Posted inଜାତୀୟ

ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ

ନୂଆଦିଲ୍ଲୀ,୧୫ା୧୦(ପି.ଟି.): ଜମାତ୍‌-ଉଲ୍‌ ମୁଜାହିଦ୍ଦିନ ବାଂଲାଦେଶ (ଜେଏମ୍‌ବି) ଆତଙ୍କବାଦୀ ସଂଗଠନ ଏବେ ଦେଶ ପାଇଁ ବିପଦ ସୃଷ୍ଟି କରିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମହାନିର୍ଦ୍ଦେଶକ ଓ୍ବାଇ.ଏସ୍‌. ମୋଦି କହିଛନ୍ତି। ଓଡ଼ିଶା ସମେତ ଦେଶର ୭ ରାଜ୍ୟରେ ଏହି ବାଂଲାଦେଶୀ ଆତଙ୍କବାଦୀ ସଂଗଠନ କାୟା ବିସ୍ତାର କରୁଥିବା ଏନ୍‌ଆଇଏ ଡିଜି ସତର୍କ କରାଇଦେଇଛନ୍ତି। ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍‌) ଏବଂ ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ମୁଖ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଜେଏମ୍‌ବି ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ମହାରାଷ୍ଟ୍ର, କର୍ନାଟକ ଓ କେରଳ ଭଳି ରାଜ୍ୟରେ ଏହାର କାର୍ଯ୍ୟକଳାପ ବଢ଼ାଇଚାଲିଛି। ସେମାନେ ବାଂଲାଦେଶୀ ଦେଶାନ୍ତରୀ ଭାବେ ଛଦ୍ମବେଶରେ ରହୁଛନ୍ତି।
ଜେଏମ୍‌ବି ନେତୃତ୍ୱଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ୧୨୫ ଜଣ ସନ୍ଦିଗ୍ଧଙ୍କର ଏକ ତାଲିକା ଏନ୍‌ଆଇଏ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଦେଇଛି। ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡରେ ଜେଏମ୍‌ବିର ଗତିବିଧି ବୃଦ୍ଧି ପାଇଥିବା ଏନ୍‌ଆଇଏର ପାନ୍‌-ଇଣ୍ଡିଆ ତଦନ୍ତରୁ ଜଣାପଡ଼ିଛି। ଏହାବ୍ୟତୀତ ବିହାର, କର୍ନାଟକ, କେରଳ ଓ ମହାରାଷ୍ଟ୍ରରେ ମଧ୍ୟ ସେମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ଡିଜି କହିଛନ୍ତି। ରାଜ୍ୟ ପୋଲିସର ତଦନ୍ତ ପରିସର ସୀମିତ ହୋଇଥିବା ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଏ ସମ୍ପର୍କିତ ତଥ୍ୟ ଏନ୍‌ଆଇଏକୁ ଦେବା ଆବଶ୍ୟକ, ଯାହା ଫଳରେ ବଡ଼ ଧରଣର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇପାରିବ ବୋଲି ଏନ୍‌ଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି। ୨୦୧୪ରୁ ୨୦୧୮ ମଧ୍ୟରେ ଜେଏମ୍‌ବି ବେଙ୍ଗାଲୁରୁରେ ୨୦ରୁ ୨୨ ଗୁପ୍ତ ଆଡ୍ଡା ସ୍ଥାପନ କରି ଦକ୍ଷିଣ ଭାରତରେ ସଂଗଠନର ପ୍ରସାର କରାଉଥିବା ସେ ସୂଚନା ଦେଇଛନ୍ତି। ଏପରିକି କର୍ନାଟକ ସୀମାନ୍ତ କ୍ରିଷ୍ଣଗିରି ପାର୍ବତ୍ୟାଞ୍ଚଳରେ ଜେଏମ୍‌ବି ରକେଟ ଲଞ୍ଚର୍‌ ପରୀକ୍ଷଣ କରିଛି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ପ୍ରତିଶୋଧ ନେବା ଲାଗି ଜେଏମ୍‌ବି ବୌଦ୍ଧ ମନ୍ଦିରଗୁଡ଼ିକୁ ଆକ୍ରମଣ କରିବା ଲାଗି ଲକ୍ଷ୍ୟ ରଖିଛି। ଏହି ସଂଗଠନ ପ୍ରଥମେ ୨୦୦୭ରେ ପଶ୍ଚିମବଙ୍ଗ ଓ ଆସାମରେ ସେମାନଙ୍କ କାର୍ଯ୍ୟକଳାପ ଆରମ୍ଭ କରିଥିଲେ ଓ ପରେ ସଂଗଠନକୁ ଅନ୍ୟ ରାଜ୍ୟକୁ ବିସ୍ତାର କରାଇଥିଲେ। ଜେଏମ୍‌ବି ନେତୃତ୍ୱଙ୍କ ସହ ୧୩୦ ଆତଙ୍କବାଦୀ ନିୟମିତ ସମ୍ପର୍କ ରଖିଥିବା ତଦନ୍ତରୁ ଜଣାପଡିଛି ବୋଲି ମିତ୍ତଲ କହିଛନ୍ତି।
ଅନ୍ୟ ଜିହାଦୀ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇ ମିତ୍ତଲ କହିଛନ୍ତି, ମଧ୍ୟପ୍ରାଚ୍ୟ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସମ୍ପର୍କ ରଖିଥିବା ୧୨୭ ଜଣଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ଗିରଫ କରାଗଲାଣି। ମୁମ୍ବାଇ ଜନ୍ମିତ ଇସ୍‌ଲାମୀୟ ବିଦ୍ୱାନ ତଥା ଆତଙ୍କବାଦ ଅଭିଯୁକ୍ତ ଜାକିର ନାଏକ ଏବଂ ଶ୍ରୀଲଙ୍କାରେ ଇଷ୍ଟର ବେଳେ ହୋଇଥିବା ବୋମାମାଡ଼ର ମାଷ୍ଟରମାଇଣ୍ଡଙ୍କ ଭିଡିଓ ବକ୍ତୃତାରେ ଅନୁପ୍ରାଣିତ ହୋଇଥିବା ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବୀକାର କରିଛନ୍ତି।
ଆତଙ୍କବାଦ ନିରୋଧୀ ସଂସ୍ଥା ବର୍ତ୍ତମାନ ସୁଦ୍ଧା ଯେଉଁସବୁ ମାମଲା ତଦନ୍ତ କରୁଛି ସେଥିରେ ଦୋଷୀସାବ୍ୟସ୍ତ ହାର ୯୦ ପ୍ରତିଶତ ରହିଥିବା ଏନ୍‌ଆଇଏ ଡିଜି କହିଛନ୍ତି। ଆତଙ୍କବାଦ ସମ୍ପର୍କିତ ମାମଲାଗୁଡ଼ିକୁ ପରିଚାଳନା କରିବାରେ ରାଜ୍ୟ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଉତ୍ତମ ଫଳାଫଳ ଲାଗି ଏହା ସମସ୍ତ ତଥ୍ୟ ଏନ୍‌ଆଇଏ ସହ ବିନିମୟ କରିବା ଆବଶ୍ୟକ ବୋଲି ଡିଜି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri