Posted inଖେଳ

ସାନିଆ ମିର୍ଜାଙ୍କ ସ୍ବାମୀଙ୍କୁ ‘ସାଇଲେଣ୍ଟ କିଲର୍‌’ କହିଲେ ଏହି ପାକିସ୍ତାନୀ ଅଲରାଉଣ୍ଡର; ଅଖତରଙ୍କୁ କହିଲେ ‘ଆକ୍ଟର’

ନୂଆଦିଲ୍ଲୀ,୧୦।୭: ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ତଥା କ୍ରିକେଟର ସୋଏବ ମଲିକଙ୍କୁ ‘ସାଇଲେଣ୍ଟ କିଲର୍‌’ କହିଛନ୍ତି ପାକିସ୍ତାନର ଅଲରାଉଣ୍ଡର ଅଜହର ମହମୁଦ। କେବଳ ଏତିକି ନୁହେଁ ସେ ଶୋଏବ ଅଖ୍‌ତରଙ୍କୁ ପାକିସ୍ତାନ କ୍ରିକେଟ ଟିମ୍‌ର ସବୁଠାରୁ ବଡ଼ କଳାକାର ବୋଲି କହିଛନ୍ତି। ଏଚ୍‌ବିଏଲ୍‌ପିଏସ୍‌ଏଲ୍‌ର ‘ଜହାଁ ଫ୍ୟାନ୍ସ ବହାଁ ଷ୍ଟାଡିୟମ’ଶୋ’ରେ ସେ ଏହା କହିଛନ୍ତି।

ଶୋ’ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ରମିଜ ରାଜା ଅଜହରଙ୍କୁ ପଚାରିଥିଲେ, ଆପଣ ନିଜର କେଉଁ ନିଷ୍ପତ୍ତି ଉପରେ ପଶ୍ଚାତାପ କରିଛନ୍ତି? ଜବାବରେ କ୍ରିକେଟର କହିଥିଲେ ଯେ, ପାକିସ୍ତାନ କ୍ରିକେଟର ଅଧିନାୟକ ଦାୟିତ୍ୱ ନ ନେଇ। ପରେ ରମିଜ ତାଙ୍କୁ ଏହା କେବେର କଥା ବୋଲି ପଚାରିଥିଲେ। ଜବାବରେ ୨୦୦୧ରେ ମୋତେ ଏହି ଅଫର ମିଳିଥିଲା ବୋଲି ସେ କହିଥିଲେ।

ପରେ ଖେଳାଳିମାନଙ୍କୁ କିଛି ଡାକନାମ ଦେବାକୁ ରମିଜ କହିଥିଲେ। ଏଥିରେ ସୋଏବଙ୍କ ନାମ ସେ ‘ସାଇଲେଣ୍ଟ କିଲର୍‌’ ଦେବେ ବୋଲି କହିଥିଲେ। ସେହିଭଳି ଅକମଲଙ୍କୁ ‘ତୋଲା’ , ଇଞ୍ଜିଙ୍କୁ ‘ବିଗ୍‌ ବ୍ରଦର’, ଓ୍ବାଶିମ୍‌ ଅକ୍ରମଙ୍କୁ ‘ଗୁରୁ’ ବୋଲି କହିଥିଲେ। ସେହିଭଳି ଅଖତରଙ୍କୁ କଳାକାର ବୋଲି ଆଖ୍ୟା ଦେଇଥିଲେ। ଏପରିକି ସେ ତାଙ୍କ ଫୋନରେ ତାଙ୍କ ନାମ ଶୋଏବ ଅଖତର ନୁହେଁ ବରଂ ଶୋଏବ ଆକ୍ଟର ରଖିଥିବା ସେ କହିଥିଲେ। ଏହାଶୁଣି ଅନ୍ୟମାନେ ହସିବାରେ ଲାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ହଜାର କୋଟିରୁ ଅଧିକ ପୁଞ୍ଜି ପ୍ରତ୍ୟାହାର କରିଛନ୍ତି ଏଫ୍‌ପିଆଇ

ମୁମ୍ବାଇ,୧୪ା୯: ଭୂ-ରାଜନୀତିକ କାରଣକୁ ନେଇ ବିଶ୍ୱସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନିବେଶକମାନଙ୍କୁ ପ୍ରଭାବିତ କରିଛି। ଏହାବ୍ୟତୀତ ଆମେରିକାର ବଣ୍ଡ୍‌ ୟିଲ୍ଡ…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆମେରିକାକୁ ପଛରେ ପକାଇ ଭାରତ ହେବ ୨ୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୧୪ା୯: ଆସନ୍ତା ୨୫ ବର୍ଷ ମଧ୍ୟରେ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ପଥରେ ଅଗ୍ରସର ହେଉଛି। ପରବର୍ତ୍ତୀ ସମୟରେ ଏହା…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ ପୁଟିନ୍‌ଙ୍କ ଆହ୍ବାନ

ନୂଆଦିଲ୍ଲୀ,୧୪ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ଏକ ନୂତନ ବୀମା ବ୍ୟବସ୍ଥା ପ୍ରଚଳନ କରିବା ସହିତ ମିଳିତ ଶସ୍ୟ ବଜାର ପ୍ରତିଷ୍ଠା ପାଇଁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?