ଖେଳ

ଟପ୍ସରେ ସାମିଲ ହେଲେ ଅର୍ଜୁନ, ଅରବିନ୍ଦ, ସୀମା ଓ ସୁମିତ୍‌

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-କ୍ରୀଡ଼ା ମନ୍ତ୍ରଣାଳୟର ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର କୋର୍‌ ଗ୍ରୁପ୍‌ରେ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିବା ରୋୟର ଅର୍ଜୁନ ଲାଲ୍‌ ଜାଟ୍‌, ଅରବିନ୍ଦ ସିଂ ଏବଂ ରେସ୍‌ଲର ସୀମା ବିସ୍‌ଲା ଓ ସୁମିତ୍‌ ମଲିକ୍‌ଙ୍କୁ ସାମିଲ କରାଯାଇଛି।…

କୃଷ୍ଣକାୟ ଖେଳାଳିଙ୍କ ପାଇଁ ବାଟ ବନ୍ଦ କରି ଦେଇଥିଲେ ଗ୍ରେମ ସ୍ମିଥ

ଜୋହାନ୍ସବର୍ଗ, ୨୦।୫ : ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବୋର୍ଡର ଡିରେକ୍ଟର ଗ୍ରେମ ସ୍ମିଥଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ସାଥି ଖେଳାଳି ଲୋନଓ୍ବାବୋ ସୋଟସୋବେ। ବୋର୍ଡ ନିକଟରେ ସେ ଦାଖଲ କରିଛନ୍ତି ୭ ପୃଷ୍ଠା ବିଶିଷ୍ଟ…

ଅଗଷ୍ଟ ୨୮ରୁ ଆରମ୍ଭ ହେବ ସିପିଏଲ

କିଙ୍ଗ୍‌ ଷ୍ଟନ, ୨୦।୫ : ଆସନ୍ତା ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ)ର ୨୦୨୧ତମ ସିଜନ। ଏହାର ଫାଇନାଲ ମ୍ୟାଚ୍‌ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯିବ। ୨୦୨୦ ସିଜନ ଭଳି ଏଥର ମଧ୍ୟ ବାୟୋ…

ଡବ୍ଲ୍ୟୁଟିସି ଫାଇନାଲରେ ଯୋଗଦେବେ ଦର୍ଶକ

ସାଉଥାମ୍ପଟନ, ୨୦।୫ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ ପାଇଁ ଷ୍ଟାଡିୟମ ମଧ୍ୟରେ ଦର୍ଶକଙ୍କୁ ଅନୁମତି ମିଳିବ। ୪ ହଜାର ଦର୍ଶକଙ୍କ ଉପସ୍ଥିତିରେ ଏହି ବହୁ ପ୍ରତିକ୍ଷିତ ୫ ଦିନିଆ…

ସୁନ୍ଦରଙ୍କ ପାଇଁ ବାପାଙ୍କ ବଳିଦାନ

ଚେନ୍ନାଇ,୨୦।୧୮: କରୋନା ଯୋଗୁ କ୍ରିକେଟରଙ୍କ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ଖେଳାଳିଙ୍କୁ କଠିନ ବାୟୋ ବବୁଲରେ ରହିବାକୁ ପଡୁଛି। କରୋନା ଯୋଗୁ ଭାରତୀୟ କ୍ରିକେଟର ୱାଶିଂଟନ ସୁନ୍ଦରଙ୍କୁ ତାଙ୍କ ବାପାଙ୍କଠାରୁ ଦୂରରେ ରହିବାକୁ ପଡିଛି। ସୁନ୍ଦରଙ୍କ ପିତା କହିଛନ୍ତି ଯେ, କରୋନା…

ଖୁସି ଖବର: ଭାରତୀୟ ଦଳର କୋଚ ହେବେ ରାହୁଲ ଦ୍ରାଭିଡ

ନୂଆଦିଲ୍ଲୀ,୨୦।୫:ଭାରତୀୟ କ୍ରିକେଟ ଦଳ ଆଗାମୀ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି। ଭାରତର ପୂର୍ବତନ ଭେଟେରାନ ରାହୁଲ ଦ୍ରାଭିଡ ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର କୋଚିଂ ଦାୟିତ୍ୱ ଗ୍ରହଣ କରିବେ। ତେବେ ଦ୍ରାଭିଡଙ୍କୁ ଏହି ସିରିଜ୍‌ ପାଇଁ କେବଳ କୋଚ୍‌ ଦାୟିତ୍ୱ…

