Posted inଖେଳ

ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସର୍ବାଧିକ ମହିଳା ଶୁଟର

ନୂଆଦିଲ୍ଲୀ, ୧୧।୭(ପି.ଟି.): ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ଶୁଟିଂ ଇଭେଣ୍ଟରେ ପ୍ରଥମଥର ପାଇଁ ପୁରୁଷ ପ୍ରତିଯୋଗୀଙ୍କ ଅପେକ୍ଷା ସର୍ବାଧିକ ମହିଳା ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। ମହିଳା ପ୍ରତିଯୋଗୀଙ୍କ ସଂଖ୍ୟା ୨୩୯ ଆଶା କରାଯାଉଥିବାବେଳେ ୨୦୮ ପୁରୁଷ ପ୍ରତିଯୋଗୀ ଭାଗନେବେ। ଶୁଟିଂ ଇଭେଣ୍ଟରେ ଟୋକିଓରେ ୧୦୦ ଦେଶର ପାଖାପାଖି ୩୫୬ ଆଥ୍‌ଲେଟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଅନ୍ୟମାନେ ରିଜର୍ଭରେ ରହିବେ। ଏହା ମଧ୍ୟରେ ଭାରତର ୧୫ ଶୁଟର ସାମିଲ। ମହିଳା ୧୦ ମିଟର ଏୟାର ରାଇଫଲ ଏବଂ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସର୍ବାଧିକ ପ୍ରତିଯୋଗୀ ଏଣ୍ଟ୍ରି କରିଛନ୍ତି। ଜାପାନ ରାଜଧାନୀ ଟୋକିଓରେ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ଉତ୍ସବର ପରବର୍ତ୍ତୀ ଦିନରୁ ହିଁ ଶୁଟିଂ ଇଭେଣ୍ଟ ଆରମ୍ଭ ହୋଇଯିବ। ଏହା ୧୦ ଦିନଧରି ଚାଲିବ। ତେବେ ଏଥର ଇଭେଣ୍ଟ ସ୍ଥଳରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ନାହିଁ। ୫ ମହାଦେଶର ୧୦୦ ନ୍ୟାଶନାଲ ଅଲିମ୍ପିକ୍‌ କମିଟିରୁ ୩୫୬ ଆଥଲେଟ୍‌ ଟୋକିଓ ଶୁଟିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଅନ୍ତର୍ଜାତୀୟ ଶୁଟିଂ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ପକ୍ଷରୁ ପ୍ରକାଶ କରାଯାଇଛି। ମହିଳା ୧୦ ମିଟର ଏୟାର ପିସ୍ତଲରେ ସର୍ବାଧିକ ୫୩ ଏବଂ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ୪୯ ପ୍ରତିଯୋଗୀ ସାମିଲ ଅଛନ୍ତି। ପୁରୁଷ ଇଭେଣ୍ଟ ମଧ୍ୟରେ ୧୦ ମିଟର ଏୟାର ରାଇଫଲରେ ସର୍ବାଧିକ ୪୭ ଓ ୫୦ ମିଟର ରାଇଫଲ ୩ ପୋଜିଶନରେ ୩୯ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି।
ଭାରତର ୧୩ ରାଇଫଲ ଏବଂ ପିସ୍ତଲ ଶୁଟର ସମ୍ପ୍ରତି କ୍ରୋଏସିଆର ଜାଗ୍ରେବରେ ଟ୍ରେନିଂ ନେଉଛନ୍ତି। ପୁରୁଷ ସ୍କିଟ୍‌ ଇଭେଣ୍ଟରେ ଭାଗ ନେବାକୁ ଯାଉଥିବା ୨ ଶୁଟର ଇଟାଲୀରେ ଅଭ୍ୟାସ ଚଳାଇଛନ୍ତି। ସମସ୍ତ ଶୁଟର ଜାଗ୍ରେବ ଏବଂ ଇଟାଲୀରୁ ଚଳିତ ମାସରେ ହିଁ ଟୋକିଓ ଯିବେ। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ) ପ୍ରତି ଇଭେଣ୍ଟ ପାଇଁ ୨ ଜଣ ଲେଖାଏ ରିଜର୍ଭ ଖେଳାଳିଙ୍କୁ ରଖିଛି। ଭାରତୀୟ ଶୁଟରମାନେ ଏନ୍‌ଆରଏଆଇର ଅଲିମ୍ପିକ୍‌ କ୍ୱାଲିଫାଇଂ ପର୍ଯ୍ୟାୟରୁ ପ୍ରଦର୍ଶନ ଭିତ୍ତିରେ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। ଏହା ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରୁ ଆରମ୍ଭ ହୋଇଥିଲା। ୨୦୧୮ ବିଶ୍ୱ ଚାମ୍ପିୟନଶିପ୍‌, ୪ ଶୁଟିଂ ବିଶ୍ୱକପ, ୨୦୧୯ ଏସିଆନ ଚାମ୍ପିୟନଶିପ୍‌ ଏବଂ ଚଳିତ ବର୍ଷ ହୋଇଥିବା ଚୟନ ଟ୍ରାଏଲ-୧ ଓ ୨ରୁ ଶୁଟର ଚୟନ ହୋଇଛନ୍ତି। ଭାରତୀୟ ଦଳରେ ୭ ମହିଳା ଓ ୮ ପୁରୁଷ ଶୁଟର ସାମିଲ ରହିବେ। ଭାରତୀୟ ଶୁଟିଂ ପ୍ରତିନିଧି ଦଳ ମେ’ ୧୧ରେ ଏକ ଚାର୍ଟାର୍ଡ ବିମାନରେ ଜାଗ୍ରେବ ଯାଇ ଅଲିମ୍ପିକ୍‌ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଉଛନ୍ତି। ସେତେବେଳେ ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପକ ରୂପ ନେଇଥିବାରୁ ଜାଗ୍ରେବକୁ ସୁରକ୍ଷିତ ସ୍ଥାନ ବିବେଚନା କରାଯାଇଥିଲା। ଜାଗ୍ରେବରେ ରହଣି କାଳରେ ଭାରତୀୟ ଶୁଟରମାନେ ମେ’ ୨୯ରୁ ଜୁନ୍‌ ୬ ପର୍ଯ୍ୟନ୍ତ ୟୁରୋପିଆନ ଚାମ୍ପିୟନଶିପ୍‌ ଏବଂ ଜୁନ୍‌ ୨୨ରୁ ଜୁଲାଇ ୩ ପର୍ଯ୍ୟନ୍ତ ବିଶ୍ୱକପରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାଡେଜାଙ୍କ ‘ରକେଟ୍‌ ଥ୍ରୋ’ରେ ଧରାଶାୟୀ ସ୍ମିଥ୍‌: ପ୍ରଶଂସକ କହିଲେ ବାଃ ବାଃ

