Posted inଖେଳ

ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସର୍ବାଧିକ ମହିଳା ଶୁଟର

ନୂଆଦିଲ୍ଲୀ, ୧୧।୭(ପି.ଟି.): ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ଶୁଟିଂ ଇଭେଣ୍ଟରେ ପ୍ରଥମଥର ପାଇଁ ପୁରୁଷ ପ୍ରତିଯୋଗୀଙ୍କ ଅପେକ୍ଷା ସର୍ବାଧିକ ମହିଳା ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। ମହିଳା ପ୍ରତିଯୋଗୀଙ୍କ ସଂଖ୍ୟା ୨୩୯ ଆଶା କରାଯାଉଥିବାବେଳେ ୨୦୮ ପୁରୁଷ ପ୍ରତିଯୋଗୀ ଭାଗନେବେ। ଶୁଟିଂ ଇଭେଣ୍ଟରେ ଟୋକିଓରେ ୧୦୦ ଦେଶର ପାଖାପାଖି ୩୫୬ ଆଥ୍‌ଲେଟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଅନ୍ୟମାନେ ରିଜର୍ଭରେ ରହିବେ। ଏହା ମଧ୍ୟରେ ଭାରତର ୧୫ ଶୁଟର ସାମିଲ। ମହିଳା ୧୦ ମିଟର ଏୟାର ରାଇଫଲ ଏବଂ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସର୍ବାଧିକ ପ୍ରତିଯୋଗୀ ଏଣ୍ଟ୍ରି କରିଛନ୍ତି। ଜାପାନ ରାଜଧାନୀ ଟୋକିଓରେ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ଉତ୍ସବର ପରବର୍ତ୍ତୀ ଦିନରୁ ହିଁ ଶୁଟିଂ ଇଭେଣ୍ଟ ଆରମ୍ଭ ହୋଇଯିବ। ଏହା ୧୦ ଦିନଧରି ଚାଲିବ। ତେବେ ଏଥର ଇଭେଣ୍ଟ ସ୍ଥଳରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ନାହିଁ। ୫ ମହାଦେଶର ୧୦୦ ନ୍ୟାଶନାଲ ଅଲିମ୍ପିକ୍‌ କମିଟିରୁ ୩୫୬ ଆଥଲେଟ୍‌ ଟୋକିଓ ଶୁଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଅନ୍ତର୍ଜାତୀୟ ଶୁଟିଂ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ପକ୍ଷରୁ ପ୍ରକାଶ କରାଯାଇଛି। ମହିଳା ୧୦ ମିଟର ଏୟାର ପିସ୍ତଲରେ ସର୍ବାଧିକ ୫୩ ଏବଂ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ୪୯ ପ୍ରତିଯୋଗୀ ସାମିଲ ଅଛନ୍ତି। ପୁରୁଷ ଇଭେଣ୍ଟ ମଧ୍ୟରେ ୧୦ ମିଟର ଏୟାର ରାଇଫଲରେ ସର୍ବାଧିକ ୪୭ ଓ ୫୦ ମିଟର ରାଇଫଲ ୩ ପୋଜିଶନରେ ୩୯ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି।
ଭାରତର ୧୩ ରାଇଫଲ ଏବଂ ପିସ୍ତଲ ଶୁଟର ସମ୍ପ୍ରତି କ୍ରୋଏସିଆର ଜାଗ୍ରେବରେ ଟ୍ରେନିଂ ନେଉଛନ୍ତି। ପୁରୁଷ ସ୍କିଟ୍‌ ଇଭେଣ୍ଟରେ ଭାଗ ନେବାକୁ ଯାଉଥିବା ୨ ଶୁଟର ଇଟାଲୀରେ ଅଭ୍ୟାସ ଚଳାଇଛନ୍ତି। ସମସ୍ତ ଶୁଟର ଜାଗ୍ରେବ ଏବଂ ଇଟାଲୀରୁ ଚଳିତ ମାସରେ ହିଁ ଟୋକିଓ ଯିବେ। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ) ପ୍ରତି ଇଭେଣ୍ଟ ପାଇଁ ୨ ଜଣ ଲେଖାଏ ରିଜର୍ଭ ଖେଳାଳିଙ୍କୁ ରଖିଛି। ଭାରତୀୟ ଶୁଟରମାନେ ଏନ୍‌ଆରଏଆଇର ଅଲିମ୍ପିକ୍‌ କ୍ୱାଲିଫାଇଂ ପର୍ଯ୍ୟାୟରୁ ପ୍ରଦର୍ଶନ ଭିତ୍ତିରେ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। ଏହା ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରୁ ଆରମ୍ଭ ହୋଇଥିଲା। ୨୦୧୮ ବିଶ୍ୱ ଚାମ୍ପିୟନଶିପ୍‌, ୪ ଶୁଟିଂ ବିଶ୍ୱକପ, ୨୦୧୯ ଏସିଆନ ଚାମ୍ପିୟନଶିପ୍‌ ଏବଂ ଚଳିତ ବର୍ଷ ହୋଇଥିବା ଚୟନ ଟ୍ରାଏଲ-୧ ଓ ୨ରୁ ଶୁଟର ଚୟନ ହୋଇଛନ୍ତି। ଭାରତୀୟ ଦଳରେ ୭ ମହିଳା ଓ ୮ ପୁରୁଷ ଶୁଟର ସାମିଲ ରହିବେ। ଭାରତୀୟ ଶୁଟିଂ ପ୍ରତିନିଧି ଦଳ ମେ’ ୧୧ରେ ଏକ ଚାର୍ଟାର୍ଡ ବିମାନରେ ଜାଗ୍ରେବ ଯାଇ ଅଲିମ୍ପିକ୍‌ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଉଛନ୍ତି। ସେତେବେଳେ ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପକ ରୂପ ନେଇଥିବାରୁ ଜାଗ୍ରେବକୁ ସୁରକ୍ଷିତ ସ୍ଥାନ ବିବେଚନା କରାଯାଇଥିଲା। ଜାଗ୍ରେବରେ ରହଣି କାଳରେ ଭାରତୀୟ ଶୁଟରମାନେ ମେ’ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ୟୁରୋପିଆନ ଚାମ୍ପିୟନଶିପ୍‌ ଏବଂ ଜୁନ୍‌ ୨୨ରୁ ଜୁଲାଇ ୩ ପର୍ଯ୍ୟନ୍ତ ବିଶ୍ୱକପରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?