ନିଜ ବିଶ୍ୱ ରେକର୍ଡ ଭାଙ୍ଗିଲେ କୋଲେସ୍‌ନିକୋଭ୍‌

ବୁଦାପେଷ୍ଟ(ହଙ୍ଗେରୀ),୨୦ା୫(ଏପି)- କ୍ରମାଗତ ଦ୍ୱିତୀୟ ଦିବସରେ ରୁଷୀୟ ସନ୍ତରଣକାରୀ କ୍ଲିମେଣ୍ଟ କୋଲେସ୍‌ନିକୋଭ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ନିଜ ନାମରେ ଥିବା ବିଶ୍ୱ ରେକର୍ଡରେ ଉନ୍ନତି ଆଣିଛନ୍ତି। ୨୦ ବର୍ଷୀୟ କୋଲେସ୍‌ନିକୋଭ ମଙ୍ଗଳବାର ୨୩.୮୦ ସେକେଣ୍ଡ ସମୟ ନେଇ ୟୁରୋପିଆନ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ…

ବଲ୍‌ ଟ୍ୟାମ୍ପରିଂ ମାମଲା:ଅଷ୍ଟ୍ରେଲୀୟ ବୋଲରଙ୍କ ସଫେଇରେ କ୍ଲାର୍କ ଅସନ୍ତୁଷ୍ଟ

ମେଲବୋର୍ନ,୨୦।୫(ପି.ଟି.)- ୨୦୧୮ ସ୍ୟାଣ୍ଡ ପେପର ତଥା ବଲ୍‌ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲୀୟ ବୋଲରମାନେ ଦେଇଥିବା ସ୍ପଷ୍ଟୀକରଣ ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷରେ କେପ୍‌ ଟାଉନ୍‌ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ କ୍ରିକେଟରମାନେ ବଲ୍‌…

କେନ୍ଦ୍ରୀୟ ଚୁକ୍ତିର ଗ୍ରେଡ୍‌ ‘ବି’କୁ ଶେଫାଳି ଉନ୍ନୀତ

ନୂଆଦିଲ୍ଲୀ, ୨୦।୫(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିର ଗ୍ରେଡ୍‌ ‘ବି’କୁ ଉନ୍ନୀତ ହୋଇଛନ୍ତି ଟିନ୍‌ ବ୍ୟାଟିଂ ସେନ୍‌ସେଶନ ଶେଫାଳି ବର୍ମା। ବିସିସିଆଇ ଏଥର ଚୁକ୍ତିବଦ୍ଧ ଖେଳାଳିଙ୍କ ସଂଖ୍ୟା ୨୨ରୁ ୧୯କୁ ହ୍ରାସ କରିଛି। ଗ୍ରେଡ୍‌ ‘ଏ’ ପାଇଁ…

ସଫଳ କ୍ରିକେଟର, ଦକ୍ଷ ମ୍ୟାଚ ରେଫରି

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି)- ପ୍ରଶାନ୍ତ ମହାପାତ୍ର ଜଣେ ସଫଳ କ୍ରିକେଟର, ଦକ୍ଷ ମ୍ୟାଚ ରେଫରି ଏବଂ ବିସିସିଆଇ ଲେଭଲ-୨ କୋଚ୍‌ ଥିଲେ। ଖେଳ ଜୀବନ ହେଉ କି ମ୍ୟାଚ ପରିଚାଳନା ଯେତେବେଳେ ଯେଉଁ ଦାୟିତ୍ୱ ପାଇଥିଲେ ତାହାକୁ ସଫଳତାର ସହ ସମ୍ପନ୍ନ…

ଏହି କ୍ରିକେଟରଙ୍କୁ ପିଠିରେ ଉଠାଇ ବ୍ୟାୟାମ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୦।୫:କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବ୍ୟାଟ୍ସମ୍ୟାନ ନୀତୀଶ ରାଣା ଗତ କିଛି ଆଇପିଏଲ ସିଜିନରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏହି ସମୟରେ ନୀତୀଶଙ୍କ ସ୍ତ୍ରୀ ସାଚ୍ଚି ମାରୱା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ସେ ନୀତୀଶ ରାଣାଙ୍କୁ ପିଠିରେ ଉଠାଇ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍‌ ଡ୍ର’ ରହିଲେ କେଉଁ ଦଳ ହେବ ଚାମ୍ପିୟନ୍‌

ନୂଆଦିଲ୍ଲୀ,୨୦।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୮ରୁ ୨୨ ଜୁନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ଅନୁଷ୍ଠିତ ହେବ। ତେବେ ଏହି ଫାଇନାଲକୁ ନେଇ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ଏବେ ବିସିସିଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?