ସିଡନୀ,୮।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଭାରତ ଉପରେ ଦୃଢ଼ ପ୍ରଦର୍ଶନ କରିଥିଲା, କିନ୍ତୁ ରବିନ୍ଦ୍ର ଜାଡେଜା ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ...

ଅଗଷ୍ଟରେ ଫାଓ, ସେପ୍ଟେମ୍ବରରେ ଓସିଏ ନିର୍ବାଚନ : ଦୋଛକିରେ ସଞ୍ଜୟ, ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା

କଟକ ଅଫିସ,୬ା୭- ରାଜ୍ୟ କ୍ରୀଡ଼ା ଜଗତରେ ଯେଉଁ କେତୋଟି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି, ସେଗୁଡ଼ିକ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ପ୍ରସଙ୍ଗ ସବୁଠାରୁ ଆଗରେ...

ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଅନୁଷ୍ଠିତ ହେବ। ଏହାର ମହିଳା...

ମୋ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ଥିଲା : ଜାଡେଜା

ସିଡ୍‌ନୀ,୮।୧- ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ପୂରା ଛାଇ ରହିଥିଲେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା।...

ବିମାନରୁ ବିଦା ହେଲେ ଅଷ୍ଟ୍ରେଲିଆନ ପ୍ରାକ୍ତନ ଓପନର

ସିଡ୍‌ନୀ,୨୧ା୫- ଦୁଇ ସାଙ୍ଗଙ୍କ ସହ ପ୍ରବଳ ଯୁକ୍ତିତର୍କ ପରେ ପୂର୍ବତନ ଅଷ୍ଟ୍ରେଲିଆନ ଓପନର ମାଇକେଲ ସ୍ଲାଟରଙ୍କୁ ବିମାନରୁ ବିଦା ହେବାକୁ ପଡ଼ିଛି। ମାକୁରି ସ୍ପୋଟର୍‌ସ ରେଡିଓ...

ସିରାଜଙ୍କୁ ‘ମିନି ରୋନାଲ୍ଡୋ’ ଆଖ୍ୟା ଦେଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ସେଞ୍ଚୁରିୟନ,୨୯।୧୨: ଟିମ ଇଣ୍ଡିଆ ଆଜିକାଲି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ସେଞ୍ଚୁରିଅନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍‌ରେ ତୃତୀୟ...

କରୋନା ଆକ୍ରାନ୍ତ ହେଲେ ଏହି ଭାରତୀୟ ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ, ୧୭।୧୦: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମାନସୀ ଜୋଶୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆସନ୍ତା ମାସରେ ୟୁଏଇରେ ଖେଳାଯିବାକୁ ଥିବା...

ଶେଷ ଦୁଇ ଟେଷ୍ଟ ଖେଳି ନ ପାରନ୍ତି କୋହଲି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରଥମ ସନ୍ତାନର ପିତା ହେବାର ସମ୍ବାବନା ଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ...

Advertisement
Archives

Model This Week