟା ଥିବାରୁ ରୋଗୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଶାମଗୁଡିଆ ସ୍ବାସ୍ଥ୍ୟକେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ଉପରେ ସଚିବ ଗୁରୁତ୍ୱ ଦେଇଥିବା ଜିଲାପାଳ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri