ଖେଳ

ରେସ୍‌ଲର ହତ୍ୟା ମାମଲା: ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ, ୨୩ା୫: ଦୁଇଥର ଅଲିମ୍ପିକ ପଦକ ବିଜେତା ରେସ୍‌ଲର ସୁଶୀଲ କୁମାରଙ୍କୁ ଦିଲ୍ଲୀ ପୋଲିସ ଶେଷରେ ପଞ୍ଜାବରୁ ଶନିବାର ଗିରଫ କରିଛି। ଛତ୍ରସାଲ ଷ୍ଟାଡିୟମ ଗଣ୍ଡଗୋଳରେ ସାଗର ରାଣା ନାମକ ଜଣେ ରେସ୍‌ଲରଙ୍କୁ ହତ୍ୟା କରାଯିବା ଘଟଣାରେ ସେ ସମ୍ପୃକ୍ତ ଥିବା…

ଆଇପିଏଲ ବାୟୋ-ବବ୍‌ଲ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା

କୋଲକାତା, ୨୩।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ବାୟୋ-ବବ୍‌ଲ ଗତବର୍ଷ ୟୁଏଇ (ୟୁନାଇଟେଡ ଆରବ ଏମିରେଟ୍ସ)ପରି ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା। ପ୍ରଥମ ଭାରତୀୟ ଖେଳାଳିଭାବେ ଏପରି କହି ମୁହଁ ଖୋଲିଛନ୍ତି ରିଦ୍ଧିମାନ ଶାହା। ଏକାଧିକ ଖେଳାଳି…

ଦୋହାରେ ଭାରତୀୟ ଫୁଟ୍‌ବଲ ଦଳର ଟ୍ରେନିଂ ଆରମ୍ଭ

ନୂଆଦିଲ୍ଲୀ,୨୩।୫(ପି.ଟି.): କାତାରର ରାଜଧାନୀ ଦୋହାରେ ପହଞ୍ଚିବା ପରେ ଭାରତୀୟ ଫୁଟ୍‌ବଲ ଦଳର ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ ବୋଲି ଜଣାପଡିଛି। ଆସନ୍ତା ମାସରେ ୨୦୨୨ ବିଶ୍ୱକପ୍‌ ଓ ୨୦୨୩ ଏସିଆନ କପ୍‌ର ଯୁଗ୍ମ କ୍ୱାଲିଫାୟର୍ସ ଖେଳାଯିବାର…

ବିରାଟ କୋହଲି ଦୁଃଖରେ ଭାଙ୍ଗି ପଡ଼ିଲେ…

ନୂଆଦିଲ୍ଲୀ,୨୨।୫: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୁଃଖରେ ପଡ଼ିଛନ୍ତି। ତାଙ୍କ ପିଲାଦିନ କୋଚ୍‌ ସୁରେଶ ବାତ୍ରାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ବାତ୍ରାଙ୍କୁ ୫୩ ବର୍ଷ ହୋଇଥିଲା। ଗୁରୁବାର ସକାଳେ ବାତ୍ରା ଠାକୁରଙ୍କୁ ପ୍ରାର୍ଥନା କରିବା ପରେ ହଠାତ୍‌ ପଡ଼ିଯାଇଥିଲେ।…

ହକି ଇଣ୍ଡିଆକୁ ଏଫ୍‌ଆଇଏଚ୍‌ ପୁରସ୍କାର

ଲାଉସାନେ, ୨୨ା୫(ପି.ଟି.)- ଦେଶରେ ହକି ଖେଳର ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହକି ଇଣ୍ଡିଆକୁ ଶୁକ୍ରବାର ସମ୍ମାନଜନକ ଇଟିନ୍‌ ଗ୍ଲିଚିଚ୍‌ ପୁରସ୍କାର ମିଳିଛି। ଏଠାରେ ଅନ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ୪୭ତମ ସମ୍ମିଳନୀ ଅନୁଷ୍ଠିତ ହେଉଛି।…

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ତାରିଖ ଘୋଷିତ

ଭୁବନେଶ୍ୱର, ୨୨।୫(କ୍ରୀଡ଼ା ପ୍ରତିନିଧି)- ଆଗାମୀ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନ ତାରିଖକୁ ଫିଫା କାଉନ୍‌ସିଲ ଅନୁମୋଦନ କରିଛି। ଫଳରେ ୟୁଥ ବିଶ୍ୱକପ୍‌ ଭାବେ ପରିଚିତ ହେଉଥିବା ଏହି ପ୍ରତିଯୋଗିତା ୨୦୨୨ ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ହେବା…

ମହିଳା ଚେସ୍‌ ବିଶ୍ୱକପ୍‌ରେ ଭାଗନେବେ ପଦ୍ମିନୀ

ଭୁବନେଶ୍ୱର, ୨୨।୫(କ୍ରୀଡ଼ା ପ୍ରତିନିଧି)- କରୋନାର କଷଣ ମଧ୍ୟରେ ରାଜ୍ୟ ଚେସ୍‌ ପାଇଁ ଆସିଛି ଏକ ଖୁସି ଖବର। ଓଡ଼ିଶା ଚେସ୍‌ ଆଇକନ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ପଦ୍ମିନୀ ରାଉତ ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।…

ଟେଷ୍ଟ ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ ପାଇଁ ବିସିସିଆଇ କହିନି: ଇସିବି

ନୂଆଦିଲ୍ଲୀ,୨୨।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କୋଭିଡ୍‌-୧୯ କାରଣରୁ ସସ୍‌ପେଣ୍ଡ ହୋଇଛି। ଏହି ଲିଗ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ କରିନାହିଁ। ଇଂଲଣ୍ଡରେ ଭାରତ ଏକ ୫ ମ୍ୟାଚ୍‌…

ଅଲିମ୍ପିକ୍ସ ସୁରକ୍ଷିତ: ଆୟୋଜକ, ଜନସାଧାରଣ ନାରାଜ

ଟୋକିଓ,୨୨।୫(ଏପି)-ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୨ ମାସ ବାକି ରହିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଆୟୋଜକମାନଙ୍କ ସହ ମିଶି ଶୁକ୍ରବାର ଅଲିମ୍ପିକ୍ସ ଆୟୋଜନ ନେଇ ତା’ର ଅନ୍ତିମ ପ୍ଲାନିଂ ସେସନ ସ୍ଥିର କରିଛି। କିଭଳି ଅଲିମ୍ପିକ ସଫଳତାର…

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଆୟୋଜନ: ହରିୟାଣାକୁ ୨୦.୬୭ କୋଟି ଟଙ୍କା ଦେଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୨।୫(ପି.ଟି.): ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ (କେଆଇଓ୍ବାଇଜି)ର ୧୪ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହରିୟାଣାରେ ଆୟୋଜନ ହେବ। ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହରିୟାଣାକୁ ୨୦.୬୭ କୋଟି ଟଙ୍କା ପ୍ରଦାନ କରିଛି। ଶୁକ୍ରବାର ମନ୍ତ୍ରଣାଳୟ ଏହି ଅର୍ଥ ଅନୁମୋଦନ କରିଛି।…

ବକ୍ସିଂ କୋଚ୍‌ ଓ.ପି. ଭରଦ୍ୱାଜଙ୍କ ପରଲୋକ

ନୂଆଦିଲ୍ଲୀ,୨୨।୫(ପି.ଟି.): ଜଣାଶୁଣା ବକ୍ସିଂ କୋଚ୍‌ ଓ.ପି. ଭରଦ୍ୱାଜ ୮୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବକ୍ସିଂରେ ସେ ଭାରତର ପ୍ରଥମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିଲେ। ବୟସାଧିକ୍ୟ କାରଣରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହି ଆସୁଥିଲେ। ୧୦ ଦିନ…

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ତାରିଖ ଘୋଷିତ

ଭୁବନେଶ୍ୱର, ୨୧।୫- ଆଗାମୀ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଆୟୋଜନ ତାରିଖକୁ ଫିଫା କାଉନ୍‌ସିଲ ଅନୁମୋଦନ କରିଛି। ଫଳରେ ୟୁଥ ବିଶ୍ୱକପ୍‌ ଭାବେ ପରିଚିତ ଏହି ପ୍ରତିଯୋଗିତା ୨୦୨୨ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ଆୟୋଜିତ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?