Posted inଖେଳ

ଓ୍ବିମ୍ବେଲଡନ ପୁରୁଷ ଫାଇନାଲରେ ପ୍ରଥମ ମହିଳା ଚେୟାର ଅମ୍ପାୟର

ଓି୍ବମ୍ବେଲଡନ, ୧୦ା୭ (ଏପି)-୧୮୭୭ରୁ ଖେଳାଯାଇ ଆସୁଥିବା ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲକୁ ପ୍ରଥମଥର ଜଣେ ମହିଳା ଚେୟାର ଅମ୍ପାୟର ମ୍ୟାଚ ପରିଚାଳନା କରିବେ। ସେ ହେଉଛନ୍ତି କ୍ରୋଏସିଆର ୪୩ବର୍ଷୀୟା ମାରିଜା ସିସାକ୍‌। ରବିବାର ଅଲ୍‌ ଇଂଲଣ୍ଡ କ୍ଲବଠାରେ ପୁରୁଷ ସିଙ୍ଗଲ୍ସ ଫାଇନାଲ ନୋଭାକ୍‌ ଜୋକୋଭିଚ୍‌ ଓ ମାଟେଓ ବେରେଟେନିଙ୍କ ମଧ୍ୟରେ ହେବ। ୨୦୧୨ରୁ ଡବ୍ଲ୍ୟୁଟିଏ ଏଲିଟ୍‌ ଟିମ୍‌ରେ ରହିଆସିଥିବା ସିସାକ୍‌ଙ୍କୁ ଶନିବାର ମନୋନୟନ କରାଯାଇଥିବା କ୍ଲବ ତରଫରୁ ସ୍ପଷ୍ଟ କରାଯାଇଛି। ସିସାକ୍‌ ୨୦୧୪ ଓ୍ବିମ୍ବେଲଡନ ମହିଳା ଫାଇନାଲରେ ଚେୟାର ଅମ୍ପାୟର ରହିଥିଲେ। ସେ ପରବର୍ତ୍ତୀ ୩ ବର୍ଷ ମହିଳା ଡବଲ୍ସ ଫାଇନାଲ ପରିଚାଳନା କରିଥିଲେ। ସେ ଆହୁରି ମଧ୍ୟ ରିଓ ଡି’ ଜେନିରୋ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ସ୍ବର୍ଣ୍ଣ ପଦକ ମ୍ୟାଚର ଚେୟାର ଅମ୍ପାୟର ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପରେ ଦେଖିବାକୁ ମିଳିପାରେ ୩ଟି ହାଇଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ସଦାସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଆଇସିସି (ICC) ଟର୍ନାମେଣ୍ଟଗୁଡ଼ିକରେ ପ୍ରଶଂସକଙ୍କୁ ଏହି ରୋମାଞ୍ଚକର…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ।…

ICCର ବଡ଼ ନିଷ୍ପତ୍ତି: ବଦଳିଲା ODI ଓ T20 ବିଶ୍ୱକପ୍ ଫର୍ମାଟ୍, ଏଣିକି ହେବ…

ନୂଆଦିଲ୍ଲୀ,୧୫ା୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପୁରୁଷ T20 ବିଶ୍ୱକପ୍ ଏବଂ ODI ବିଶ୍ୱକପରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ICC ପୁରୁଷ T20 ବିଶ୍ୱକପ୍…

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri